Odisha Elections 2024
Posted inଖେଳ

ରଣ୍‌ଜୀ ଟ୍ରଫି: ଓଡ଼ିଶା ୧୬୦ ରନ୍‌ରେ ଅଗ୍ରଣୀ

ଭୁବନେଶ୍ୱର,୫।୨(ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ପୁଡୁଚେରୀ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ର ଅଭିମୁଖେ ଗତି କରିଛି। ପ୍ରଥମ ଇନିଂସରେ ଓଡ଼ିଶା ୩୨୨ ରନ କରିଥିବାବେଳେ ପୁଡୁଚେରୀ ୨୮୪ ରନରେ ଅଲ୍‌ଆଉଟ ହୋଇଛି। ରବିବାର ତୃତୀୟ ଦିବସ ଖେଳ ଶେଷ ବେଳକୁ ଓଡ଼ିଶା ଏହାର ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୧୨୨ ରନ ସଂଗ୍ରହ କରିଛି। ଅର୍ଥାତ୍‌ ୬ ଉଇକେଟ ସୁରକ୍ଷିତ ଥାଇ ଓଡ଼ିଶା ମୋଟ ୧୬୦ ରନରେ ଅଗ୍ରଣୀଲାଭ କରିଛି। ସୋମବାର ମ୍ୟାଚର ଅନ୍ତିମ ଦିବସ। ତେଣୁ ମ୍ୟାଚରୁ ଫଳାଫଳ ମିଳିବା ସମ୍ଭାବନା କମ୍‌ ରହିଛି। ପ୍ରଥମ ଇନିଂସ ଅଗ୍ରଣୀ ରହିଥିବାରୁ ଓଡ଼ିଶା କୌଣସି ପରିସ୍ଥିତିରେ ମ୍ୟାଚ ହାତଛଡ଼ା କରିବାକୁ ଚାହିଁବ ନାହିଁ। ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱାଧୀନ ଦଳ ଅତିକମ୍‌ରେ ପ୍ରଥମ ସେସନ ବ୍ୟାଟିଂ କରିବା ଏକପ୍ରକାର ନିଶ୍ଚିତ। ଏ କ୍ଷେତ୍ରରେ ପୁଡୁଚେରୀକୁ ଟାର୍ଗେଟ ଚେଜ୍‌ କରିବାକୁ ଆଉମାତ୍ର ୨ ସେସନ ସମୟ ରହିବ। ମ୍ୟାଚ ଡ୍ର ରହିଲେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇବ।

ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୨୭/୪ରୁ ଖେଳ ଆରମ୍ଭ କରିଥିବା ପୁଡୁଚେରୀ ଅଧିନାୟକ ଅରୁଣ କାର୍ତ୍ତିକଙ୍କ ଶତକ ସତ୍ତ୍ୱେ ପ୍ରଥମ ଇନିଂସରେ ୨୮୪ ରନରେ ସୀମିତ ରହି ଯାଇଥିଲା। ପୁଡୁଚେରୀ ପକ୍ଷରୁ ଖେଳୁଥିବା ତାମିଲନାଡ଼ୁର କାର୍ତ୍ତିକ କ୍ୟାରିୟରର ୧୨ଶ ପ୍ରଥମ ଶ୍ରେଣୀ ଶତକ ପୂରଣ କରିଥିଲେ। ସେ ୧୭୫ଟି ବଲ୍‌ର ସମ୍ମୁଖୀନ ହୋଇ ୧୧୦ ରନ ସ୍କୋର କରିଥିଲେ। ମିଡିଲ ଅର୍ଡର ଓ ଲୋୟର ଅର୍ଡରରେ ଫବିଦ ଅହମଦ ୩୯, ସାଗର ଉଦେଶୀ ୩୪, କ୍ରିଷ୍ଣା ପାଣ୍ଡେ ୪୨ ଓ ରବି ଯାଦବ ୨୪ ରନ କରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ରାଜେଶ ମହାନ୍ତି, ସୁନୀଲ ରାଉଳ ଓ ହର୍ଷିତ ରାଠୋଡ ୨ଟି ଲେଖାଏ ଏବଂ ଦେବବ୍ରତ ପ୍ରଧାନ, ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ପ୍ରଥମ ଇନିଂସରେ ୩୮ ରନରେ ଅଗ୍ରଣୀ ହାସଲ କରିଥିବା ଓଡ଼ିଶାର ଦ୍ୱିତୀୟ ଇନିଂସ ଆରମ୍ଭ ଭଲ ହୋଇଥିଲା। ଦୁଇ ଓପନର ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ଓପନିଂ ଯୋଡ଼ିରେ ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ। ତେବେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଟପ୍‌ ଅର୍ଡରର ୪ ବ୍ୟାଟର ତାହାକୁ ବଡ଼ ସ୍କୋରରେ ପରିଣତ କରି ନ ପାରି ଆଉଟ ହୋଇଯିବାରୁ ୧୦୮ ରନ ମଧ୍ୟରେ ଓଡ଼ିଶା ୪ ଉଇକେଟ ହରାଇଥିଲା। ଅନୁରାଗ ୨୨, ଶାନ୍ତନୁ ୨୮, ସନ୍ଦୀପ ପଟ୍ଟନାୟକ ୧୬ ଓ ଶୁଭ୍ରାଂଶୁ ସେନାପତି ୧୯ ରନକରି ଆଉଟ ହୋଇଯାଇଥିଲେ। ଷ୍ଟମ୍ପ୍ସ ବେଳକୁ ଗୋବିନ୍ଦ ପୋଦ୍ଦାର ୧୯ ଓ ବିପ୍ଳବ ସାମନ୍ତରାୟ ୫ ରନରେ ଅପରାଜିତ ରହିଥିଲେ। ପୁଡୁଚେରୀ ପକ୍ଷରୁ ସୌରଭ ଯାଦବ, ଗୌରବ ଯାଦବ, ରବି ଯାଦବ ଓ ସାଗର ଉଦେଶୀ ଗୋଟିଏ ଲେଖାଏ ଉଇକେଟ ବାଣ୍ଟି ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରସିବି ଫାଇନାଲ୍‌ ଯିବା ନିଶ୍ଚିତ! ଏହି ରେକର୍ଡ କହୁଛି ସବୁକିଛି

ନୂଆଦିଲ୍ଲୀ,୨୦।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୋଟିଏ ପ୍ରତିଶତ ଆଶାକୁ ୧୦୦ ପ୍ରତିଶତରେ ପରିଣତ କରି ଆଇପିଏଲ ୨୦୨୪ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି।...

ଧୋନୀଙ୍କ ଅବସରକୁ ନେଇ ଆସିଲା ବଡ଼ ଅପଡେଟ୍‌: ଜାଣନ୍ତୁ କେବେ ସିଏସ୍‌କେକୁ କହିବେ ବାଏ ବାଏ

ଚେନ୍ନାଇ,୨୦।୫: ଚେନ୍ନାଇ ସୁପର କିଙ୍ଗ୍ସର ଏମଏସ ଧୋନୀ ସବୁଠାରୁ ସଫଳ ଅଧିନାୟକ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ପାଞ୍ଚଟି ଆଇପିଏଲ ଟ୍ରଫି ଜିତିଛି। କିନ୍ତୁ ଏହି...

ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି

ନୂଆଦିଲ୍ଲୀ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଶେଷ ଲିଗ ମ୍ୟାଚରେ...

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ...

ଏବେ ତୁମେ କେମିତି ଅନୁଭବ କରୁଛ ମା’? ଶେଷ ଓଭର ପରେ ଘରକୁ ଫୋନ କଲେ ୟଶ ଦୟାଲ

ନୂଆଦିଲ୍ଲୀ,୧୯।୫: କେବଳ ଜଣେ ମା’ ନିଜ ସନ୍ତାନର ଅସହାୟତା ଏବଂ ସୁଖକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅନୁଭବ କରିପାରନ୍ତି। ୪୦୫ ଦିନ ପୂର୍ବେ, ରିଙ୍କୁ ସିଂ...

ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ...

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ...

CSKର ପରାଜୟକୁ ହଜମ କରିପାରିଲେନି ରାୟୁଡୁ, ଅଧାରୁ ଛାଡିଲେ ମାଇକ…

ନୂଆଦିଲ୍ଲୀ,୧୯।୫: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଦଳ। ଏହି ଦଳ ପାଞ୍ଚ ଥର ଟାଇଟଲ ଜିତିଛି ଏବଂ ପ୍ଲେ ଅଫରେ ସର୍ବାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri