Posted inଖେଳ

ଫାଇନାଲରେ ବିଦର୍ଭ-ମୁମ୍ବାଇ ଭେଟ

ନାଗପୁର,7ା୩(ପି.ଟି.): ରଣଜୀ ଟ୍ରଫି ୨୦୨୪ର ଫାଇନାଲରେ ପ୍ରବେଶ କରିଛି ବିଦର୍ଭ। ବୁଧବାର ମଧ୍ୟପ୍ରଦେଶକୁ ୬୨ ରନ୍‌ରେ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛି ବିଦର୍ଭ। ପ୍ରଥମ ଇନିଂସ ପଛୁଆ ରହିଥିଲେ ମଧ୍ୟ ୟଶ ରାଠୋଡଙ୍କ ଲଢୁଆ ଶତକ ଓ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଏହି ମ୍ୟାଚ୍‌କୁ ଜିତି ନେଇଥିଲା ଦଳ। ଏହା ସହ ମୁମ୍ବାଇ ବିପକ୍ଷରେ ଦଳ ଫାଇନାଲ ମ୍ୟାଚ୍‌ ଖେଳିବ। ମୁମ୍ବାଇ ୪୮ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଥିବା ବେଳେ ବିଦର୍ଭ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଅନ୍ତିମ ଦିନରେ ବିଦର୍ଭକୁ ବିଜୟ ପାଇଁ ୪ ଉଇକେଟ ଆବଶ୍ୟକ ଥିବା ବେଳେ ମଧ୍ୟପ୍ରଦେଶକୁ ଆବଶ୍ୟକ ଥିଲା ୯୩ ରନ୍‌। ଚତୁର୍ଥ ଦିନର ଅସମାପ୍ତ ସ୍କୋର ୨୨୮/୬ରୁ ଖେଳ ଆରମ୍ଭ କରି ମଧ୍ୟପ୍ରଦେଶ ୨୫୮ ରନ୍‌ରେ ଅଲଆଉଟ ହୋଇଥିଲା। ସାରାଂଶ ଜୈନ୍‌ ୨୫ ରନ୍‌ କରି ନବମ ଖେଳାଳି ଭାବେ ଆଉଟ ହୋଇଥିଲେ। ବୁଧବାର ସକାଳେ ୟଶ ଠାକୁର ଓ ଆଦିତ୍ୟ ଠାକରେ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ମଙ୍ଗଳବାର ୟଶ ଦୁବେ ଲଢୁଆ ୯୪ ରନ୍‌ କରିଥିଲେ। ତେବେ ଦିନର ଖେଳ ଶେଷହେବାକୁ ମାତ୍ର ୧ ଓଭର ବାକି ଥିବା ବେଳେ ଦୁବେ ସରାଓ୍ବତେଙ୍କ ବଲରେ ଆଉଟ ହୋଇଥିଲେ। ଏହା ସହିତ ମ୍ୟାଚ୍‌ ବିଦର୍ଭ ନିୟନ୍ତ୍ରଣକୁ ଆସିଥିଲା। ବିଦର୍ଭ ପକ୍ଷରୁ ଦ୍ୱିତୀୟ ଇନିଂସରେ ଲଢୁଆ ଶତକ ହାସଲ କରିଥିବା ୟଶ ରାଠୋଡଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ କରାଯାଇଥିଲା। ବିଦର୍ଭ ପ୍ରଥମ ଇନିଂସରେ ୧୭୦ ରନ୍‌ କରିଥିବା ବେଳେ ମଧ୍ୟପ୍ରଦେଶ ୨୫୨ ରନ୍‌ କରିଥିଲା। ତେବେ ୟଶଙ୍କ ଶତକ ବଳରେ ବିଦର୍ଭ ଦ୍ୱିତୀୟ ଇନିଂସରେ ୪୦୨ରନ୍‌ ସ୍କୋର କରି ୩୨୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା।

ସଂକ୍ଷିପ୍ତ ସ୍କୋର
ବିଦର୍ଭ ପ୍ରଥମ ଇନିଂସ: ୧୭୦/୧୦। ମଧ୍ୟପ୍ରଦେଶ ପ୍ରଥମ ଇନିଂସ: ୨୫୨/୧୦। ବିଦର୍ଭ ଦ୍ୱିତୀୟ ଇନିଂସ ୪୦୨/୧୦। ମଧ୍ୟପ୍ରଦେଶ ଦ୍ୱିତୀୟ ଇନିଂସ ୨୫୮/୧୦(ୟଶ ଦୁବେ-୯୪, ହର୍ଷ ଗାଓ୍ବଲି-୬୭, ସାରାଂଶ ଜୈନ୍‌-୨୫, ଅକ୍ଷୟ ଓ୍ବାଖରେ-୩/୪୨, ଆଦିତ୍ୟ ସରାଓ୍ବତେ-୨/୫୬, ୟଶ ଠାକୁର-୩/୬୦, ଆଦିତ୍ୟ ଠାକରେ-୨/୪୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri