ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର କ୍ୟାମ୍ପସ୍‌ରେ ଯୁବତୀଙ୍କୁ ଗଣବଳାତ୍କାର: ପୋଲିସ ହାତରେ ଲାଗିଲା ସିସିଟିଭି ଫୁଟେଜ୍‌

ସୋନପୁର,୧୮।୧: ସୁବର୍ଣ୍ଣପୁର ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର କ୍ୟାମ୍ପସ୍‌ରେ ଜଣେ ଯୁବତୀଙ୍କୁ ସୋମବାର ଗଣବଳାତ୍କାର କରାଯାଇଛି। ପୂର୍ବାହ୍ନରେ ଏହି ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ୨ଜଣ ଏହି କାଣ୍ଡ ଭିଆଇବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରର ସିସିଟିଭି ଫୁଟେଜ୍‌ରୁ ପୋଲିସକୁ ବଳାତ୍କାରୀଙ୍କ ସମ୍ପର୍କରେ ସୁରାକ୍‌ ମିଳିଛି। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରିବା ସହ ତନାଘନା ଜାରି ରଖିଛି।
ପୀଡିତାଙ୍କ ଘର ବଲାଙ୍ଗୀର ଅଞ୍ଚଳରେ । ସେ ତାଙ୍କ ମା’ଙ୍କ ସହିତ ସୋନପୁର ସହରକୁ ଆସି ଭଡା ଘରେ ରହୁଥିଲେ। ଯୁବତୀ ଓ ତାଙ୍କ ମା’ ଲୋକଙ୍କ ଘରେ କାମ ଧନ୍ଦା କରି ଚଳୁଥିଲେ। ପୀଡିତାଙ୍କ କହିବା ଅନୁଯାୟୀ ପୂର୍ବାହ୍ନରେ ୨ଜଣ ଯୁବକ ତାଙ୍କ ଘରକୁ ଆସିଥିଲେ। ସର୍କିଟ୍‌ ହାଉସ୍‌ ନିକଟସ୍ଥ ଅଫିସରେ ଭୋଜିଭାତ ହେଉଛି, ତେଣୁ ସଫେଇ କରିବାକୁ କହି ତାଙ୍କୁ ଡାକି ନେଇଥିଲେ। ଅବ୍ୟବହୃତ ହୋଇ ପଡିଥିବା ତାଲିମ କେନ୍ଦ୍ରର ପଛ ପଟ ଦେଇ ତାଙ୍କୁ ଭିତରକୁ ନେଇ ଯାଇଥିଲେ। ସେଠାରେ ଦୁହେଁ ବଳାତ୍କାର କରିଥିବା ପୀଡିତା ସୋନପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପୀଡିତାଙ୍କ ଡାକ୍ତରୀମାଇନା କରିଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ପାଇ ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଉତ୍କଳ କେଶରୀ ଦାସ, ଡିଏସ୍‌ପି ଆନନ୍ଦ ବର୍ଦ୍ଧନ ଗୁରୁ, ହେମସାଗର ନନ୍ଦ, ଆଇଆଇସି ପୁଷ୍ପେନ୍ଦୁ ସାଗର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସର୍କିଟ୍‌ ହାଉସ ନିକଟସ୍ଥ ତାଲିମ କେନ୍ଦ୍ରକୁ ପ୍ରଥମ ଏଜୁକେଶନ ଫାଉଣ୍ଡେସନ ନାମକ ସଂସ୍ଥା ଭଡାରେ ନେଇ ବେକାରି ଯୁବତୀ ଯୁବକଙ୍କୁ ପାଇପ୍‌ ମିସ୍ତ୍ରୀ ତାଲିମ ଦେଉଥିଲେ। କୋଭିଡ୍‌ ୧୯ ମହାମାରୀ ପାଇଁ ଗତ ୧୦ମାସ ଧରି ଏଠାରେ ତାଲିମ କାର୍ଯ୍ୟ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri