ରାଫାଲର ନୂଆ ରେକର୍ଡ, ଲଗାତାର ଉଡ଼ିଲା ୧୨ ଘଣ୍ଟା …

ପ୍ୟାରିସ୍‌/ନୂଆଦିଲ୍ଲୀ,୨୭।୬: ଫ୍ରାନ୍ସ୍‌ ଯୁଦ୍ଧ ବିମାନ ରାଫାଲ ଲଗାତାର ୧୨ ଘଣ୍ଟା ଉଡ଼ି ଏକ ନୂଆ ରେକର୍ଡ କରିଛି। ଏହି ସମୟ ମଧ୍ୟରେ ରାଫାଲ ୧୭ ହଜାର କିଲୋମିଟର ଅତିକ୍ରମ କରିଛି। ପ୍ରଶାନ୍ତ ମହାସାଗର ସ୍ଥିତ ଏୟାର ବେସ୍‌ ଅଭିମୁଖେ ଯାତ୍ରା ସମୟରେ ରାଫାଲ ବାଟରେ ନ ଅଟକି ଲଗାତାର ଉଡ଼ିଥିଲା। ଏହା ପୂର୍ବରୁ କୌଣସି ରାଫାଲ ଯୁଦ୍ଧ ବିମାନ ଏହା କରି ନାହାନ୍ତି। ଭାରତକୁ ଫ୍ରାନ୍ସ୍‌ରୁ ରାଫାଲ ବିମାନ ଆସିବା ସମୟରେ ବାଟ ନ ଅଟକି ଲଗାତାର ୬,୭୦୦ କିଲୋମିଟର ଉଡ଼ାଣ କରିଥିଲା। ୩ ରାଫାଲ ସହିତ ଫ୍ରାନ୍ସ୍‌ ବାୟୁସେନାର ୭ ବିମାନ ଉଡ଼ାଣ ଆରମ୍ଭ କରିଥିଲେ। ବିମାନଗୁଡ଼ିକ ଆମେରିକାର କାଲିଫର୍ନିଆ ଏୟାରବେସ୍‌ରେ ପହଞ୍ଚି ପରେ ଲକ୍ଷ୍ୟସ୍ଥଳ ମହାସାଗର ସ୍ଥିତ ଏୟାର ବେସ୍‌ ତାହିତି ଅଭିମୁଖେ ଲଗାତାର ୧୨ ଘଣ୍ଟା ଉଡି ସୁରକ୍ଷିତ ଭାବେ ଅବତରଣ କରିଥିଲେ। ଏଥିପାଇଁ ବିମାନଗୁଡ଼ିକରେ ୭ ଥର ଏୟାର ଟୁ ଏୟାର ରିଫ୍ୟୁଏଲିଂ କରାଯାଇଥିଲା। ଫ୍ରାନ୍ସ୍‌ରୁ କାଲିଫର୍ନିଆରେ ପହଞ୍ଚିବା ଲାଗି ୩ ଘଣ୍ଟା ଲାଗିଥିଲା। ଯାତ୍ରା ସମୟରେ ବିମାନଗୁଡ଼ିକ ମୋଟ ୧୫ ଘଣ୍ଟା ଉଡ଼ାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନ୍‌ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୭।୧୧-ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଶନିବାର ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟି ନେତା ତଥା ରାଷ୍ଟ୍ରପତି ଡୋନାଲ୍ଡ...

ନୋବେଲ ଶାନ୍ତି ପୁରସ୍କାର ବିଜେତା ଦେସମଣ୍ଡ ଟୁଟୁଙ୍କ ପରଲୋକ…

ଜୋହାନ୍ସବର୍ଗ, ୨୬।୧୨: ବର୍ଣ୍ଣବୈଷମ୍ୟ ବିରୋଧ ଏବଂ ଅଧିକାର ଲାଗି ସଂଗ୍ରାମ ଜାରି ରଖିଥିବା କେପଟାଉନର ଅବସରପ୍ରାପ୍ତ ଆଙ୍ଗଲିକାନ ଆର୍କବିଶପ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା...

୭୫ ବର୍ଷ ପରେ ବିସ୍ଫୋରଣ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ସବୁଠାରୁ ବଡ଼ ବୋମା

ପୋଲାଣ୍ଡରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିବା ସବୁଠାରୁ ବଡ଼ ବୋମା ୭୫ ବର୍ଷ ପରେ ବିସ୍ଫୋରଣ ଘଟିଛି। ନୌସେନାମାନେ ଏହାକୁ ଡିଫ୍ୟୁଜ୍‌ କରିବାକୁ ଚେଷ୍ଟା...

‘ପାକିସ୍ତାନରେ ପୁଣି ସ୍ବାଧୀନତା ସଂଗ୍ରାମ ଆରମ୍ଭ ହେବ’

ଇସ୍‌ଲାମାବାଦ,୧୦ା୪: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଭିତରେ ଶନିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଅନାସ୍ଥା ଭୋଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ହାରିଯାଇଛନ୍ତି। ପଦ ହରାଇବା ପରେ ରବିବାର...

ମହାକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତି: ଆମେରିକା ଆରମ୍ଭ କଲା ସ୍ପେସ୍‌ କମାଣ୍ଡ

ଓ୍ବାଶିଂଟନ, ୨୯।୮: ଆମେରିକା ଏବେ ମହାକାଶରେ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏବଂ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ୍‌ଙ୍କ ଉପସ୍ଥିତିରେ ସ୍ପେସ୍‌...

ବିମାନରେ ସାପ, ଯାତ୍ରୀଙ୍କ ମଧ୍ୟରେ ଆତଙ୍କ…

ଟାମ୍ପା,୧୯।୧୦ : ଫ୍ଳୋରିଡ଼ାର ଟାମ୍ପା ସହରରୁ ନ୍ୟୁଜର୍ସି ଅଭିମୁଖେ ଉଡାଣ କରୁଥିବା ବିମାନରେ ସାପ ମିଳିଛି। ସାପ ମିଳିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ନେ...

୩ ବର୍ଷ ପରେ ଏକାଠି ହେଲେ କତାର-ସୌଦି-ୟୁଏଇ…

ରିୟାଦ୍‌,୧୯।୯: କତାର, ସୌଦି ଆରବ ଏବଂ ୟୁଏଇ ମଧ୍ୟରେ ଗତ ୩ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି। ଶେଷରେ ୩ ଦେଶର...

ଶ୍ରୀଲଙ୍କା ସଙ୍କଟ, ଭାରତ ଯୋଗାଇବ ୬୫ ହଜାର ଟନ୍‌ ୟୁରିଆ…

ନୂଆଦିଲ୍ଲୀ/କଲମ୍ବୋ, ୧୪।୫ : ଶ୍ରୀଲଙ୍କାରେ ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଭାରତ ଶ୍ରୀଲଙ୍କାକୁ ୬୫ ଜାର ଟନ୍‌ ୟୁରିଆ ଯୋଗାଇ ଦେବାକୁ...

Advertisement
Archives

Model This Week