Odisha Elections 2024
Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶା ୭୬ ରନ୍‌ରେ ଆଗୁଆ

ଭୁବନେଶ୍ୱର, ୨୧।୧ (ସରୋଜ ଜେନା): କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଦୃଢ ସ୍ଥିତିରେ ରହିଛି ଜମ୍ମୁ-କଶ୍ମୀର। ବୋଲରଙ୍କୁ ସୁହାଉଥିବା ଉଇକେଟରେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୭ ଉଇକେଟରେ ୧୨୬ ରନ୍‌ କରିଛି। ହାତରେ ୩ ଉଇକେଟ ରହିଥିବା ବେଳେ ଦଳ ମାତ୍ର ୭୬ ରନ୍‌ରେ ଆଗୁଆ ରହିଛି। ପ୍ରଥମ ଦିନରେ ୧୪ଟି ଉଇକେଟର ପତନ ଘଟିଥିବା ବେଳେ ଦ୍ୱିତୀୟ ଦିନରେ ୧୩ ଜଣ ଖେଳାଳି ଆଉଟ ହୋଇଥିଲେ। ପ୍ରଥମ ଦିନର ଅସମାପ୍ତ ସ୍କୋର ୪୫/୪ରୁ ଖେଳ ଆରମ୍ଭ କରି ଜମ୍ମୁ କଶ୍ମୀର ୧୮୦ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ଓଡ଼ିଶା ୧୨୬ ରନରେ ୭ ଉଇକେଟ ହରାଇଛି।

ରାଜେଶଙ୍କ ୫ ଉଇକେଟ
ଜମ୍ମୁ କଶ୍ମୀର ଏହାର ଅସମାପ୍ତ ଇନିଂସ ଆରମ୍ଭ କରିଥିବା ବେଳେ ପୂର୍ବ ଦିନର ସ୍କୋରରେ ୮ ରନ୍‌ ଯୋଡି ପ୍ରଥମ ଉଇକେଟ ହରାଇଥିଲା। ୮୫ ରନ୍‌ରେ ଦଳ ଷଷ୍ଠ ଉଇକେଟ ହରାଇଥିଲେ ମଧ୍ୟ ଆବିଦ୍‌ ମୁସ୍ତାକ ୫୦ ଓ ଉମର ନାଜିର ୨୫ ରନ୍‌ କରି ଦଳକୁ ମହତ୍ତ୍ୱପୂର୍ଣ୍ଣ ୫୦ ରନ୍‌ର ଅଗ୍ରଣୀ ପ୍ରଦାନ କରିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ୫ ଉଇକେଟ ନେଇଥିବା ବେଳେ ସୁନୀଲ ରାଉଳ ୩ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରୟାସ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।

ଓଡ଼ିଶାର ବିପର୍ଯ୍ୟୟ
୫୦ ରନ୍‌ରେ ପଛୁଆ ରହି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଓଡ଼ିଶାର ଆରମ୍ଭ ବିପର୍ଯ୍ୟୟପୂର୍ଣ୍ଣ ରହିଥିଲା। ଦଳର ଟପ୍‌ ଅର୍ଡର ବ୍ୟାଟିଂ ପୁନର୍ବାର ଫେଲ ମାରିଥିଲା। ଓପନର ଶାନ୍ତନୁ ମିଶ୍ର(୭) ଓ ଅନୁରାଗ ଷଡଙ୍ଗୀ(୧୬) ରନ୍‌ କରଥିବା ବେଳେ ୨୩ ରନ୍‌ରେ ଉଭୟ ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶୁଭ୍ରାଂଶୁ ସେନାପତି ଖାତା ଖୋଲିପାରି ନ ଥିବା ବେଳେ ଗୋବିନ୍ଦ ପୋଦ୍ଦାର ମାତ୍ର ୮ ରନ୍‌ କରିଥିଲେ। କାର୍ତ୍ତିକ ବିଶ୍ୱାଳ(୭), ରାଜେଶ ଧୂପର(୧) ଓ ପ୍ରୟାସ ସିଂ(୪) ସହଜରେ ଆଉଟ ହୋଇଥିବା ବେଳେ ଓଡ଼ିଶା ମାତ୍ର ୬୭ ରନ୍‌ରେ ୭ ଉଇକେଟ ହରାଇଥିଲା। ଓଡ଼ିଶା ଏକ ବିପର୍ଯ୍ୟୟ ଆଡକୁ ଅଗ୍ରସର ହେଉଥିବା ବେଳେ ୩ ନମ୍ବର ବ୍ୟାଟର ସନ୍ଦୀପ ପଟ୍ଟନାୟକ(୪୭*) ଓ ସୂର୍ଯ୍ୟକାନ୍ତ ପ୍ରଧାନ(୨୭) ଅଷ୍ଟମ ଉଇକେଟରେ ଅବିଭାଜିତ ୫୯ ରନ୍‌ ଯୋଡିଥିଲେ। ସନ୍ଦୀପ ୧୦୮ ବଲ୍‌ ଖେଳି ୬ ଚୌକା ମାରି ବ୍ୟାଟିଂ କରୁଛନ୍ତି। ଅନ୍ୟ ପକ୍ଷରେ ସୂର୍ଯ୍ୟକାନ୍ତ ୨୫ ବଲ୍‌ ଖେଳି ଗୋଟିଏ ଲେଖାଏ ଛକା ଓ ଚୌକା ମାରିଛନ୍ତି। ଜମ୍ମୁ କଶ୍ମୀର ପକ୍ଷରୁ ରୋହିତ ଶର୍ମା, ଉମର ନାଜିର ମୀର ଓ ଆକ୍ୱିବ ନବି ଦର ଦୁଇଟି ଲେଖାଏ ଉଇକେଟ ନେଇଛନ୍ତି।

ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୧୩୦/୧୦ (ଗୋବିନ୍ଦ ପୋଦ୍ଦାର-୫୫, ଶାନ୍ତନୁ ମିଶ୍ର-୨୮, ରୋହିତ ଶର୍ମା-୫/୧୨, ଉମ୍ରାନ ମଲିକ-୨/୩୪, ଉମ୍ରାନ ନାଜିର ମିର-୨/୨୭)।
ଜମ୍ମୁ-କଶ୍ମୀର ପ୍ରଥମ ଇନିଂସ: ୧୮୦/୧୦ (ଆବିଦ୍‌ ମୁସ୍ତାକ-୫୦, ଉମର ନାଜିର-୨୫, ଶୁଭମ୍‌ ପୁନ୍ଦିର-୩୪, ରାଜେଶ ମହାନ୍ତି-୫/୬୪, ସୁନୀଲ ରାଉଳ-୩/୩୨, ସୂର୍ଯ୍ୟକାନ୍ତ ପ୍ରଧାନ-୧/୪୨, ପ୍ରୟାସ ସିଂ-୧/୩୦)।
ଓଡ଼ିଶା ଦ୍ୱିତୀୟ ଇନିଂସ: ୧୨୬/୭(ସନ୍ଦୀପ ପଟ୍ଟନାୟକ-୪୭*, ସୂର୍ଯ୍ୟକାନ୍ତ ପ୍ରଧାନ-୨୭*, ଅନୁରାଗ ଷଡଙ୍ଗୀ-୧୬*, ରୋହିତ ଶର୍ମା-୨/୨୩, ଉମର ନାଜିର ମୀର-୨/୨୭, ଆକ୍ୱିବ ନବି ଦର-୨/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ ହେବେ ଗୌତମ ଗମ୍ଭୀର: ରିପୋର୍ଟ

ନୂଆଦିଲ୍ଲୀ,୧୭।୫: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ...

ପଡ଼ିଆରେ ଲଢେଇ, ଡ୍ରେସିଂ ରୁମ୍‌ରେ କୋଳାକୋଳି

ନୂଆଦିଲ୍ଲୀ,୧୭।୫: ଆଇପିଏଲ ୨୦୨୪ର ୬୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସର ଘରୋଇ...

କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର...

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି।...

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

ଅଭ୍ୟାସ ମ୍ୟାଚ୍‌ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍‌ ରେସ୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍‌ କେବଳ ଔପଚାରିକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri