Posted inଜାତୀୟ

ଗଣବଳାତ୍କାର ପୀଡ଼ିତାଙ୍କୁ ଥାନାରେ ବଳାତ୍କାର

ଲକ୍ଷ୍ନୌ,୫ା୫: ଉତ୍ତର ପ୍ରଦେଶରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବାବେଳେ କଳଙ୍କିତ ଅଧ୍ୟାୟରେ ନୂଆ ଫର୍ଦ ଯୋଡ଼ିଛନ୍ତି ଜଣେ ପୋଲିସ ବାବୁ। ଗଣବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକା ଥାନାକୁ ଗୁହାରି କରିବାକୁ ଯାଇଥିବାବେଳେ ଲଳିତପୁରସ୍ଥିତ ପାଲି ଷ୍ଟେଶନ ହାଉସ୍‌ ଅଫିସର (ଏସ୍‌ଏଚ୍‌ଓ) ତାଙ୍କୁ ବଳାତ୍କାର କରିଛନ୍ତି। ଏସ୍‌ଏଚ୍‌ଓ ତିଲକଧାରୀ ସରୋଜଙ୍କୁ ଗିରଫ କରାଯାଇଛି। ଏଥିସହ ସମ୍ପୃକ୍ତ ଥାନାରେ ଅବସ୍ଥାପିତ ସମସ୍ତ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ଲଜ୍ଜାଜନକ କଥା ହେଉଛି ପୋଲିସ ଅଧିକାରୀ ବଳାତ୍କାର କରିବା ସମୟରେ ନାବାଳିକାଙ୍କ ଜଣେ ସମ୍ପର୍କୀୟା ସେହି ଦୃଶ୍ୟକୁ ଉପଭୋଗ କରୁଥିଲେ। ଏପ୍ରିଲ ୩୦ର ପୋଲିସ ପୀଡ଼ିତାଙ୍କୁ ଚାଇଲ୍ଡଲାଇନ୍‌ ଟିମ୍‌କୁ କାଉନ୍‌ସେଲିଂ ପାଇଁ ହସ୍ତାନ୍ତର କରିଛି।

ଲଲିତପୁର ଜିଲା ନିବାସୀ ୧୩ ବର୍ଷୀୟା ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ହେଲା ନାବାଳିକାଙ୍କୁ ୪ ଜଣ ବ୍ୟକ୍ତି ପ୍ରଲୋଭନ ଦେଖାଇ ଏପ୍ରିଲ ୨୨ରେ ସେଠାରୁ ୨୪୦ କି.ମି. ଦୂର ମଧ୍ୟପ୍ରଦେଶର ଭୋପାଳକୁ ନେଇଥିଲେ। ସେମାନେ ତାଙ୍କୁ ଭୋପାଳରେ ୪ ଦିନ ଧରି ଗଣବଳାତ୍କାର କରିଥିଲେ। ଅଭିଯୁକ୍ତମାନେ ନିଜ ଯୌନ ପିପାସା ମେଣ୍ଟାଇବା ପରେ ପୀଡ଼ିତାଙ୍କୁ ତାଙ୍କ ଗଁାକୁ ଆଣି ପାଲି ଥାନାରେ ଛାଡ଼ି ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ଥାନା ଅଧିକାରୀ ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟାଙ୍କୁ ହସ୍ତାନ୍ତର କରିଥିଲେ। ପର ଦିନ ଥାନାଧିକାରୀ ବୟାନ ରେକର୍ଡ ପାଇଁ ତାଙ୍କୁ ଥାନାକୁ ଡକାଇଥିଲେ।

ନାବାଳିକା ଥାନାକୁ ଯିବା ପରେ ସେ ତାଙ୍କୁ ଭିତରେ ଥିବା ଏକ ରୁମ୍‌କୁ ନେଇ ସମ୍ପର୍କୀୟାଙ୍କ ଉପସ୍ଥିତିରେ ବଳାତ୍କାର କରିଥିଲେ। ଏଫ୍‌ଆଇଆର୍‌ରେ ସମ୍ପୃକ୍ତ ସମ୍ପର୍କୀୟାଙ୍କ ସମେତ ୬ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରାଯାଇଛି। ଶିଶୁଙ୍କ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ଲଳିତପୁର ଥାନା ଏସ୍‌ଏଚ୍‌ଓ ତିଲକଧାରୀ ସରୋଜଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତିଲକଧାରୀଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଝାନ୍ସୀ ଡିଆଇଜି ଯୋଗେନ୍ଦ୍ର କୁମାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ କୁହାଯାଇଛି।
ଏନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିର ଭାଜପା ସରକାରଙ୍କୁ ସମାଲୋଚନା କରିଛନ୍ତି। ବୁଲ୍‌ଡୋଜରର କୋଳାହଳ ମଧ୍ୟରେ ଆଇନ ଶୃଙ୍ଖଳାକୁ କିପରି ଦଳି ଦିଆଯାଉଛି ତାହା ରାଜ୍ୟରେ ବଢ଼ିଚାଲିଥିବା ବଳାତ୍କାର ଘଟଣାଗୁଡ଼ିକ ଦର୍ଶାଉଛି। ଯଦି ଥାନାଗୁଡ଼ିକ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ, ତେବେ ସେମାନେ ଅଭିଯୋଗ କରିବାକୁ କେଉଁ ସ୍ଥାନକୁ ଯିବେ ବୋଲି ପ୍ରିୟଙ୍କା ଏକ ଟୁଇଟ୍‌ରେ ପ୍ରଶ୍ନ କରିଛନ୍ତି। ସମାଜବାଦୀ ପାର୍ଟି (ଏସ୍‌ପି) ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ଟୁଇଟ୍‌ କରାଯାଇଛି ଯେ, ଭାଜପା ସରକାରରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, କାହାକୁ ବିଶ୍ୱାସ କରିବା ଓ କାହାକୁ କରିବା ନାହିଁ। ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଖୋଦ୍‌ ଏସ୍‌ଏସ୍‌ଓ ବଳାତ୍କାର କରୁଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦଳ ଦାବି କରିଛି। ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଲଲିତପୁର ଯାଇ ବଳାତ୍କାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷେ ଅଭିଯୁକ୍ତମାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ମାମଲା ରୁଜୁ କରାଯିବ ବୋଲି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିବାର ସମୟସୀମା ବଢ଼ାଇଲେ ହରିୟାଣା ସରକାର

ଚଣ୍ଡିଗଡ଼,୩୧ା୧- ହରିୟାଣା ସରକାର ରବିବାର ୧୪ ଜିଲାରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରିବା ଅବଦ୍ଧିକୁ ବଢ଼ାଇ ଦେଇଛନ୍ତି। ସୋମବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ...

ଦିଲ୍ଲୀରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରୀ…

ନୂଆଦିଲ୍ଲୀ,୧୬।୧ : ଦିଲ୍ଲୀରେ ଶୀତ ଲହର ଯୋଗୁଁ ସୋମବାର ଭୋରରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀର ତାପମାତ୍ରା...

ଏବେ ମୋଦି, ଶାହଙ୍କୁ ପୂଜା କରୁଛି: ଶିବରାଜ

ଭୋପାଳ, ୧୨।୮: ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଠାଇ ଦିଆଯିବା ଏକ ଐତିହାସିକ ପଦକ୍ଷେପ ବୋଲି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି।...

ହାଇଦ୍ରାବାଦର ଏକ ମାର୍କେଟ କମ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ହାଇଦ୍ରାବାଦ,୧୭ ।୩: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦରେ ଏକ ବହୁ ମହଲା ବିଶିଷ୍ଟ କମର୍ସିଆଲ କମ୍ଲେକ୍ସରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣାରେ...

ମକର ସଂକ୍ରାନ୍ତି, ଲୋରି, ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୩ ।୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋରି, ମକର ସଂକ୍ରାନ୍ତି, ପୋଙ୍ଗଲ, ଭୋଗଲି ବିହୁ, ଉତ୍ତରାୟଣ ଓ ପୌଷ ପର୍ବ ଅବସରରେ ଦେଶ ଓ ବିଦେଶରେ...

ଆନ୍ଦୋଳନରେ ମୃତ କୃଷକଙ୍କୁ ଦିଆଯାଉ ଅନୁକମ୍ପା ରାଶି, ତାଲିକା ନ ଥିଲେ ଆମଠାରୁ ନିଅ: ରାହୁଲ

ନୂଆଦିଲ୍ଲୀ,୩ ।୧୨: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । କୃଷି ଆଇନକୁ ବିରୋଧ କରିବା ସମୟରେ...

ବନ୍ୟାରେ ବେହାଲ କର୍ନାଟକ: ଛାତ ଉପରେ ବିରାଟ କୁମ୍ଭୀର, ଭିଡିଓ ଭାଇରାଲ

ବେଲଗାମ,୧୨।୮: ଦେଶର ବହୁ ରାଜ୍ୟ ଏବେ ପାଣି ଘେରରେ। କର୍ନାଟକରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି...

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜାରି କଲା ୨୦୨୦-୨୧ ବାର୍ଷିକ ରିପୋର୍ଟ, ସିଏଏ-ମାଓବାଦୀ ହିଂସା- ପାରାମିଲିଟାରୀ ଫୋର୍ସରେ ମହିଳାଙ୍କ ସଂଖ୍ୟା ସମ୍ପର୍କରେ ସୂଚନା…

ନୂଆଦିଲ୍ଲୀ, ୨୭।୪ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୦-୨୧ ଜାରି ହୋଇଛି। ଏଥିରେ ସିଏଏ, ମାଓବାଦୀ ହିଂସା ହ୍ରାସ, ପାରାମିଲିଟାରୀ ଫୋର୍ସରେ ମହିଳାଙ୍କ...

Advertisement
Archives

Model This Week