Posted inଜାତୀୟ

୪ ଦିନ ପୋଲିସ ହାଜତକୁ ଗଲେ ବଳାତ୍କାର ଅଭିଯୁକ୍ତ ମହନ୍ତ ଶିବମୂର୍ତ୍ତି

ବେଙ୍ଗାଲୁରୁ,୩ା୯: କର୍ନାଟକର ଶକ୍ତିଶାଳୀ ଲିଙ୍ଗାୟତ ସମ୍ପ୍ରଦାୟର ଧର୍ମୀୟ ନେତା ତଥା ମୁରୁଘା ମଠର ମହନ୍ତ ଶିବମୂର୍ତ୍ତି ମୁରୁଘା ଶରାନାରୁଙ୍କୁ ନାବାଳିକା ବଳାତ୍କାର ଅଭିଯୋଗରେ ଗୁରୁବାର ଗିରଫ କରାଯାଇଥିଲା। ସ୍ଥାନୀୟ ଅଦାଲତ ତାଙ୍କୁ ୪ ଦିନ ପାଇଁ ପୋଲିସ ହାଜତକୁ ପଠାଇଦେଇଛନ୍ତି। ଗିରଫ ହେବା ପରେ ସ୍ବାସ୍ଥ୍ୟଗତ କାରଣକୁ ନେଇ ଶୁକ୍ରବାର ସକାଳେ ତାଙ୍କୁ ଚିତ୍ରଦୁର୍ଗସ୍ଥିତ ହସ୍ପିଟାଲର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ହୁଇଲ୍‌ ଚେୟାରରେ କୋର୍ଟରେ ହାଜର ପାଇଁ ନିଆଯାଇଥିଲା। ଜେରା ପାଇଁ ମହନ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ରଶ୍ମିଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି। ମଠ ପରିଚାଳିତ ଏକ ଆବାସିକ ସ୍କୁଲ୍‌ର ୨ ଜଣ ନାବାଳିକା ଛାତ୍ରୀ ୬ ଦିନ ପୂର୍ବରୁ ୬୪ ବର୍ଷୀୟ ମହନ୍ତଙ୍କ ବିରୋଧରେ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ବିରୋଧରେ ପୋକ୍ସୋ ଆଇନ ଏବଂ ଅନୁସୂଚିତ ଜାତି ଜନଜାତି ସୁରକ୍ଷା ଆଇନରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିନ୍ଧୁନଦୀ ଜଳ ଚୁକ୍ତି ଆଲୋଚନା

ନୂଆଦିଲ୍ଲୀ, ୧୦।୮(ପି.ଟି.): କରୋନା ମହାମାରୀ ଯୋଗୁ ସିନ୍ଧୁନଦୀ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)ର ବାକି ଥିବା କେତେକ ପ୍ରସଙ୍ଗ ଉପରେ ଆଲୋଚନା ଭିଡିଓ କନ୍‌ଫରେନ୍ସ ଜରିଆରେ କରିବା...

୫ଜି ଟ୍ରାଏଲ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୪।୫ : ୫ଜି ଟେକ୍‌ନୋଲୋଜି ଓ ସ୍ପେକ୍ଟ୍ରମର ଟ୍ରାଏଲ ପାଇଁ ମଙ୍ଗଳବାର ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍ସ (ଟିଏସ୍‌ପିଏସ୍‌)କୁ ଅନୁମତି ଦେଇଛି ଟେଲିକମ୍‌ ବିଭାଗ। ଭାରତୀ ଏଆରଟେଲ,...

ସରକାର ଗଠନର ୨୯ ଦିନ ପରେ ହେଲା ଶିବରାଜଙ୍କ କ୍ୟାବିନେଟର ସମ୍ପ୍ରସାରଣ

ଭୋପାଳ,୨୧।୪: ମଧ୍ୟପ୍ରଦେଶରେ ପୁଣିଥରେ ଶାସନ କ୍ଷମତା ହାତକୁ ନେଇଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ମଙ୍ଗଳବାର ହୋଇଛି। ଶାସନ କ୍ଷମତା ହାତକୁ ନେବାର...

ଧରା ପଡ଼ିବ ଡ୍ରାଗନର ଚାଲାକି: ଲଦାଖରେ ସ୍ଥାପିତ ହେବ ୧୩୪ ସାଟେଲାଇଟ୍‌ ଫୋନ୍‌ ଟର୍ମିନାଲ

ଲେହ, ୨୭।୬: ଲଦାଖରେ ଏଣିକି ଚାଇନାର ଚାଲାକି ଆଉ ଚଳିବନି। ଏଠାରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ପକ୍ଷରୁ ୧୩୪ ସାଟେଲାଇଟ୍‌ ଫୋନ୍‌...

ସେନାର ଆବଶ୍ୟକତା ଅନୁସାରେ ସମସ୍ତ କ୍ଷେପଣାସ୍ତ୍ର ବିକଶିତ କରିବାକୁ ଡିଆର୍‌ଡିଓ ସକ୍ଷମ

ନୂଆଦିଲ୍ଲୀ, ୧୪।୧୦: ଭାରତୀୟ ସେନାର ଆବଶ୍ୟକତା ଅନୁସାରେ ସମସ୍ତ ପ୍ରକାରର କ୍ଷେପଣାସ୍ତ୍ର ବିକଶିତ କରିବାକୁ ଡିଆର୍‌ଡିଓ ସକ୍ଷମ। ଏ ସମ୍ପର୍କରେ ଡିଆର୍‌ଡିଓ ମୁଖ୍ୟ ଜି. ସତୀଶ...

ରାତିରେ ବିଧାନସଭାରେ ଥିବା ଭାଜପା ନେତାଙ୍କ ପାଇଁ ରାତ୍ରଭୋଜନର ବ୍ୟବସ୍ଥା କରିଥିଲା କଂଗ୍ରେସ

ବେଙ୍ଗାଲୁରୁ,୧୯।୭: କର୍ନାଟକର ରାଜନୀତି ସଙ୍କଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୁରୁବାର କୁମାରସ୍ବାମୀ ସରକାରଙ୍କ ଆସ୍ଥା ଭୋଟ ହୋଇ ପାରି ନ ଥିଲା। ଏଥିରେ ଅଡିବସି...

ପ୍ରେମିକଙ୍କ ସହ ରହିବାକୁ ଚାହୁଁଥିଲେ ମହିଳା,ସ୍ବାମୀଙ୍କୁ ୫୦ ଫୁଟ୍‌ ଉଚ୍ଚରୁ ଠେଲିଦେଲେ

ନୂଆଦିଲ୍ଲୀ,୨୧।୧୦:ପ୍ରେମିକଙ୍କ ସହ ରହିବା ପାଇଁ ନିଜ ସ୍ବାମୀଙ୍କୁ ହତ୍ୟା କରିଦେଇଛନ୍ତି ଜଣେ ମହିଳା। ପ୍ରେମିକଙ୍କ ସହ ମିଶି ନିର୍ମାଣାଧୀନ ୫୦ ଫୁଟ ଉଚ୍ଚ କୋଠା ଉପରୁ...

‘ପୁଅ ଜୀବନ ପ୍ରତି ଲୋଭ ଥିଲେ ଛୁଟିରେ ଚାଲିଯାଅ’

ଭୋପାଳ,୧୮ା୬: ରାଜ୍ୟର ପ୍ରଶାସନିକ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଯୁବ ଆଇଏଏସ୍‌ ଅଫିସର ଲୋକେଶ କୁମାର ଜାଙ୍ଗିଦ ଶୁକ୍ରବାର ମଧ୍ୟପ୍ରଦେଶରେ ପୋଲିସ ସୁରକ୍ଷା ଦାବି...

Advertisement
Archives

Model This Week