ବଳାତ୍କାରୀଙ୍କୁ ୩୫ ବର୍ଷ ଜେଲ

ଜୟପୁର,୨୩ା୯(ନି.ପ୍ର.): ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ ପକ୍ସୋ କୋର୍ଟ ବିଚାରପତି ପ୍ରଦୀପ କୁମାର ସାସମଲ ଅଭିଯୁକ୍ତ ସୁନ୍ଦର ରୁପଙ୍କୁ ୩୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୩୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅର୍ଥ ଅନାଦାୟ ଅଧିକ ୧୧ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ସ୍ପଷ୍ଟ କରାଯାଇଛି।

ମାମଲାରୁ ପ୍ରକାଶ, ବୋରିଗୁମ୍ମା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ସୁନ୍ଦର ବାଇକ୍‌ରେ ଉଠାଇ ନେଇ ବଳାତ୍କାର କରିଥିଲେ। ଏନେଇ ବୋରିଗୁମ୍ମା ଥାନାରେ ଅଭିଯୋଗ ହେବାରୁ ପୋଲିସ ସୁନ୍ଦରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ଜରିମାନା ଅର୍ଥ ପୈଠ ପରେ ପୀଡିତାଙ୍କୁ ପ୍ରଦାନ କରାଯିବ। ସରକାରଙ୍କ ପକ୍ଷରୁ ପୀଡିତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ କୋର୍ଟ ରାୟ ପ୍ରକାଶ କରିଛନ୍ତି। ମାମଲାକୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଧୀର ତ୍ରିପାଠୀ ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା

ପୁରୀ ଅଫିସ,୨୮ା୨: ପୁରୀ ସହରରେ ରବିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆପଣଙ୍କ ସେବାରେ ଅନୁଷ୍ଠାନ ପକ୍ଷରୁ ସମୁଦ୍ରକୂଳ ନିକଟ...

ହସ୍ପିଟାଲର ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କଲେ ଜୁଏଲ

କୋରାପୁଟ,୨୨ା୧୦(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅବ୍ୟବସ୍ଥା ଦେଖି ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସଂସଦୀୟ ପ୍ରତିରକ୍ଷା ସ୍ଥାୟୀ କମିଟିର...

ଧସିଲା କରଡ଼ା ଘାଟି, ଅଟକି ରହିଛି ଶହଶହ ଗାଡ଼ିମୋଟର

ରାଇକିଆ,୧୭ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର କରଡ଼ା ଘାଟି ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଘାଟିର ତିନୋଟି ସ୍ଥାନରେ ଓ୍ବାଲ ଧସି ଯିବାରୁ ଗାଡ଼ିମୋଟର ଚଳାଚଳ...

ରାଉରକେଲାରେ ନିୟମ ମାନୁ ନାହାନ୍ତି ବାଇକ୍‌ ଚାଳକ

ରାଉରକେଲା ଅଫିସ,୧୧ା ୪-ରାଉରକେଲାରେ ଅମାନିଆ ବାଇକ ଚାଳକ ବାଟକୁ ଆସୁ ନାହାନ୍ତି। ଘର ପାଖରେ ସମସ୍ତ ସୁବିଧା ସତ୍ତ୍ୱେ ରାସ୍ତାରେ ମାଳ ମାଳ ବାଇକ୍‌ ବୁଲୁଛି।...

ନାବାଳିକା ଗଣବଳାତ୍କାର ମାମଲା: ୧୮ରେ ଶୁଣାଣି

ଭୁବନେଶ୍ୱର,୧୧ା୧୧ (ବ୍ୟୁରୋ): ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲାର ଶୁଣାଣି ଆସନ୍ତା ୧୮ ତାରିଖରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହେବ। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ...

ଶିଶୁଙ୍କଠାରେ ଦୀର୍ଘମିଆଦୀ କୋଭିଡ୍‌ କମ୍‌ ଦେଖାଯାଏ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): କୋଭିଡ୍‌ରୁ ସୁସ୍ଥ ହେବା ପରେ ବି ଆକ୍ରାନ୍ତଙ୍କ ଶରୀରରେ ଅନେକ ଲକ୍ଷଣ ଦେଖାଯାଉଛି। ଅତିଶୀଘ୍ର ଅବଶ ହୋଇପଡ଼ିବା, ରାତିରେ ନିଦ ନ ହେବା, ଭୋକ...

୨୫ରୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ ଚଳାଚଳ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଜାନୁଆରୀ ୨୫ ତାରିଖରୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ ଚଳାଚଳ କରିବ। ଏହା ଦିନିଆ ଯାତ୍ରା କରିବାକୁ ଥିବାବେଳେ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡଏବଂ...

ଆଜି ଆଉ ୮ ମୁଣ୍ଡ ନେଲା କରୋନା: ଅଛନ୍ତି ୨ ବୃଦ୍ଧ, ୬ କମ୍‌ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟରେ ଆଉ ୮ ମୁଣ୍ଡ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ୪୮ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ଜଣେ ୪୮ ବର୍ଷୀୟ ବ୍ୟକ୍ତି,...

Advertisement
Archives

Model This Week