‘ଭିଜିଲାନ୍ସ’ ପ୍ରଚାର ବେଶି, ଫଳ କମ୍‌

ସହଦେବ ସାହୁ

ହରିନାମ କୀର୍ତ୍ତନାଦି ଶେଷରେ ପ୍ରସାଦ ପାଇଁ ପରସ୍ପର ଉପରେ ପଡ଼ି ଛଡ଼ାଛଡ଼ି ହୋଇ ଖାଇବାର ଏକ ଉତ୍ସବକୁ ମଧ୍ୟଯୁଗରେ ହରିଲୁଟ୍‌ କୁହାଯାଉଥିଲା। ଏ ଉତ୍ସବରେ ଦାତାଙ୍କ ଦ୍ୱାରା ପ୍ରଦତ୍ତ ପ୍ରସାଦର ବଣ୍ଟନ ଆରମ୍ଭ ହେଲା କ୍ଷଣି ଭକ୍ତମାନେ ଟଣାଟଣି କରି ପ୍ରସାଦ ଛଡ଼ାଇ ନେଉଥିବାର (ଅର୍ଥାତ୍‌ ଲୁଟ୍‌ କରିବାର) ଏକ ପରମ୍ପରା ଅଛି। ଲୁଟ୍‌ ଆରବିକ ଶବ୍ଦ ଓଡ଼ିଆରେ ବହୁଳ ବ୍ୟବହୃତ। ହରି ବଦଳରେ ଶାସକ ଦଳ, ଦାତା ବଦଳରେ ଦଳର ସୁପ୍ରିମୋ ବା ହାଇକମାଣ୍ଡ, ପ୍ରସାଦ ବଦଳରେ ସରକାରୀ ଯୋଜନା, ଭକ୍ତ ବଦଳରେ ଉପଭୋକ୍ତା ଓ ଉପଭୋକ୍ତାଙ୍କୁ ସୁପାରିସ କରୁଥିବା ଶାସକଦଳର ପ୍ରତିନିଧି ଏବଂ କୀର୍ତ୍ତନର ଆଧୁନିକ ପରିଭାଷା ହେଉଛି ଶାସକଦଳ ନେତାଙ୍କ ନୀତି ସପକ୍ଷରେ ଓକାଲତି (ସଭା ହେଉ କି ଟିଭିର ଲାଇଭ୍‌ ଆଲୋଚନା ହେଉ, ସେଠାରେ ବି)ା ଗ୍ରାମପଞ୍ଚାୟତ ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ଏମ୍‌ଏଲ୍‌ଏ ଓ ଏମ୍‌ପି ଯାଏ ଶାସକଦଳର ସ୍ଥାନୀୟ ପ୍ରତିନିଧି ଉପଭୋକ୍ତାକୁ ଚିହ୍ନଟ (ସୁପାରିସ) କରିବାର ଭଡ଼ା (ଅର୍ଥଶାସ୍ତ୍ରରେ ରେଣ୍ଟିଂ) ଆଦାୟ କରନ୍ତି; ଯେଉଁ କର୍ମଚାରୀମାନଙ୍କ ଜରିଆରେ ସରକାରୀ ଅନୁଦାନ ମିଳିବ ସେ କାହିଁକି ରିସ୍‌ପତ ନ ନେବ? ଲେଜିସ୍ଲେଟିଭ୍‌ ଶାଖାର ଲୋକ ହୋଇ ଦଳର ପ୍ରତିନିଧିମାନେ ଏକ୍‌ଜିକ୍ୟୁଟିଭ୍‌ କାମ କରାଇନିଅନ୍ତି। ବଡ଼ ଠିକା ହେଉ କି ନଗଣ୍ୟ ପାଇଖାନା ହେଉ ତାହା ପାଇବା ପାଇଁ ଯୋଗ୍ୟତା ସାର୍ଟିଫିକେଟ୍‌ ଭାବେ କାମ କରେ ରାଜନେତାଙ୍କ ସୁପାରିସ ଓ ସୁପାରିସ ତଳେ ଲୁଚିରହିଥିବା ରେଣ୍ଟିଂ ବା ପ୍ରଭାବର ଭଡ଼ା। ଦଳ ବି ଲେଜିସ୍ଲେଚର୍‌ ଜରିଆରେ ଏଥିପାଇଁ ଆଇନ କରିନିଏ- ବିଧେୟକ ହିସାବରେ ପାରିତ କରିନେଇ ଅଥବା ରୁଲ୍‌ସ ଆକାରରେ ଗୃହର ମେଜ ଉପରେ ପନ୍ଦର କି କୋଡ଼ିଏ ଦିନ ଥୋଇଦେଇ। ଉପୁରି ମିଳୁଥିବା ବ୍ୟବସ୍ଥାକୁ କାହିଁକି କେଉଁ ଦଳ ମନା କରିବ! ଦେଶରେ ଭ୍ରଷ୍ଟାଚାର ଚାଷ କରିବାରେ ସରକାରୀ କୃଷି (କଲ୍ଚର୍‌)ରେ ବାଳୁଙ୍ଗା ବୁଣିବାରେ ରାଜନୈତିକ ଦଳମାନେ ମହାନ୍‌ କୃଷକ! ଦେଶ ଧରାତଳକୁ ଯାଉ, ଦଳ ତ ଗାଦିରେ ରହିବ! ଏଭଳି କାରବାର ଏକ୍‌ଜିକ୍ୟୁଟିଭ୍‌ ଶାଖାର ଯେଉଁ ସରକାରୀ ଅଧିକାରୀ ଦେଖି ବି ଆପତ୍ତି କରେନାହିଁ ସେ କାହିଁକି ତା’ କାମ ପାଇଁ ରେଣ୍ଟିଂ ନ ନେବ? ଭ୍ରଷ୍ଟାଚାରର ଭଦ୍ର ଶବ୍ଦ ରେଣ୍ଟିଂ ନାମରେ (ଅର୍ଥନୀତି ଶାସ୍ତ୍ରରେ) ଅଭିହିତ।
ରାଜ୍ୟ ସରକାରଙ୍କ ବ୍ୟାପାର ନିୟମ (ରୁଲ୍‌ସ ଅଫ୍‌ ବିଜ୍‌ନେସ୍‌) ଅନୁସାରେ ଭିଜିଲାନ୍ସ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ କାମ କରେ: ସରକାରୀ ଅଧିକାରୀ ବା ସରକାରୀ ସାହାଯ୍ୟପ୍ରାପ୍ତ ସଂଗଠନ ଯେପରି ଭ୍ରଷ୍ଟାଚାର ନ କରନ୍ତି ତା’ ଉପରେ ନଜର ରଖିବା ମାନେ ଭିଜିଲାନ୍ସ କାମ: ସେହି କାରଣରୁ ପ୍ରତ୍ୟେକ ବିଭାଗରେ ଓ ପ୍ରତି ରାଷ୍ଟ୍ରାୟତ୍ତ କମ୍ପାନୀରେ ଭିଜିଲାନ୍ସ ଅଧିକାରୀ ନିଯୁକ୍ତ ଅଛନ୍ତି; ପ୍ରାୟ ସବୁ ଅର୍ଥ ମଞ୍ଜୁରି-ନଥି ସେମାନଙ୍କ ଜରିଆରେ ବିଭାଗୀୟ ମୁଖ୍ୟଙ୍କ ମଞ୍ଜୁରି ପାଇଁ ଯାଏ। କେବେ ଏହି ଭିଜିଲାନ୍ସ ଅଧିକାରୀମାନେ କୌଣସି ଅଧିକାରୀଙ୍କୁ ଧରିଥିବା ଖବର ଆପଣ ପାଉଛନ୍ତି କି? ଲାଞ୍ଚ କାରବାର ହେଉଥିବା ବେଳେ ଧରିବା ଖବର ଆମେ ଶୁଣୁ, ଘୁସ୍‌ ଦାବିରେ ଲୋକ ଅତିଷ୍ଠ ହୋଇ ଭିଜିଲାନ୍ସ ବିଭାଗ ପାଖରେ ଶରଣ ପଶନ୍ତି ବୋଲି ‘ରେଡ୍‌ ହାଣ୍ଡେଡ୍‌’ ଧରାପଡ଼େ (ନୋଟ ଉପରେ ବୋଳାହୋଇଥିବା କେମିକାଲ୍‌ ଲାଞ୍ଚନେଉଥିବା ଅଧିକାରୀର ହାତରେ ଲାଗିଯାଉଥିବାରୁ ଓ ତାହା ପାଣି ପଡ଼ିଲେ ପାପୁଲି ଲାଲ ଦିଶୁଥିବାରୁ ଏ ଧରପଗଡ଼ର ଏପରି ନାମ)ା କାହା ଉପରେ ନିର୍ଭର ନ କରି ନିଜ ନଜରରେ ଭ୍ରଷ୍ଟାଚାର କାର୍ଯ୍ୟକୁ ଧରିନେବା ହିଁ ଭିଜିଲାନ୍ସ! ତାହା କେବେ ହେଉନାହିଁ, ବରଂ ପ୍ରତି ଭ୍ରଷ୍ଟାଚାରସୁରାକ ଭିଜିଲାନ୍ସ ବିଭାଗର କେତେକ ଅଧିକାରୀଙ୍କୁ ଅଯାଚିତ ଧନୀ କରିଥାଏ। ପବ୍ଲିକ୍‌ ସର୍ଭାଣ୍ଟ ଲାଞ୍ଚନେବା ଭଳି ପରିସ୍ଥିତିକୁ ଭିଜିଲାନ୍ସ ରୋକିବା କଥା! ତାହା କେବେ ହେଉନାହିଁ। ବିଭାଗଟିଏ ଅଛି ବୋଲି କିଛି କାମ ଦେଖାଇବା କଥା, ତେଣୁ ଆୟବହିର୍ଭୂତ ସମ୍ପତ୍ତିକୁ ଧରୁଛି, ଏଥିରେ ପବ୍ଲିକ୍‌ ସର୍ଭାଣ୍ଟଙ୍କ କୁଟୁମ୍ବଙ୍କ ସମ୍ପତ୍ତି ମିଶିଥିବାର ପ୍ରମାଣ ମିଳିଲେ ପବ୍ଲିକ୍‌ ସର୍ଭାଣ୍ଟର ଦୋଷ ଲାଘବ ହୋଇଯାଏ। ଅର୍ଥାତ୍‌ ଭିଜିଲାନ୍ସ ସାଧାରଣ ପୋଲିସ୍‌ର କାମ କରୁଛି!
ଭାରତୀୟ ପିଙ୍ଗଳ ସଂହିତାର ୨୧ ଧାରାରେ ଲୋକପ୍ରତିନିଧିମାନେ ପବ୍ଲିକ୍‌ ସର୍ଭାଣ୍ଟ ନୁହନ୍ତି, କିନ୍ତୁ ଭ୍ରଷ୍ଟାଚାର-ନିରୋଧ ଆଇନ, ୧୯୮୪ ପାରିତ ହେବା ପରଠୁ ଏମ୍‌ଏଲ୍‌ଏ ଓ ଏମ୍‌ପିମାନଙ୍କୁ ପବ୍ଲିକ୍‌ ସର୍ଭାଣ୍ଟ ଧରାଯାଉଛି। ସେମାନଙ୍କ ଭିତରୁ କେତେ ଜଣ ଭିଜିଲାନ୍ସ ଧରିଲାଣି? କାହା ଉପରେ ଛାପା ମାରିଲେ ତାହାର ବ୍ୟକ୍ତିଗତ ଗୋପନୀୟତା କ୍ଷୁଣ୍ଣ ହେବ ବୋଲି ଭିଜିଲାନ୍ସ ଅଫିସର୍‌ମାନେ କୋର୍ଟର ଅର୍ଡର ନିଅନ୍ତି, ପୁଣି ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଛାପା ମାରିବା ପାଇଁ ବହୁତ ଅଫିସର ଦରକାର; ତେଣୁ ଲିକ୍‌ (ଗୋପନରେ ଖବର ପ୍ରଚାର) ହେବାର ସମ୍ଭାବନା ଅଛି; ତେଣୁ ସମ୍ଭାବ୍ୟ ଧରପଗଡ ଜାଣି ଭ୍ରଷ୍ଟାଚାରୀ ତା’ ଧନକୁ ଲୁଚାଇ ରଖିବାର ଚେଷ୍ଟା କରିଥାଏ। ପୁଣି ପବ୍ଲିକ୍‌ ସର୍ଭାଣ୍ଟ ଶାସକ ଦଳର ପ୍ରଭାବୀ ଲୋକ ବା ଅମଲାତନ୍ତ୍ରର ଉଚ୍ଚ ପଦବୀବାଲା ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଦରକାର। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜଉମୁଦଦିଆ ନଥିକୁ ଖୋଲି ଭିତରେ ଆଖି ପକାଇପାରେ ଓ ତା’ର ସାଙ୍ଗସାଥୀକୁ ଜଣାଇ ଦେଇ ଧରାଧରିକୁ ଭଣ୍ଡୁର କରିପାରେ! ସମ୍ପୃକ୍ତ ପବ୍ଲିକ୍‌ ସର୍ଭାଣ୍ଟ ଯଥାସମୟରେ ମୁଖ୍ୟମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିପାରୁଥିବା ରାଜନେତା ବା କୁଟୁମ୍ବଙ୍କୁ ଧରିପାରେ।
ପି. ଭି. ନରସିଂହ ରାଓଙ୍କ ସରକାରକୁ ପତନରୁ ରକ୍ଷା କରିବା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଏମ୍‌ପିମାନେ (ଆମ ରାଜ୍ୟର କେନ୍ଦୁଝର ସାଂସଦ ମୁଣ୍ଡା ବି ଅନ୍ତର୍ଭୁକ୍ତ ଥିଲେ) ଦୁର୍ନୀତି ନିବାରଣ ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ସୁପ୍ରିମ୍‌ କୋର୍ଟ ଏପରି ବିଚାର କରିଥିଲେ ହେଁ ଲାଞ୍ଚ ନେଇଥିବା ଏମ୍‌ପିମାନଙ୍କୁ ଦଣ୍ଡିତ କଲେ ନାହିଁ, କାରଣ ସେମାନେ ଟଙ୍କାର ମୁଣି ନେଇ ତା’ ବଦଳରେ ସଂସଦରେ କାମ କରିଛନ୍ତି, ପଇସା ନେଇ ଉଦ୍ଦିଷ୍ଟ କାମ କରିଦେଲେ ତା’ ପାରିଶ୍ରମିକ ହୋଇଗଲା ବୋଧହୁଏ! ଲାଞ୍ଚ ଦେଇଥିବା ଲୋକ ଦୋଷୀ ହେଲା। ଏ ଏକ ଅଦ୍ଭୁତ ବିଚାର, ଯାହା ସାଧାରଣ ଜନତା ଗ୍ରହଣ କରିନାହାନ୍ତି।
ସମ୍ପତ୍ତି ଠୁଳ ହୋଇଗଲା ପରେ ହିଁ ଆୟବହିର୍ଭୂତ ବୋଲି କଳନା କରିହେବ, ତାହା ତ ଭିଜିଲାନ୍ସ ନୁହେଁ ସାଧାରଣ ପୋଲିସିଙ୍ଗ, କନ୍ତୁ ଭିଲାନ୍ସ ପୋଲିସ୍‌ ଧରିଲା ବୋଲି ପ୍ରେସ୍‌ନୋଟ୍‌ ବାହାର କରିଦିଆଯାଉଛି, ଏ ଭୁଆଁ ବୁଲେଇବା ନୁହେଁ କି? ଭିଜିଲାନ୍ସ ଯେ ‘ଅପରାଧ ଘଟୁଥିବା ସମୟର ନଜର’ ତା ଭୁଲିଯାଉଛୁ ! ନିର୍ବାଚନ ସମୟର ବିଶ୍ଲେଷଣରେ ତ ଆସୋସିଏଶନ ଫର୍‌ ଡିମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ଓ ଓଡ଼ିଶା ଇଲେକ୍ସନ୍‌ ୱାଚ୍‌ ପ୍ରାର୍ଥୀମାନଙ୍କ ସତ୍ୟପାଠ ଉପରେ କେଉଁ ପ୍ରାର୍ଥୀ କେତେ ସମ୍ପତ୍ତି କରିଛନ୍ତି ତାହା ଦର୍ଶାଇଥାଆନ୍ତି। ଭିଜିଲାନ୍ସ କେବେ ଆୟବହିର୍ଭୂତ ମାମଲାରେ ବିଧାୟକ ବା ସାଂସଦଙ୍କୁ ଧରିଲାଣି କି? ଷଷ୍ଠ ବେତନ କମିଶନଙ୍କ ସୁପାରିସ୍‌ ପୂର୍ବରୁ ତ ଅଫିସରମାନଙ୍କ ଦରମା ସାମାନ୍ୟ କେଇ ହଜାର ଟଙ୍କାରେ ସୀମିତ ଥିଲା, ସେତେବେଳେ ଯେଉଁମାନେ ସମ୍ପତ୍ତି ଠୁଳ କରିଛନ୍ତି ସେମାନେ ପଦପଦବୀର ଅପବ୍ୟବହାର କରିନାହାନ୍ତି କି? ଭିଜିଲାନ୍ସର ଧରାଧରି ଭ୍ରଷ୍ଟାଚାରୀର ଧରାଧରି ଦ୍ୱାରା ପ୍ରତିହତ ହୋଇପାରେ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?