ବୃଦ୍ଧାଙ୍କୁ ଗଣବଳାତ୍କାର

ଢେଙ୍କିକୋଟ,୮ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ସାପ୍ତାହିକ ହାଟରୁ ଫେରୁଥିବା ଜଣେ ୬୦ ବର୍ଷୀୟା ଆଦିବାସୀ ବୃଦ୍ଧାଙ୍କୁ ଗଣବଳାତ୍କାର ହୋଇଛି। ଏ ନେଇ ହରିଚନ୍ଦନପୁର ଥାନାରେ ବୃଦ୍ଧା ଜଣଙ୍କ ଶନିବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ମୁତାବକ, ଗତ ବୁଧବାର ଭଗାମୁଣ୍ଡା ହାଟକୁ ଉକ୍ତ ଥାନା ଅଞ୍ଚଳର ଜନୈକା ଆଦିବାସୀ ବୃଦ୍ଧା ଯାଇଥିଲେ। ଫେରିବା ସମୟରେ ନିଛାଟିଆ ଜଙ୍ଗଲ ମଝିରେ ଥକା ନେଇଥିଲେ। ସେ ସମୟରେ ସ୍ଥାନୀୟ ଅଞ୍ଚଳର ଉତ୍ତମ ଲୋହାର(୩୦) ଓ ମଙ୍ଗଳା ସୋରେନ(୩୨) ବୃଦ୍ଧାଙ୍କ ନିକଟରେ ପହଞ୍ଚତ୍ ତାଙ୍କୁ ଜଙ୍ଗଲକୁ ଟେକିନେଇ ବଳାତ୍କାର କରିଥିଲେ। ପରେ ତାଙ୍କୁ ଧମକ ଦେଇ ସେଠାରେ ଛାଡ଼ି ଚାଲିଯାଇଥିଲେ। ବୃଦ୍ଧା କାନ୍ଦି କାନ୍ଦି ଆସି ଘରେ ପହଞ୍ଚତ୍ ସବୁକଥା କହିଥିଲେ। ପରିବାର ଲୋକେ ଅଭିଯୁକ୍ତଙ୍କ ଘରେ ଜଣାଇବା ସହ ଗ୍ରାମରେ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ। ମାତ୍ର ଅଭିଯୁକ୍ତମାନେ ଫେରାର ହୋଇଯିବାରୁ ଶନିବାର ବୃଦ୍ଧା ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ହରିଚନ୍ଦନପୁର ଥାନା ଅଧିକାରୀ ଓ ଏସ୍‌ଡିପିଓ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏ ନେଇ ଥାନାରେ ମାମଲା(ନଂ.୬୨/୨୩) ରୁଜୁ ହୋଇଛି। ପରେ ବୃଦ୍ଧାଙ୍କ ଡାକ୍ତରୀମାଇନା କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲା କହିଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri