ଉତ୍ତର ଭାରତରେ ରାମରାଜ ଇନର ଓ୍ବେର ରେଞ୍ଜ

ନୂଆଦିଲ୍ଲୀ,୧୫।୧: ଦେଶର ପାରମ୍ପରିକ ତଥା ସାଂସ୍କୃତିକ ପୋଷାକର ଏକ ପ୍ରମୁଖ ବା ପ୍ରିମିୟମ ବ୍ରାଣ୍ଡ୍‌ ‘ରାମରାଜ କଟନ୍‌’ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର)ରେ ବ୍ରାଣ୍ଡ୍‌ର ଇନର ଓ୍ବେର ରେଞ୍ଜ ଯଥା ଭେଷ୍ଟସ, ବ୍ରିଫସ, ଟ୍ରଙ୍କସ ଏବଂ ବକ୍ସର୍ସ ବର୍ଗର ବିସ୍ତାରିତ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପୁରୁଷ ବର୍ଗର ପ୍ରମୁଖ ବସ୍ତ୍ର ତଥା ଉଚ୍ଚମାନର ଭେଷ୍ଟ, ବ୍ରିଫ୍‌, ଟ୍ରଙ୍କ୍‌ ଏବଂ ବକ୍ସର ଭାବେ ଜଣାଶୁଣା ଏହି ବ୍ରାଣ୍ଡ୍‌ ଦକ୍ଷିଣ ଭାରତରେ ନିଜକୁ ପ୍ରତିଷ୍ଠିତ କରିବା ପରେ ବର୍ତ୍ତମାନ ବ୍ରାଣ୍ଡ୍‌ର ବୃଦ୍ଧି ପାଉଥିବା ଚାହିଦା ଏବଂ ସମାନ ଗୁଣବତ୍ତାକୁ ନେଇ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର) ରେ ଏକ ପ୍ରିମିୟମ ଇନର ଓ୍ବେର ବ୍ରାଣ୍ଡ୍‌ ଭାବେ ସଫଳତାର ସହିତ ବିସ୍ତାରିତ ହେବାକୁ ଯାଉଛି। ସେହିଭଳି ଏହି ଅଞ୍ଚଳ ଭିତରେ ଏକ ବିରାଟ ଉପସ୍ଥିତିକୁ ନେଇ ରାମରାଜ କଟନ୍‌ର ଇନର ଓ୍ବେର ବ୍ରାଣ୍ଡ୍‌ ୩୦୦ରୁ ଅଧିକ ଏକ୍ସକ୍ଲୁସିଭ ଆଉଟଲେଟ ସହିତ ୧୫,୦୦୦ ରୁ ଊର୍ଦ୍ଧ୍ୱ ଖୁଚୁରା ସହଯୋଗୀଙ୍କ ଜରିଆରେ ବ୍ୟବସାୟ କରୁଛି। ଅପରପକ୍ଷରେ ଭାରତୀୟ କ୍ରିକେଟିୟର ଶ୍ରେୟସ ଆୟାରଙ୍କ ଦ୍ୱାରା ଅନୁମୋଦିତ ଏହି ବ୍ରାଣ୍ଡର ମାନକଶୈଳୀ ତଥା ବିଶ୍ୱସନୀୟତାକୁ ଧରି ରଖି ଗ୍ରାହକମାନଙ୍କ ମଧ୍ୟରେ ଏହା ବେଶ ଆଦୃତ ହୋଇପାରିଛି।ଏ ସମ୍ପର୍କରେ ରାମରାଜ କଟନର ଏମଡି ବି ଆର ଅରୁଣ ଈଶ୍ୱର କହିଥିଲେ, ରାମରାଜ ଇନର ୱେର ବେଶ ଅତୁଳନୀୟ, ଆରାମଦାୟକ, ସ୍ଥାୟୀ ଗୁଣବତ୍ତା ତଥା ସୁଲଭତାକୁ ପ୍ରାଥମିକାତ ପ୍ରଦାନ କରିବା ସହିତ ବ୍ରାଣ୍ଡର ଉତ୍ପାଦ ବିତରଣ ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ରହିଛି। ଏପରିକି ଏକ ପାରମ୍ପରିକ ସମ୍ଭାର ପରି ଯାହା ଆଭ୍ୟନ୍ତରିଣ ପୋଷାକକୁ ପ୍ରିମିୟମ କିମ୍ବା ସଠିକ୍‌ ମୂଲ୍ୟ ଯୁକ୍ତ ବର୍ଗରେ ବିଭକ୍ତ କରିଥାଏ। ସେଥିପାଇଁ ରାମରାଜ ଏକ ନିଆରା ମଧ୍ୟମ ସ୍ଥାନ ପ୍ରଦାନକାରୀ ସହ ବିଭିନ୍ନ ଗ୍ରାହକ ଆଧାରର ଉଚ୍ଚ-ଗୁଣାତ୍ମକ ଉତ୍ପାଦ ପ୍ରଦାନର ଆବଶ୍ୟକତାକୁ ପୂରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri