Posted inଜାତୀୟ

ନାବାଳିକାଙ୍କୁ ଗଣବଳାତ୍କାର: ୭ ଅଭିଯୁକ୍ତ ନାବାଳକ

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୩୦ା୮: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ ନିକଟରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘୃଣ୍ୟ ଅପରାଧ ଭିଆଇଥିବା ସମସ୍ତ ୭ ଅଭିଯୁକ୍ତ ହେଉଛନ୍ତି ନାବାଳକ। ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ନାବାଳିକାଙ୍କୁ ପୂର୍ବରୁ ଜାଣିଥିଲେ। ସେ ତାଙ୍କୁ ବାଇକ୍‌ରେ ବୁଲାଇବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ଯୋଜନା ମୁତାବକ ସେଠାରେ ପୂର୍ବରୁ ଅନ୍ୟ ୬ ନାବାଳକ ଅପେକ୍ଷା କରିଥିଲେ। ଝିଅ ପହଞ୍ଚତ୍ବା ପରେ ଜଣେ ପରେ ଜଣେ ସମସ୍ତେ ତାଙ୍କୁ ଗଣବଳାତ୍କାର କରିଥିଲେ। ପୀଡ଼ିତା ସେଠାରୁ ଖସିଯିବା ପାଇଁ ଉଦ୍ୟମ କରିଥିଲେ ହେଁ ଶେଷରେ ୭ କାମାସକ୍ତ କିଶୋରଙ୍କ ବାହୁବଳ ଆଗରେ ହାର ମାନିଥିଲେ। ସେମାନେ ଯୌନ ଲାଳସା ମେଣ୍ଟାଇବା ପରେ ମୁଖ୍ୟ ଅଭିଯୁକ୍ତ ତାଙ୍କୁ ପୁଣି ବାଇକ୍‌ରେ ନେଇ ଘରେ ଛାଡ଼ିଦେଇଥିଲେ। ଅଗଷ୍ଟ ୨୬ରେ ରାଞ୍ଚତ୍ ନିକଟସ୍ଥ ମନ୍ଦାର ଅଞ୍ଚଳରେ ଘଟିଥିବା ଏହି ଘଟଣା ରବିବାର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ପରିବାରର ଅଭିଯୋଗକ୍ରମେ ପୋଲିସ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଏବଂ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରାଯାଇଥିବାବେଳେ ଅନ୍ୟ ୩ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୨୪ରେ କର୍ନାଟକର ମହୀଶୂରରେ ଜଣେ କଲେଜ ଛାତ୍ରୀ ଗଣବଳାତ୍କାରର ଶିକାର ହୋଇଥିଲେ। ଏମ୍‌ବିଏ ଛାତ୍ରୀ ଜଣକ ରାତି ୮ଟାରେ ଚାମୁଣ୍ଡି ହିଲ୍ସରୁ ନିଜ ବନ୍ଧୁଙ୍କ ସହ ଫେରୁଥିବାବେଳେ ଅଭିଯୁକ୍ତମାନେ ଦୁହିଁଙ୍କୁ ଅଟକାଇଥିଲେ। ସେମାନେ ଛାତ୍ରୀଙ୍କୁ ବଳାତ୍କାର କରିବା ସହ ତାଙ୍କ ବନ୍ଧୁଙ୍କୁ ମାଡ଼ ମାରିଥିଲେ। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବିକ୍ଷୋଭ ବଢ଼ିବା ପରେ ଜାତୀୟ ଗଣମାଧ୍ୟମରେ ଏହା ଶିରୋନାମା ମଣ୍ଡନ କରିଥିଲା। ଫଳରେ ପୋଲିସ ଉପରେ ଚାପ ବଢ଼ିଥିଲା ଓ କର୍ନାଟକ ପୋଲିସ ମହାନିର୍ଦ୍ଦେଶକ ପ୍ରବୀଣ ସୁଦ୍‌ଙ୍କ ନେତୃତ୍ୱରେ ତଦନ୍ତ ଚାଲିଲା। ଶନିବାର ଏହି ମାମଲାରେ ତାମିଲନାଡୁର ତିରୁପୁରରୁ ଗିରଫ ହୋଇଥିବା ୫ ଶ୍ରମିକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୋଲିସ କହିଛି।
ତେବେ କେବଳ ରାଞ୍ଚତ୍ କି ମହୀଶୂର ନୁହେଁ, ଭାରତର ବିଭିନ୍ନ ଭାଗରେ ପ୍ରତ୍ୟହ ଏଭଳି ଘୃଣ୍ୟ ଅପରାଧର ଅନେକ ଚାଞ୍ଚଲ୍ୟକର ଘଟଣା ଘଟୁଛି। କିଛି ସାମ୍ନାକୁ ଆସୁଛି ତ ଆଉ କେତେକ ଅପରାଧ ଲୋକଲଜ୍ଜା ଭୟରେ ପଦାକୁ ଆସିପାରୁ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଦୁନିଆ ଦେଖି ନ ଥିବା କୋମଳମତି ଶିଶୁଙ୍କ ଭିତରେ ଏଭଳି ଅପରାଧ ପ୍ରବଣତା କାହିଁକି ବଢ଼ୁଛି। ବିଶେଷଜ୍ଞ ଓ ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ବର୍ତ୍ତମାନ କୌଣସି ବୟସର ନାରୀ ସୁରକ୍ଷିତ ନାହାନ୍ତି। ଶିଶୁ କନ୍ୟା ହୁଅନ୍ତୁ କି ଛାତ୍ରୀ ଅଥବା ଯୁବତୀ ବଳାତ୍କାରର ଶିକାର ହେଉଛନ୍ତି। ଏପରି କି ନବଜାତକମାନଙ୍କ ପ୍ରତି ମଧ୍ୟ ଯୌନ ଅପରାଧ ବୃଦ୍ଧି ପାଉଛି। ପୂର୍ବରୁ କେବଳ ପ୍ରାପ୍ତବୟସ୍କମାନେ ଯୌନ ଅପରାଧରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଥିଲା। ଏବେ ଏହି ଟ୍ରେଣ୍ଡ୍‌ ଧାରା ସ୍ବଳ୍ପବୟସ୍କ ପିଲାଙ୍କ ମଧ୍ୟରେ ବଢ଼ୁଥିବା ଅଭିଯୋଗ ହେଉଛି। ଅର୍ଥାତ୍‌ କେବଳ ଶିଶୁକନ୍ୟାଙ୍କୁ ସୁରକ୍ଷା ଦେବାରେ ବ୍ୟବସ୍ଥା ବିଫଳ ହୋଇଛି ତାହା ନୁହେଁ, ମାନସିକ ଅପରିପକ୍ୱ କିଶୋରମାନଙ୍କୁ ମଧ୍ୟ ଖରାପ କାମ କରିବାରୁ ନିବୃତ୍ତ କରିପାରୁ ନାହିଁ। ଏଥିପାଇଁ କେତେବେଳେ ପାଶ୍ଚାତ୍ୟ ସଂସ୍କୃତିକୁ ଦାୟୀ କରାଯାଉଛି ତ ଆଉ କେବେ ମୋବାଇଲ ଇଣ୍ଟରନେଟର ବହୁଳ ବ୍ୟବହାରକୁ ଦୋଷ ଦିଆଯାଉଛି। ତେବେ ସ୍ବଳ୍ପବୟସ୍କ ପିଲାଙ୍କୁ ମଧ୍ୟ କାଉନ୍‌ସେଲିଂ କରି ସଚେତନ କରାଗଲେ ଏହି ଧାରାରେ ବ୍ରେକ୍‌ ଲଗାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।

କିଶୋରଙ୍କ ମଧ୍ୟରେ ବଢ଼ୁଛି ଅପରାଧ ପ୍ରବଣତା

୨୦୧୨ ଡିସେମ୍ବର ୧୬ରେ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ। ୨୦୨୧ ଜାନୁୟାରୀ ୨ରେ ବିହାରର ପୂର୍ବ ଚମ୍ପାରନ୍‌ ଜିଲାରେ ଜଣେ ୩ ବର୍ଷୀୟା କନ୍ୟା ଘର ପାଖରେ ଖେଳୁଥିବାବେଳେ ତାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ମାମଲାରେ ଧରାପଡ଼ିଥିବା ତିନିଜଣ ଅଭିଯୁକ୍ତଙ୍କ ବୟସ ହେଉଛି ୧୧ ବର୍ଷରୁ କମ୍‌।
ଏବେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ରେ ଜଣେ ନାବାଳିକାଙ୍କୁ ୭ ନାବାଳକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଶରେ କିଶୋରଙ୍କ ମଧ୍ୟରେ ନାବାଳିକାଙ୍କ ପ୍ରତି ଯୌନ ଅପରାଧର ଟ୍ରେଣ୍ଡ୍‌ ବଢ଼ୁଥିବା ଦର୍ଶାଉଛି। ପ୍ରକାଶ ଯେ, ଓଡ଼ିଶାର ବ୍ରହ୍ମପୁରରେ ଗତ ଫେବୃୟାରୀ ମାସରେ ଜଣେ ୧୦ ବର୍ଷୀୟା ଦଳିତ ନାବାଳିକାଙ୍କ ଘରେ ପଶି ୩ ଜଣ ନାବାଳକ ଗଣବଳାତ୍କାର ।କରିଥିଲେ। ଏହାର ୪ ମାସ ପରେ ଅର୍ଥାତ୍‌ ଜୁନ୍‌ ୧୨ରେ ନୟାଗଡ଼ ଜିଲା ଗୋଠପାଟଣା ଅଞ୍ଚଳରେ ଜଣେ ୬ ବର୍ଷୀୟା ଝିଅଙ୍କୁ ଅପହରଣ ଓ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏଥିରେ ମଧ୍ୟ ଜଣେ ନାବାଳକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ଗତବର୍ଷ ଜୁଲାଇ ମାସରେ ନୟାଗଡ଼ର ବହୁଚର୍ଚ୍ଚିତ ପରୀ ନିଖୋଜ ଘଟଣା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା। ପରୀଙ୍କୁ ଅପହରଣ ଓ ହତ୍ୟା କରିଥିବା ଅଭିଯୁକ୍ତ ଜଣେ ନାବାଳକ ବୋଲି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ସ୍ପଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri