ବିଶ୍ୱାସ କରିପାରୁନାହାନ୍ତି ରଣବୀର

ଗତ କିଛି ବର୍ଷ ମଧ୍ୟରେ ରଣବୀର ସିଂ ନିଜକୁ ଜଣେ ଲୋକପ୍ରିୟ ଅଭିନେତା ଭାବରେ ପ୍ରତିପାଦିତ କରିସାରିଛନ୍ତି। ଯେ କୌଣସି ଭୂମିକା ହେଉ ତାହାକୁ ବେଶ୍‌ ସୁଚାରୂ ରୂପେ ତୁଲାଉଛନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି, ଯାହାକୁ ସେ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଅସଲ କଥା ହେଲା ଦକ୍ଷିଣ ଭାରତୀୟ ସିନେମାର ନାମୀ ନିର୍ଦ୍ଦେଶକ ଶଙ୍କରଙ୍କ ସହ କିଏ ବା କାମ ନ କରିବାକୁ ଚାହେଁ। ଯେତେବେଳେ ତାଙ୍କ ଫିଲ୍ମରେ ଆକ୍ଟିଂ କରିବାକୁ ରଣବୀରଙ୍କୁ ଯୋଗାଯୋଗ କରାଗଲା, ତାହାକୁ ସେ ସହଜରେ ବିଶ୍ୱାସ କରିପାରି ନ ଥିଲେ। ଏ ନେଇ ରଣବୀର କହନ୍ତି, ‘ଶଙ୍କରଙ୍କ ପରି ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ଭାଗ୍ୟରେ ଥିଲେ ମିଳେ। ଯେତେବେଳେ ମୋତେ ଏହି ଅଫର ମିଳିଲା ସେତେବେଳେ ଏହାକୁ ମୁଁ ସହଜରେ ବିଶ୍ୱାସ କରିପାରି ନ ଥିଲି। କାରଣ ତାଙ୍କ ପରି ନିର୍ଦ୍ଦେଶକଙ୍କଠାରୁ ଅଭିନୟ ବିଷୟରେ ଅନେକ କିଛି ଶିଖିବାର ଅଛି। ତେଣୁ ଏପରି ସୁଯୋଗକୁ ମୁଁ କଦାପି ହାତଛଡା କରିବାକୁ ଚାହୁଁ ନ ଥିଲି। ଅଫରଟି ପାଇବା ପରେ ମୁଁ ଏତେ ଖୁସି ହୋଇଯାଇଥିଲି ଯେ ସାଙ୍ଗେ ସାଙ୍ଗେ ହଁ ଭରିଥିଲି।’ ଫିଲ୍ମଟିର ଟାଇଟଲ ରହିଛି ‘ଅପରିଚିତ’। ତାମିଲ ସିନେମା ‘ଆନ୍ନିୟାନ’ରୁ ଏହା ରିମେକ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ହାତରେ ଆଉ ଏକ ହଲିଉଡ୍ ଅଫର

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଖୁବ୍‌ଶୀଘ୍ର ହିନ୍ଦୀ ସିନେମାରେ ପୁଣିଥରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଥିଲା । ଏବେ କିନ୍ତୁ ପ୍ରିୟଙ୍କା ନିଜେ...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

ଚର୍ଚ୍ଚାରେ ଜାହ୍ନବୀ

ବମ୍ବେ: ଅଭିନେତା ଇଶାନ୍‌ ଖଟ୍ଟରଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ଆଜିକାଲି ଚର୍ଚ୍ଚାରେ। ଏହା ପଛରେ କାରଣ...

ବିନା ଅନୁମତିରେ ବିଜ୍ଞାପନରେ ଅଭିନେତ୍ରୀଙ୍କ ଫଟୋ ଦେଇ କ୍ଷମା ମାଗିଲା ଫ୍ୟାଶନ କମ୍ପାନୀ

ମୁମ୍ବାଇ: ‘ଶୁଭମଙ୍ଗଳ ଜ୍ୟାଦା ସାବ୍‌ଧାନ’ର ଅଭିନେତ୍ରୀ ମାନଭି ଗାଗାରୁଙ୍କୁ ଏକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀ କ୍ଷମା ମାଗିଛି। ମାନ୍‌ଭିଙ୍କ ବିନା ଅନୁମତିରେ ଏକ କମ୍ପାନୀ ବିଜ୍ଞାପନ...

ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ ଧାରାବାହିକ ‘କୁଣ୍ଡଲୀ ଭାଗ’ର ଅଭିନେତ୍ରୀ ରୁଚି ସବର୍ନ। ଗଣେଷ ଚତୁର୍ଥୀର ଶୁଭ ଅବସରରେ ସେ ପ୍ରଶଂସକଙ୍କ ସହ ଖୁସି...

ରାଜଙ୍କୁ ମିଳିଲାନି ଜାମିନ

ମୁମ୍ବାଇ,୨୮।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ବା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା କୁନ୍ଦ୍ରାଙ୍କ...

ଥାନାରେ ପହଞ୍ଚିଲେ ସୁରଜ ପଞ୍ଚୋଲି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁରଜ ପଞ୍ଚୋଲି। ଦିଶାଙ୍କ ମୃତ୍ୟୁ ପଛରେ...

ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେବ ‘ଲଗେ ରହୋ ମୁନ୍ନା ଭାଇ’

ମୁମ୍ବାଇ: ଚଳିତ ବର୍ଷ ନଭେମ୍ବର ୨୩-୨୫ ମଧ୍ୟରେ ଆୟୋଜିତ ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହେବ ବଲିଉଡ୍‌ ମୁଭି ‘ଲଗେ ରହୋ...

Advertisement
Seven Jackpot


Archives

Model This Week