Posted inଖେଳ

ସ୍ନୋ ଗେମ୍ସରେ ଭାଗନେବେ ଓଡ଼ିଶାର ରଞ୍ଜିତା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ତୁଷାରପାତ ବିଶିଷ୍ଟ ରାଜ୍ୟ ଭାବେ ପରିଗଣିତ ହେଉ ନ ଥିଲେ ହେଁ ଓଡ଼ିଶା ସ୍ନୋ ଏବଂ ଆଇସ୍‌ ସ୍ପୋଟର୍‌ସ ପ୍ରତି ଆଗ୍ରହ ଦେଖାଇଛି। ରାଜ୍ୟର ‘ସ୍ନୋ ଗର୍ଲ’ ଭାବେ ପରିଚିତ ରଞ୍ଜିତା ବେହେରାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇ ସରକାର ଏ ଦିଗରେ ଏକପାଦ ଆଗକୁ ବଢ଼ିଛନ୍ତି। ଜମ୍ମୁ-କଶ୍ମୀରର ଗୁଲମାର୍ଗଠାରେ ଫେବୃୟାରୀ ୧୯ରୁ ୨୫ ପର୍ଯ୍ୟନ୍ତ ଦ୍ୱିତୀୟ ଖେଲୋ ଇଣ୍ଡିଆ ଜାତୀୟ ଓ୍ବିଣ୍ଟର ଗେମ୍ସ ଅନୁଷ୍ଠିତ ହେବ। ଏହାର ଆଲ୍‌ପିନେ ସ୍କି ଇଭେଣ୍ଟରେ ଭାଗନେବେ ଓଡ଼ିଶାର ରଞ୍ଜିତା। ଏହା ବ୍ୟତୀତ ସେ ରାଜ୍ୟର ଏକମାତ୍ର ସ୍କିଅର ଭାବରେ ଭାରତୀୟ ସ୍କି ଓ ସ୍ନୋବୋର୍ଡ ପକ୍ଷରୁ ଆସନ୍ତା ସିନିୟର ଜାତୀୟ ସ୍କି ଓ ସ୍ନୋବୋର୍ଡ ଚାମ୍ପିୟନଶିପ୍‌ରେ ଭାଗନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପ୍ରତିଯୋଗିତା ଉତ୍ତରାଖଣ୍ଡରେ ଫେବୃୟାରୀ ୨୬ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଓଡ଼ିଶାର ପ୍ରଥମ ସ୍କିଅର ଭାବରେ ଆଗାମୀ ୨ଟି ସମ୍ମାନଜନକ ପ୍ରତିଯୋଗିତାରେ ଭାଗନେବାକୁ ଯାଉଥିବାରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ପ୍ରତିଯୋଗିତା ପୂର୍ବରୁ ବରଫ ସ୍ଥାନରେ ଥିବା ଭିତ୍ତିଭୂମିରେ ଅଭ୍ୟାସ ପାଇଁ ସେ ପ୍ରସ୍ତୁତ ହୋଇଛନ୍ତି।
ଦୁଃସାହସିକ କ୍ରୀଡ଼ା ପ୍ରତି ପ୍ରବଳ ଆଗ୍ରହ ରଞ୍ଜିତାଙ୍କୁ ଗ୍ରାଜୁଏଶନ ପରେ ବିଭିନ୍ନ ପ୍ରକାର ଆଡ୍‌ଭେଞ୍ଚର ଟ୍ରେନିଂ ପାଇଁ ପ୍ରେରିତ କରିଥିଲା। ୨୦୧୬ରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରଥମ ବିଜୁ ପଟ୍ଟନାୟକ ହିମାଳୟାନ ଏକ୍ସପେଡିଶନରେ ରୁଦୁଗାଇରା ପର୍ବତାରୋହଣ କରିଥିବା ଅଭିଯାତ୍ରୀଙ୍କ ମଧ୍ୟରେ ରଞ୍ଜିତା ସାମିଲ ଥିଲେ। ଏଥିରେ ସେ ଭାରତୀୟ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ମାଉଣ୍ଟେନେରିଂ ଓ ସ୍ନୋ ସ୍କିଂ ପାଇଁ ଉଦ୍ଦିଷ୍ଟ କୋର୍ସକୁ ସଫଳତାର ସହ ଶେଷ କରିଥିଲେ। ଏହା ବ୍ୟତୀତ ସେ ହିମାଳୟରେ ଥିବା ଆମେରିକାର ସମ୍ମାନଜନକ ନ୍ୟାଶନାଲ ଆଉଟଡୋର ଲିଡରଶିପ୍‌ ସ୍କୁଲ ଟ୍ରେନିଂ ଆରେନାରେ ଟ୍ରିପ୍‌ ଇଣ୍ଡିଆ ଲିଡର ଏବଂ ଓ୍ବାଇଲ୍ଡରନେସ ଫାର୍ଷ୍ଟ ରେସ୍ପଣ୍ଡର କୋର୍ସ କରିଥିଲେ।
ଆଗାମୀ ଦୁଇଟି ସମ୍ମାନଜନକ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବାରୁ ରଞ୍ଜିତାଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଜଣାଇଛନ୍ତି। ”ପ୍ରଥମ ଓଡ଼ିଆ ଭାବେ ରଞ୍ଜିତା ସ୍ନୋ ଗେମ୍ସରେ ଭାଗନେବାକୁ ଯୋଗ୍ୟ ବିବେଚିତ ହେବା ଆମ ପାଇଁ ଗର୍ବର ମୁହୂର୍ତ୍ତ। ଓଡ଼ିଶା ପରିବେଶରେ ବଢ଼ି ଏପରି ସଫଳତା ପାଇବା ଛୋଟ କଥା ନୁହେଁ। କଠିନ ପରିଶ୍ରମ ଯୋଗୁ ଏହା ସମ୍ଭବ ହୋଇପାରିଛି। ଜଣେ ସ୍କିଅର ହେବା ପାଇଁ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପ୍ରଶଂସନୀୟ। ସେ ପଦକ ହାସଲ କରିବା ପାଇଁ ଯାହା କିଛି ସହଯୋଗ ଆବଶ୍ୟକ ଯୋଗାଇ ଦିଆଯିବ। ସ୍କିଂ ସ୍ପୋଟର୍‌ସକୁ ନେଇ ସ୍ବପ୍ନ ଦେଖୁଥିବା ଯୁବ ଖେଳାଳିଙ୍କ ପାଇଁ ସେ ଏକ ପ୍ରେରଣା“ ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି। ତୁଷାରପାତ ହେଉଥିବା ରାଜ୍ୟରେ ପ୍ରତିକୂଳ ପରିବେଶରେ ରହି ସ୍ନୋ ସ୍ଲୋପ୍ସରେ ନିଜକୁ ପ୍ରସ୍ତୁତ କରିବା ପାଇଁ ନିଃସର୍ତ୍ତ ସହଯୋଗ ଯୋଗାଇ ଦେଇଥିବା କ୍ରୀଡ଼ା ବିଭାଗର କର୍ମକର୍ତ୍ତା, ମେଣ୍ଟର ଏବଂ ଶୁଭେଚ୍ଛୁଙ୍କୁ ରଞ୍ଜିତା ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶାଳୟର‘ସି’ ସାର୍ଟିଫିକେଟଧାରୀ ରଞ୍ଜିତାଙ୍କ ଘର ଇସ୍ପାତ ସହର ରାଉରକେଲା। ମା’ ଅନ୍ନପୂର୍ଣ୍ଣା ଏବଂ ବାପା ରଘୁନାଥ ବେହେରାଙ୍କର ସେ ହେଉଛନ୍ତି କନିଷ୍ଠା କନ୍ୟା। ତାଙ୍କ ବାପା ହେଉଛନ୍ତି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଜଣେ ଅବସରପ୍ରାପ୍ତ କର୍ମଚାରୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?