Posted inଖେଳ

ସ୍ନୋ ଗେମ୍ସରେ ଭାଗନେବେ ଓଡ଼ିଶାର ରଞ୍ଜିତା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ତୁଷାରପାତ ବିଶିଷ୍ଟ ରାଜ୍ୟ ଭାବେ ପରିଗଣିତ ହେଉ ନ ଥିଲେ ହେଁ ଓଡ଼ିଶା ସ୍ନୋ ଏବଂ ଆଇସ୍‌ ସ୍ପୋଟର୍‌ସ ପ୍ରତି ଆଗ୍ରହ ଦେଖାଇଛି। ରାଜ୍ୟର ‘ସ୍ନୋ ଗର୍ଲ’ ଭାବେ ପରିଚିତ ରଞ୍ଜିତା ବେହେରାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇ ସରକାର ଏ ଦିଗରେ ଏକପାଦ ଆଗକୁ ବଢ଼ିଛନ୍ତି। ଜମ୍ମୁ-କଶ୍ମୀରର ଗୁଲମାର୍ଗଠାରେ ଫେବୃୟାରୀ ୧୯ରୁ ୨୫ ପର୍ଯ୍ୟନ୍ତ ଦ୍ୱିତୀୟ ଖେଲୋ ଇଣ୍ଡିଆ ଜାତୀୟ ଓ୍ବିଣ୍ଟର ଗେମ୍ସ ଅନୁଷ୍ଠିତ ହେବ। ଏହାର ଆଲ୍‌ପିନେ ସ୍କି ଇଭେଣ୍ଟରେ ଭାଗନେବେ ଓଡ଼ିଶାର ରଞ୍ଜିତା। ଏହା ବ୍ୟତୀତ ସେ ରାଜ୍ୟର ଏକମାତ୍ର ସ୍କିଅର ଭାବରେ ଭାରତୀୟ ସ୍କି ଓ ସ୍ନୋବୋର୍ଡ ପକ୍ଷରୁ ଆସନ୍ତା ସିନିୟର ଜାତୀୟ ସ୍କି ଓ ସ୍ନୋବୋର୍ଡ ଚାମ୍ପିୟନଶିପ୍‌ରେ ଭାଗନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପ୍ରତିଯୋଗିତା ଉତ୍ତରାଖଣ୍ଡରେ ଫେବୃୟାରୀ ୨୬ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଓଡ଼ିଶାର ପ୍ରଥମ ସ୍କିଅର ଭାବରେ ଆଗାମୀ ୨ଟି ସମ୍ମାନଜନକ ପ୍ରତିଯୋଗିତାରେ ଭାଗନେବାକୁ ଯାଉଥିବାରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ପ୍ରତିଯୋଗିତା ପୂର୍ବରୁ ବରଫ ସ୍ଥାନରେ ଥିବା ଭିତ୍ତିଭୂମିରେ ଅଭ୍ୟାସ ପାଇଁ ସେ ପ୍ରସ୍ତୁତ ହୋଇଛନ୍ତି।
ଦୁଃସାହସିକ କ୍ରୀଡ଼ା ପ୍ରତି ପ୍ରବଳ ଆଗ୍ରହ ରଞ୍ଜିତାଙ୍କୁ ଗ୍ରାଜୁଏଶନ ପରେ ବିଭିନ୍ନ ପ୍ରକାର ଆଡ୍‌ଭେଞ୍ଚର ଟ୍ରେନିଂ ପାଇଁ ପ୍ରେରିତ କରିଥିଲା। ୨୦୧୬ରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରଥମ ବିଜୁ ପଟ୍ଟନାୟକ ହିମାଳୟାନ ଏକ୍ସପେଡିଶନରେ ରୁଦୁଗାଇରା ପର୍ବତାରୋହଣ କରିଥିବା ଅଭିଯାତ୍ରୀଙ୍କ ମଧ୍ୟରେ ରଞ୍ଜିତା ସାମିଲ ଥିଲେ। ଏଥିରେ ସେ ଭାରତୀୟ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ମାଉଣ୍ଟେନେରିଂ ଓ ସ୍ନୋ ସ୍କିଂ ପାଇଁ ଉଦ୍ଦିଷ୍ଟ କୋର୍ସକୁ ସଫଳତାର ସହ ଶେଷ କରିଥିଲେ। ଏହା ବ୍ୟତୀତ ସେ ହିମାଳୟରେ ଥିବା ଆମେରିକାର ସମ୍ମାନଜନକ ନ୍ୟାଶନାଲ ଆଉଟଡୋର ଲିଡରଶିପ୍‌ ସ୍କୁଲ ଟ୍ରେନିଂ ଆରେନାରେ ଟ୍ରିପ୍‌ ଇଣ୍ଡିଆ ଲିଡର ଏବଂ ଓ୍ବାଇଲ୍ଡରନେସ ଫାର୍ଷ୍ଟ ରେସ୍ପଣ୍ଡର କୋର୍ସ କରିଥିଲେ।
ଆଗାମୀ ଦୁଇଟି ସମ୍ମାନଜନକ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବାରୁ ରଞ୍ଜିତାଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଜଣାଇଛନ୍ତି। ”ପ୍ରଥମ ଓଡ଼ିଆ ଭାବେ ରଞ୍ଜିତା ସ୍ନୋ ଗେମ୍ସରେ ଭାଗନେବାକୁ ଯୋଗ୍ୟ ବିବେଚିତ ହେବା ଆମ ପାଇଁ ଗର୍ବର ମୁହୂର୍ତ୍ତ। ଓଡ଼ିଶା ପରିବେଶରେ ବଢ଼ି ଏପରି ସଫଳତା ପାଇବା ଛୋଟ କଥା ନୁହେଁ। କଠିନ ପରିଶ୍ରମ ଯୋଗୁ ଏହା ସମ୍ଭବ ହୋଇପାରିଛି। ଜଣେ ସ୍କିଅର ହେବା ପାଇଁ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପ୍ରଶଂସନୀୟ। ସେ ପଦକ ହାସଲ କରିବା ପାଇଁ ଯାହା କିଛି ସହଯୋଗ ଆବଶ୍ୟକ ଯୋଗାଇ ଦିଆଯିବ। ସ୍କିଂ ସ୍ପୋଟର୍‌ସକୁ ନେଇ ସ୍ବପ୍ନ ଦେଖୁଥିବା ଯୁବ ଖେଳାଳିଙ୍କ ପାଇଁ ସେ ଏକ ପ୍ରେରଣା“ ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି। ତୁଷାରପାତ ହେଉଥିବା ରାଜ୍ୟରେ ପ୍ରତିକୂଳ ପରିବେଶରେ ରହି ସ୍ନୋ ସ୍ଲୋପ୍ସରେ ନିଜକୁ ପ୍ରସ୍ତୁତ କରିବା ପାଇଁ ନିଃସର୍ତ୍ତ ସହଯୋଗ ଯୋଗାଇ ଦେଇଥିବା କ୍ରୀଡ଼ା ବିଭାଗର କର୍ମକର୍ତ୍ତା, ମେଣ୍ଟର ଏବଂ ଶୁଭେଚ୍ଛୁଙ୍କୁ ରଞ୍ଜିତା ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶାଳୟର‘ସି’ ସାର୍ଟିଫିକେଟଧାରୀ ରଞ୍ଜିତାଙ୍କ ଘର ଇସ୍ପାତ ସହର ରାଉରକେଲା। ମା’ ଅନ୍ନପୂର୍ଣ୍ଣା ଏବଂ ବାପା ରଘୁନାଥ ବେହେରାଙ୍କର ସେ ହେଉଛନ୍ତି କନିଷ୍ଠା କନ୍ୟା। ତାଙ୍କ ବାପା ହେଉଛନ୍ତି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଜଣେ ଅବସରପ୍ରାପ୍ତ କର୍ମଚାରୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri