ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର କ୍ୟାମ୍ପସ୍‌ରେ ଯୁବତୀଙ୍କୁ ଗଣବଳାତ୍କାର: ପୋଲିସ ହାତରେ ଲାଗିଲା ସିସିଟିଭି ଫୁଟେଜ୍‌

ସୋନପୁର,୧୮।୧: ସୁବର୍ଣ୍ଣପୁର ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର କ୍ୟାମ୍ପସ୍‌ରେ ଜଣେ ଯୁବତୀଙ୍କୁ ସୋମବାର ଗଣବଳାତ୍କାର କରାଯାଇଛି। ପୂର୍ବାହ୍ନରେ ଏହି ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ୨ଜଣ ଏହି କାଣ୍ଡ ଭିଆଇବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରର ସିସିଟିଭି ଫୁଟେଜ୍‌ରୁ ପୋଲିସକୁ ବଳାତ୍କାରୀଙ୍କ ସମ୍ପର୍କରେ ସୁରାକ୍‌ ମିଳିଛି। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରିବା ସହ ତନାଘନା ଜାରି ରଖିଛି।
ପୀଡିତାଙ୍କ ଘର ବଲାଙ୍ଗୀର ଅଞ୍ଚଳରେ । ସେ ତାଙ୍କ ମା’ଙ୍କ ସହିତ ସୋନପୁର ସହରକୁ ଆସି ଭଡା ଘରେ ରହୁଥିଲେ। ଯୁବତୀ ଓ ତାଙ୍କ ମା’ ଲୋକଙ୍କ ଘରେ କାମ ଧନ୍ଦା କରି ଚଳୁଥିଲେ। ପୀଡିତାଙ୍କ କହିବା ଅନୁଯାୟୀ ପୂର୍ବାହ୍ନରେ ୨ଜଣ ଯୁବକ ତାଙ୍କ ଘରକୁ ଆସିଥିଲେ। ସର୍କିଟ୍‌ ହାଉସ୍‌ ନିକଟସ୍ଥ ଅଫିସରେ ଭୋଜିଭାତ ହେଉଛି, ତେଣୁ ସଫେଇ କରିବାକୁ କହି ତାଙ୍କୁ ଡାକି ନେଇଥିଲେ। ଅବ୍ୟବହୃତ ହୋଇ ପଡିଥିବା ତାଲିମ କେନ୍ଦ୍ରର ପଛ ପଟ ଦେଇ ତାଙ୍କୁ ଭିତରକୁ ନେଇ ଯାଇଥିଲେ। ସେଠାରେ ଦୁହେଁ ବଳାତ୍କାର କରିଥିବା ପୀଡିତା ସୋନପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପୀଡିତାଙ୍କ ଡାକ୍ତରୀମାଇନା କରିଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ପାଇ ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଉତ୍କଳ କେଶରୀ ଦାସ, ଡିଏସ୍‌ପି ଆନନ୍ଦ ବର୍ଦ୍ଧନ ଗୁରୁ, ହେମସାଗର ନନ୍ଦ, ଆଇଆଇସି ପୁଷ୍ପେନ୍ଦୁ ସାଗର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସର୍କିଟ୍‌ ହାଉସ ନିକଟସ୍ଥ ତାଲିମ କେନ୍ଦ୍ରକୁ ପ୍ରଥମ ଏଜୁକେଶନ ଫାଉଣ୍ଡେସନ ନାମକ ସଂସ୍ଥା ଭଡାରେ ନେଇ ବେକାରି ଯୁବତୀ ଯୁବକଙ୍କୁ ପାଇପ୍‌ ମିସ୍ତ୍ରୀ ତାଲିମ ଦେଉଥିଲେ। କୋଭିଡ୍‌ ୧୯ ମହାମାରୀ ପାଇଁ ଗତ ୧୦ମାସ ଧରି ଏଠାରେ ତାଲିମ କାର୍ଯ୍ୟ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri