ପ୍ରତିଦିନ ୪୦ଟା ଅଣ୍ଡା ଖାଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ସାଉଥ୍‌ ସୁପରଷ୍ଟାର ରାଣା ଡାଗୁବତୀ ଡିସେମ୍ବର ୧୪ ଅର୍ଥାତ୍‌ ଆଜି ତାଙ୍କ ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚାରିଆଡୁ ତାଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟୁଛି। ଦକ୍ଷିଣ ଭାରତୀୟ ଫିଲ୍ମ ଜଗତ ଠାରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ରାଣା। ଫିଲ୍ମ କ୍ୟାରିୟରରେ ଅନେକ ଚରିତ୍ରରେ ନଜର ଆସିଥିଲେ ମଧ୍ୟ ସୁପରହିଟ୍‌ ଫିଲ୍ମ ବାହୁବଳୀରେ ଭଲାଲଦେବ ଭୂମିକା ସବୁଠୁ ନିଆରା ଥିଲା। ଏହି ଚରିତ୍ର ପାଇଁ ରାଣା କଠିନ ପରିଶ୍ରମ କରିଥିଲେ। କୁହାଯାଏ ଯେ ଭଲାଲଦେବଙ୍କ ଭୂମିକା ପାଇଁ ରାଣାଙ୍କୁ ପ୍ରତିଦିନ ୪୦୦୦ କ୍ୟାଲୋରୀଜ୍‌ ଖାଇବାକୁ ପଡୁଥିଲା। ଏଥିପାଇଁ ରାଣା ଦିନକୁ ୪୦ଟି ଅଣ୍ଡା ଖାଉଥିଲେ। ଏହା ବ୍ୟତୀତ ସେ ଜିମରେ ପ୍ରତିଦିନ ୮ ଘଣ୍ଟା ଝାଳ କରୁଥିଲେ। ଜଣେ ସାଧାରଣ ଲୋକ ଦୈନିକ କେବଳ ତିନିଥର ଖାଏ, କିନ୍ତୁ ରାଣା ଭଲାଲଦେବ ହେବା ପାଇଁ ଗୋଟିଏ ଦିନରେ ଆଠ ଥର ଖାଉଥିଲେ। ପ୍ରତି ଦୁଇ ଘଣ୍ଟାରେ ଭାତ ଖାଉଥିଲେ। ଏହି ଭୂମିକା ପାଇଁ ସେ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବଢାଇଥିଲେ। ନିକଟରେ ସେ ମିହିକା ବଜାଜଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆୟୋଜକ ପାକିସ୍ତାନୀ ବୋଲି ଆମେରିକା ଇଭେଣ୍ଟ୍‌ ରଦ୍ଦ କଲେ ସଲମାନ୍‌

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହେବାକୁ ଥିବା ଏକ ଲାଇଭ୍‌ ଇଭେଣ୍ଟରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ଏହି ଇଭେଣ୍ଟକୁ...

ଦିଭିସା ହର୍ବାଲ କେୟାର ସହ ଯୋଡ଼ି ହେଲେ ରବିନା ଟଣ୍ଡନ

ଚଣ୍ଡିଗଡ,୨୨ା୬: ଦିଭିସା ହର୍ବାଲ କେୟାର ଲିମିଟେଡ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ନିଜ ଆୟୁର୍ବେଦିକ ଟନିକ ବ୍ରାଣ୍ଡ ‘ସଚ୍ଚି ସହେଲୀ’ ଲାଗି ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ...

ରିୟା @ ୩୩: ପ୍ରଯୋଜିକା ଭାବେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ଝିଅ ରିୟା କପୁର ମାର୍ଚ୍ଚ ୫ରେ ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି। ମୁମ୍ବାଇରେ ଜନ୍ମିତ...

ଅନୁଷ୍କାଙ୍କ ବଡିଗାର୍ଡଙ୍କ ମାସିକ ଦରମା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ସେଲିବ୍ରିଟିମାନେ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସେମାନେ ଯେଉଁଆଡ଼େ ଯାଆନ୍ତି, ହଜାର ହଜାର ପ୍ରଶଂସକ ସେମାନଙ୍କୁ ଦେଖିବା ପାଇଁ ଭିଡ଼ ଜମାନ୍ତି।...

କାହିଁକି ଐଶ୍ୱର୍ଯ୍ୟାଙ୍କ କାନରୁ ବାହାରିଥିଲା ରକ୍ତ

ମୁମ୍ବାଇ: ଫିଲ୍ମର ଶୁଟିଂ ସେଟ୍‌ରେ ଆହତ ହେବା ସାଧାରଣ କଥା। ଶୁଟିଂ କରିବା ସମୟରେ କେତେକ ଅଭିନେତ୍ରୀ ଅଭିନେତା ଆହତ ହୋଇଥାନ୍ତି। ଏହାପରେ ବି ସେମାନେ...

ସୁଶାନ୍ତଙ୍କ ଘରୁ ମିଳିଛି ପାଞ୍ଚଟି ଡାଏରୀ, ଲେଖିଥିଲେ ମନ କଥା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କ ନିଧନକୁ ଗ୍ରହଣ କରିପାରୁ...

ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌ରେ ଝାଡୁ କରୁଥିବା ଯୁବକ ଏବେ ପ୍ରତିଯୋଗୀ: ତାଙ୍କ ସ୍ବର ଶୁଣି କାନ୍ଦିପକାଇଲେ ଜଜ୍‌

ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’‘ଇଣ୍ଡିଆନ୍‌ ଆଇଡଲ୍‌’ର ଆଗାମୀ ସିଜିନ୍‌ ଏବେ ଚର୍ଚ୍ଚାରେ ରହିଛି। ଏଥର ଶୋ’ରେ ବହୁ ପ୍ରତିଭାବାନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି। ଶୋ’ର...

ସମସ୍ତଙ୍କୁ ହସାଇବା ହିଁ ଲକ୍ଷ୍ୟ: ଅଭିନେତା ଋଷି ପଟ୍ଟନାୟକ

ଅଭିନେତା, ପ୍ରଯୋଜକ ଏବଂ ସାମାଜିକ କର୍ମୀ ଋଷି ପଟ୍ଟନାୟକ। ୧୩ବର୍ଷ ବୟସରୁ ହିନ୍ଦୀ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ଲଗାତର ଦୁଇଥର ଶ୍ରେଷ୍ଠ...

Advertisement
Seven Jackpot


Archives

Model This Week