Posted inଜାତୀୟ

ଦଳିତ ନାବାଳିକାଙ୍କୁ ଗଣବଳାତ୍କାର, ହତ୍ୟା

ନୂଆଦିଲ୍ଲୀ,୪ା୮: ସଭ୍ୟ ସମାଜର ମୁହଁ ତଳକୁ କରିଦେବା ଭଳି ଆଉ ଏକ ଘଟଣା ଘଟିଛି ଜାତୀୟ ରାଜଧାନୀ ଦିଲ୍ଲୀରେ। ନୂଆଦିଲ୍ଲୀର ଦକ୍ଷିଣ ପଶ୍ଚିମାଞ୍ଚଳରେ ରବିବାର ରାତିରେ ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ଅପରାଧ ବର୍ବରତା ଏତିକିରେ ସୀମିତ ରହିନାହିଁ। ଅଭିଯୁକ୍ତମାନେ ପୀଡ଼ିତାଙ୍କ ମୃତଦେହକୁ ଜୋର୍‌ ଜବରଦସ୍ତ ଜାଳି ଦେଇଛନ୍ତି। ମୃତଦେହ ଜଳୁଥିବାବେଳେ ଶ୍ମଶାନରେ ତାଙ୍କ ପରିବାର ଲୋକେ ପହଞ୍ଚତ୍ବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଧମକ ଦେଇଛନ୍ତି। ପରିବାର ଓ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସମସ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପୂଜକ ରାଧେଶ୍ୟାମ, ତାଙ୍କ ସହଯୋଗୀ କୁଲଦୀପ, ଲକ୍ଷ୍ମୀନାରାୟଣ ଓ ସ୍ଥାନୀୟ ବାସିନ୍ଦା ସଲିମ। ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୩୭୬(ବଳାତ୍କାର), ୩୦୨(ହତ୍ୟା), ୫୦୬(ଆପରାଧିକ ଧମକ), ୨୦୪(ପ୍ରମାଣ ନଷ୍ଟ) ସହ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ଏବଂ ଏସ୍‌ସି/ଏସ୍‌ସି ଆକ୍ଟ ବଳରେ ମାମଲା ରୁଜୁ କରାଯାଇଛି। ଦଳିତ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍‌ ଧରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୀଡ଼ିତାଙ୍କୁ ‘ଦେଶର ଝିଅ’ ଭାବେ ଅଭିହିତ କରିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। କଡ଼ା ସୁରକ୍ଷା ବଳୟରେ ଥିବା ଦିଲ୍ଲୀରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଯାଇଛି।
ଅଞ୍ଚଳର ନଙ୍ଗଲ ଗ୍ରାମରେ ରହୁଥିବା ୯ ବର୍ଷୀୟା ଦଳିତ ବାଳିକା ଜଣକ ରବିବାର ଅପରାହ୍ନ ୫ଟା ୩୦ରେ ସ୍ଥାନୀୟ ଶ୍ମଶାନର ଓ୍ବାଟର କୁଲରକୁ ପାଣି ଆଣିବାକୁ ଯାଇଥିଲେ। ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ପାଇ ନ ଥିଲେ। ଘର ଲୋକେ ଶ୍ମଶାନରେ ପହଞ୍ଚତ୍ବା ପରେ କୁଲରରୁ ପାଣି ପିଉଥିବାବେଳେ ବିଦ୍ୟୁତ୍‌ ଆଘାତରେ ଝିଅର ମୃତ୍ୟୁ ଘଟିଥିବା ନେଇ ଅଭିଯୁକ୍ତମାନେ ସେମାନଙ୍କୁ ଜଣାଇଥିଲେ। ଏପରି କି ପରିବାର ଓ ପୋଲିସର ଅଜାଣତରେ ତାଙ୍କ ମୃତଦେହକୁ ଶ୍ମଶାନରେ ଜାଳି ଦେଇଥିଲେ। ଥାନାରେ ମାମଲା ରୁଜୁ ନ କରିବାକୁ ପୂଜକ ରାଧେଶ୍ୟାମ ନାବାଳିକାଙ୍କ ମା’ଙ୍କୁ କହିବା ସହ ଧମକ ଦେଇଥିଲେ। ପୋଲିସକୁ ଏକଥା କହିଲେ ଡାକ୍ତରମାନେ ମୃତାଦେହ ବ୍ୟବଚ୍ଛେଦ କରିବେ। ପୋଲିସ ଝିଅର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଶରୀରରୁ ବାହାର କରି ବିକ୍ରି କରିଦେବ ବୋଲି ରାଧେଶ୍ୟାମ କହିଥିଲେ। ଏହାକୁ ନେଇ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାତି ପ୍ରାୟ ୧୦ଟା ୩୦ରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ପୀଡ଼ିତାଙ୍କ ମା’ଙ୍କୁ ଫୋନ୍‌ କରି ଜଣାଇଥିଲା। ୨୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା। ପ୍ରମାଣ ସଂଗ୍ରହ ପାଇଁ ଫୋରେନ୍‌ସିକ୍‌ ଟିମ୍‌ ମଧ୍ୟ ସେଠାକୁ ଯାଇଥିଲା। ଏନେଇ ଜାତୀୟ ତଫସିଲଭୁକ୍ତ ଜାତି (ଏସ୍‌ସି) କମିଶନ ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ନାବାଳିକା ଦଳିତ ଝିଅ ଦେଶର ଝିଅ’ କହି ଟୁଇଟ୍‌ କରିଛନ୍ତି। ଏହାସହ ଏହି ଖବରର ଏକ ସ୍କ୍ରିନ୍‌ଶଟ୍‌କୁ ଟୁଇଟ୍‌ରେ ସଂଲଗ୍ନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ସକାଳେ ପୀଡ଼ିତାଙ୍କ ପରିବାରକୁ ଭେଟିବେ ବୋଲି କହିଛନ୍ତି। ୯ ବର୍ଷୀୟା ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ସମ୍ଭବ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି।

ଟୁଇଟରରେ ଟ୍ରେଣ୍ଡ କଲା

ଦିଲ୍ଲୀରେ ଦଳିତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ପୋଡ଼ିଦେବା ଘଟଣା ଟୁଇଟରରେ ଟ୍ରେଣ୍ଡ କରିବାରେ ଲାଗିଛି। ଏହି ବର୍ବର କାଣ୍ଡକୁ ନିନ୍ଦା କରି ୟୁଜର୍ସ ହ୍ୟାଶ୍‌ଟ୍ୟାଗ୍‌ ଜଷ୍ଟିସ୍‌ ଫର୍‌ ଦିଲ୍ଲୀ କ୍ୟାଣ୍ଟନମେଣ୍ଟଗାର୍ଲ ଅଭିଯାନ ଆରମ୍ଭ କରିଛନ୍ତି। ମହିଳା କଂଗ୍ରେସ ପକ୍ଷରୁ ଟୁଇଟ୍‌ କରି ଲେଖାଯାଇଛି, ୯ ବର୍ଷୀୟା ଝିଅକୁ ଦିଲ୍ଲୀରେ ବଳାତ୍କାର। ଅଭିଯୁକ୍ତ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ପରିବାର ଲୋକଙ୍କ ଅଭିଯୋଗ। ଭାଜପା ଅଧୀନରେ ଦିଲ୍ଲୀରେ ମହିଳା ବିରୋଧ ଅପରାଧ ୪୩% ବଢ଼ିଛି। ଏଏପି-ଭାଜପା ଚୁପ୍‌ କରାଇବାରେ ବିଶ୍ୱାସ କରନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଅନ୍ତି ନାହିଁ।

ହୋମଗାର୍ଡଙ୍କୁ ୩୦ ବର୍ଷ ଜେଲ

୧୬ ବର୍ଷୀୟା ଭିନ୍ନକ୍ଷମଙ୍କୁ ବଳାତ୍କାର କରିବା ଅଭିଯୋଗରେ ହାଇଦ୍ରାବାଦର ଏକ କୋର୍ଟ ମଙ୍ଗଳବାର ଜଣେ ହୋମଗାର୍ଡଙ୍କୁ ୩୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ପ୍ରଥମ ଅତିରିକ୍ତ ମେଟ୍ରୋପଲିଟାନ୍‌ ସେସନ୍ସ ଜଜ୍‌ ସୁନୀତା କୁଞ୍ଚଲା ସମ୍ପୃକ୍ତ ୪୦ ବର୍ଷୀୟ ହୋମଗାର୍ଡଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡବିଧାନ ସହ ୫୦ ହଜାର ଟଙ୍କାର ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି। ୨୦୨୦ ଅକ୍ଟୋବରରେ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ବର୍ଗର ଭିନ୍ନକ୍ଷମ ନାବାଳିକାଙ୍କୁ ବେଆଇନ ଭାବେ ଅଟକ ରଖି ଦୁଇଥର ବଳାତ୍କାର କରିଥିଲେ। ଏନେଇ ମୁହଁ ଖୋଲିଲେ ପୀଡ଼ିତାଙ୍କ ପରିବାରକୁ ନିପାତ କରିଦେବେ ବୋଲି ସେ ଧମକ ଦେଇଥିଲେ। ଗତ ଫେବୃୟାରୀରେ ଝିଅଟି ୫ ମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଥିଲା। ପୋଲିସ ହୋମଗାର୍ଡଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri