ପୋଖରୀରୁ ମାଛ ଧରିବାକୁ ନେଇ ରାଣିଗାଁ ଅଶାନ୍ତ: ମହିଳା ସଂଘକୁ ଗ୍ରାମବାସୀଙ୍କ ବିରୋଧ, ପୂରା ଘଟଣା ଜାଣିଲେ…

ପୁରୁଷୋତ୍ତମପୁର,୬।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ରକରି ତିନିଦିନ ହେଲା ଲାଗିରହିଥିବା ବିବାଦ ଶୁକ୍ରବାର ଉଗ୍ର ରୂପ ନେଇଛି । ଗୁଣେଶ୍ବର ମହିଳା ସଂଘ(ଏସଏଚଜି)ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଫଳରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ବିନୋଦ କୁମାର ବେହେରା, ଏସଡିପିଓ ସୁଜିତକୁମାର ନାୟକ, ଆଇଆଇସି କୁଳମଣି ସେଠୀ , ପୋଲିସ ଫୋର୍ସ ଗ୍ରାମରେ ପହଞ୍ଚି ସରପଞ୍ଚ ଏନ ଭାସ୍କରଦୋରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏଲ ବାଲ୍ୟାଙ୍କ ସମେତ ଉଭୟ ପକ୍ଷଙ୍କୁ ନେଇ ବୁଝାସୁଝା କରିଛନ୍ତି। ଫଳରେ ପରିସ୍ଥିତି ଏକ ପ୍ରକାର ନିୟନ୍ତ୍ରଣାଧିନ ରହିଛି । ଗ୍ରାମରେ ଶାନ୍ତି ପ୍ରତିଷ୍ଠା ଲାଗି ଉଭୟ ପକ୍ଷଙ୍କୁ ନେଇ ଶାନ୍ତିକମିଟି ଗଠନ କରି ବୁଧବାର ଦିନ ମାଛଧରିବା ଲାଗି ସ୍ଥିର କରାଯାଇଥିଲା। ଏଥିରେ ମହିଳା ସଂଘର ଖର୍ଚ୍ଚ ଓ ତଦାରଖର ଟଙ୍କା ସମେତ ଲଭାଶଂର ୬୦ ପ୍ରତିଶତ ଦିଆଯିବା ସହ ୪୦ ପ୍ରତିଶତ ଗ୍ରାମରେ ଥିବା ମୁକ୍ତେଶ୍ବର ମନ୍ଦିର ଉନ୍ନୟନ ଲାଗି ଦିଆଯିବା ନେଇ ଏକ ପ୍ରକାରର ସ୍ଥିର କରାଯାଇଛି ।

ସୂଚନାଯୋଗ୍ୟ, ଗ୍ରାମରେ ଥିବା ସମସ୍ତ ପୋଖରୀକୁ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ନିଜ ଅଧୀନରେ ରଖି ତାହାର ଲାଭାଶଂ ମନ୍ଦିର ଉନ୍ନୟନରେ ବିନିଯୋଗ କରିଆସୁଥିଲେ । ମାତ୍ର ସରକାର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଯୋଜନା କରିଥିବା ପ୍ରକାରେ ଗତବର୍ଷ ମାଛ ଚାଷ ଲାଗି ପୋଖରୀକୁ ଅନୁସୂଚିତଜାତି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ନିୟମ ପ୍ରକାରେ ଲିଜ୍‌ ଦିଆଯାଇଥିଲା । ଜୁଲାଇ ମାସରେ ସେମାନେ ପୋଖରୀରେ ମାଛ ଯାହାଂଳ ଛାଡିଥିଲେ । ଏହାକୁ ନେଇ କିଛି ଗ୍ରାମବାସୀ ଅଭିଯୋଗ ଉଠାଇଥଲେ। ଏପରିକି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାକୁ ନେଇ ବିଡିଓ ଶରତକୁମାର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ହାଇକୋର୍ଟରେ କରାଯାଇଥିବା ମାମଲା ପ୍ରକାରେ ନିଲାମ କାର୍ଯ୍ୟ ଠିକ ହୋଇଛି କି ନାହିଁ ସେଥିନେଇ ଜଣାଇବା ସକାଶେ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ସରପଞ୍ଚ, ଥାନା ଆଇଆଇସି, ସରପଞ୍ଚ, ଅଭିଯୋଗକାରୀ,କର୍ମଚାରୀ ଓ ଉଭୟ ପକ୍ଷଙ୍କ ଉପସ୍ଥିତିରେ ନିଲାମ ପ୍ରକ୍ରିୟାର ସମସ୍ତ ବିଷୟର କାଗଜପତ୍ର ମାନ ଯାଞ୍ଚ କରିବାବେଳେ ସବୁଠିକ୍‌ ରହିଥିବାର ଦେଖିବାକୁ ମିଳିଥିଲା । ଏଥିନେଇ ହାଇକୋର୍ଟଙ୍କୁ ଜଣାଯାଇଥିଲା। ମାତ୍ର ମାଛ ଧରିବା ବନ୍ଦ ଲାଗି ହାଇକୋର୍ଟଙ୍କ ପକ୍ଷରୁ ସେମିତି କିଛି ନିର୍ଦ୍ଦେଶ ଆସିନାହିଁ । ଯେହେତୁ ମହିଳାସଂଘ ନିୟମ ପ୍ରକାରେ ଲିଜ୍‌ନେଇ ଯାହାଂଳ ଛାଡି ଚାଷ କରିଛନ୍ତି । ଏଣୁ ସେମାନେ ମାଛଧରିବାର ଅଧିକାର ରହିଛି ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ମଘା ନକ୍ଷତ୍ରରେ ଅଛନ୍ତି କେତୁ: ଡିସେମ୍ବର ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଚାକିରି-ବ୍ୟବସାୟରେ…

ବୈଦିକ ଜ୍ୟୋତିଷ ଅନୁସାରେ କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ବର୍ତ୍ତମାନ କେତୁ ମଘା ନକ୍ଷତ୍ରରେ ରହିଛନ୍ତି ଏବଂ ୫ ଡିସେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri