Posted inଖେଳ

ରଣ୍‌ଜୀ ଟ୍ରଫି: ଓଡ଼ିଶା ୧୬୦ ରନ୍‌ରେ ଅଗ୍ରଣୀ

ଭୁବନେଶ୍ୱର,୫।୨(ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ପୁଡୁଚେରୀ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ର ଅଭିମୁଖେ ଗତି କରିଛି। ପ୍ରଥମ ଇନିଂସରେ ଓଡ଼ିଶା ୩୨୨ ରନ କରିଥିବାବେଳେ ପୁଡୁଚେରୀ ୨୮୪ ରନରେ ଅଲ୍‌ଆଉଟ ହୋଇଛି। ରବିବାର ତୃତୀୟ ଦିବସ ଖେଳ ଶେଷ ବେଳକୁ ଓଡ଼ିଶା ଏହାର ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୧୨୨ ରନ ସଂଗ୍ରହ କରିଛି। ଅର୍ଥାତ୍‌ ୬ ଉଇକେଟ ସୁରକ୍ଷିତ ଥାଇ ଓଡ଼ିଶା ମୋଟ ୧୬୦ ରନରେ ଅଗ୍ରଣୀଲାଭ କରିଛି। ସୋମବାର ମ୍ୟାଚର ଅନ୍ତିମ ଦିବସ। ତେଣୁ ମ୍ୟାଚରୁ ଫଳାଫଳ ମିଳିବା ସମ୍ଭାବନା କମ୍‌ ରହିଛି। ପ୍ରଥମ ଇନିଂସ ଅଗ୍ରଣୀ ରହିଥିବାରୁ ଓଡ଼ିଶା କୌଣସି ପରିସ୍ଥିତିରେ ମ୍ୟାଚ ହାତଛଡ଼ା କରିବାକୁ ଚାହିଁବ ନାହିଁ। ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱାଧୀନ ଦଳ ଅତିକମ୍‌ରେ ପ୍ରଥମ ସେସନ ବ୍ୟାଟିଂ କରିବା ଏକପ୍ରକାର ନିଶ୍ଚିତ। ଏ କ୍ଷେତ୍ରରେ ପୁଡୁଚେରୀକୁ ଟାର୍ଗେଟ ଚେଜ୍‌ କରିବାକୁ ଆଉମାତ୍ର ୨ ସେସନ ସମୟ ରହିବ। ମ୍ୟାଚ ଡ୍ର ରହିଲେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇବ।

ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୨୭/୪ରୁ ଖେଳ ଆରମ୍ଭ କରିଥିବା ପୁଡୁଚେରୀ ଅଧିନାୟକ ଅରୁଣ କାର୍ତ୍ତିକଙ୍କ ଶତକ ସତ୍ତ୍ୱେ ପ୍ରଥମ ଇନିଂସରେ ୨୮୪ ରନରେ ସୀମିତ ରହି ଯାଇଥିଲା। ପୁଡୁଚେରୀ ପକ୍ଷରୁ ଖେଳୁଥିବା ତାମିଲନାଡ଼ୁର କାର୍ତ୍ତିକ କ୍ୟାରିୟରର ୧୨ଶ ପ୍ରଥମ ଶ୍ରେଣୀ ଶତକ ପୂରଣ କରିଥିଲେ। ସେ ୧୭୫ଟି ବଲ୍‌ର ସମ୍ମୁଖୀନ ହୋଇ ୧୧୦ ରନ ସ୍କୋର କରିଥିଲେ। ମିଡିଲ ଅର୍ଡର ଓ ଲୋୟର ଅର୍ଡରରେ ଫବିଦ ଅହମଦ ୩୯, ସାଗର ଉଦେଶୀ ୩୪, କ୍ରିଷ୍ଣା ପାଣ୍ଡେ ୪୨ ଓ ରବି ଯାଦବ ୨୪ ରନ କରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ରାଜେଶ ମହାନ୍ତି, ସୁନୀଲ ରାଉଳ ଓ ହର୍ଷିତ ରାଠୋଡ ୨ଟି ଲେଖାଏ ଏବଂ ଦେବବ୍ରତ ପ୍ରଧାନ, ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ପ୍ରଥମ ଇନିଂସରେ ୩୮ ରନରେ ଅଗ୍ରଣୀ ହାସଲ କରିଥିବା ଓଡ଼ିଶାର ଦ୍ୱିତୀୟ ଇନିଂସ ଆରମ୍ଭ ଭଲ ହୋଇଥିଲା। ଦୁଇ ଓପନର ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ଓପନିଂ ଯୋଡ଼ିରେ ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ। ତେବେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଟପ୍‌ ଅର୍ଡରର ୪ ବ୍ୟାଟର ତାହାକୁ ବଡ଼ ସ୍କୋରରେ ପରିଣତ କରି ନ ପାରି ଆଉଟ ହୋଇଯିବାରୁ ୧୦୮ ରନ ମଧ୍ୟରେ ଓଡ଼ିଶା ୪ ଉଇକେଟ ହରାଇଥିଲା। ଅନୁରାଗ ୨୨, ଶାନ୍ତନୁ ୨୮, ସନ୍ଦୀପ ପଟ୍ଟନାୟକ ୧୬ ଓ ଶୁଭ୍ରାଂଶୁ ସେନାପତି ୧୯ ରନକରି ଆଉଟ ହୋଇଯାଇଥିଲେ। ଷ୍ଟମ୍ପ୍ସ ବେଳକୁ ଗୋବିନ୍ଦ ପୋଦ୍ଦାର ୧୯ ଓ ବିପ୍ଳବ ସାମନ୍ତରାୟ ୫ ରନରେ ଅପରାଜିତ ରହିଥିଲେ। ପୁଡୁଚେରୀ ପକ୍ଷରୁ ସୌରଭ ଯାଦବ, ଗୌରବ ଯାଦବ, ରବି ଯାଦବ ଓ ସାଗର ଉଦେଶୀ ଗୋଟିଏ ଲେଖାଏ ଉଇକେଟ ବାଣ୍ଟି ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?