ଉତ୍ତର ଭାରତରେ ରାମରାଜ ଇନର ଓ୍ବେର ରେଞ୍ଜ

ନୂଆଦିଲ୍ଲୀ,୧୫।୧: ଦେଶର ପାରମ୍ପରିକ ତଥା ସାଂସ୍କୃତିକ ପୋଷାକର ଏକ ପ୍ରମୁଖ ବା ପ୍ରିମିୟମ ବ୍ରାଣ୍ଡ୍‌ ‘ରାମରାଜ କଟନ୍‌’ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର)ରେ ବ୍ରାଣ୍ଡ୍‌ର ଇନର ଓ୍ବେର ରେଞ୍ଜ ଯଥା ଭେଷ୍ଟସ, ବ୍ରିଫସ, ଟ୍ରଙ୍କସ ଏବଂ ବକ୍ସର୍ସ ବର୍ଗର ବିସ୍ତାରିତ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପୁରୁଷ ବର୍ଗର ପ୍ରମୁଖ ବସ୍ତ୍ର ତଥା ଉଚ୍ଚମାନର ଭେଷ୍ଟ, ବ୍ରିଫ୍‌, ଟ୍ରଙ୍କ୍‌ ଏବଂ ବକ୍ସର ଭାବେ ଜଣାଶୁଣା ଏହି ବ୍ରାଣ୍ଡ୍‌ ଦକ୍ଷିଣ ଭାରତରେ ନିଜକୁ ପ୍ରତିଷ୍ଠିତ କରିବା ପରେ ବର୍ତ୍ତମାନ ବ୍ରାଣ୍ଡ୍‌ର ବୃଦ୍ଧି ପାଉଥିବା ଚାହିଦା ଏବଂ ସମାନ ଗୁଣବତ୍ତାକୁ ନେଇ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର) ରେ ଏକ ପ୍ରିମିୟମ ଇନର ଓ୍ବେର ବ୍ରାଣ୍ଡ୍‌ ଭାବେ ସଫଳତାର ସହିତ ବିସ୍ତାରିତ ହେବାକୁ ଯାଉଛି। ସେହିଭଳି ଏହି ଅଞ୍ଚଳ ଭିତରେ ଏକ ବିରାଟ ଉପସ୍ଥିତିକୁ ନେଇ ରାମରାଜ କଟନ୍‌ର ଇନର ଓ୍ବେର ବ୍ରାଣ୍ଡ୍‌ ୩୦୦ରୁ ଅଧିକ ଏକ୍ସକ୍ଲୁସିଭ ଆଉଟଲେଟ ସହିତ ୧୫,୦୦୦ ରୁ ଊର୍ଦ୍ଧ୍ୱ ଖୁଚୁରା ସହଯୋଗୀଙ୍କ ଜରିଆରେ ବ୍ୟବସାୟ କରୁଛି। ଅପରପକ୍ଷରେ ଭାରତୀୟ କ୍ରିକେଟିୟର ଶ୍ରେୟସ ଆୟାରଙ୍କ ଦ୍ୱାରା ଅନୁମୋଦିତ ଏହି ବ୍ରାଣ୍ଡର ମାନକଶୈଳୀ ତଥା ବିଶ୍ୱସନୀୟତାକୁ ଧରି ରଖି ଗ୍ରାହକମାନଙ୍କ ମଧ୍ୟରେ ଏହା ବେଶ ଆଦୃତ ହୋଇପାରିଛି।ଏ ସମ୍ପର୍କରେ ରାମରାଜ କଟନର ଏମଡି ବି ଆର ଅରୁଣ ଈଶ୍ୱର କହିଥିଲେ, ରାମରାଜ ଇନର ୱେର ବେଶ ଅତୁଳନୀୟ, ଆରାମଦାୟକ, ସ୍ଥାୟୀ ଗୁଣବତ୍ତା ତଥା ସୁଲଭତାକୁ ପ୍ରାଥମିକାତ ପ୍ରଦାନ କରିବା ସହିତ ବ୍ରାଣ୍ଡର ଉତ୍ପାଦ ବିତରଣ ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ରହିଛି। ଏପରିକି ଏକ ପାରମ୍ପରିକ ସମ୍ଭାର ପରି ଯାହା ଆଭ୍ୟନ୍ତରିଣ ପୋଷାକକୁ ପ୍ରିମିୟମ କିମ୍ବା ସଠିକ୍‌ ମୂଲ୍ୟ ଯୁକ୍ତ ବର୍ଗରେ ବିଭକ୍ତ କରିଥାଏ। ସେଥିପାଇଁ ରାମରାଜ ଏକ ନିଆରା ମଧ୍ୟମ ସ୍ଥାନ ପ୍ରଦାନକାରୀ ସହ ବିଭିନ୍ନ ଗ୍ରାହକ ଆଧାରର ଉଚ୍ଚ-ଗୁଣାତ୍ମକ ଉତ୍ପାଦ ପ୍ରଦାନର ଆବଶ୍ୟକତାକୁ ପୂରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଜିଓର ଡିଜିଟାଲ କ୍ରାନ୍ତି

ଭୁବନେଶ୍ୱର,୮।୨ (ଅଭୟ ଦାଶ): ରିଲାଏନ୍ସ ଜିଓର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଖୁବ୍‌ କମ୍‌ ସମୟ ମଧ୍ୟରେ ଓଡ଼ିଶାର ସମସ୍ତ...

୧୪ରୁ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ଅରିଜିନ୍‌ ଏସ୍‌ୟୁଭିର ବୁକିଂ

ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପର ଇଲେକ୍ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ୍‌ର ବହୁ ପ୍ରତୀକ୍ଷିତ ଏକ୍ସଇଭି ୯ଇ ଏବଂ ବିଇ୬ର ଅନାବରଣ...

ସୌରଶକ୍ତି କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୨: ଭାରତ ୧୦୦ ଗିଗାୱାଟ୍‌ ସୌର ଶକ୍ତି କ୍ଷମତା ଅତିକ୍ରମକରି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର...

ଏହି ଅଜଣା ବ୍ୟକ୍ତିଙ୍କ ନାମରେ ୫୦୦ କୋଟି ଟଙ୍କା ଛାଡ଼ି ଯାଇଛନ୍ତି ରତନ ଟାଟା, ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ,୭।୨: ନିକଟରେ ରତନ ଟାଟାଙ୍କ ଇଚ୍ଛାପତ୍ରରେ ଏଭଳି ଏକ ଖୁଲାସା ହୋଇଥିଲା, ଯାହାକି ବ୍ୟବସାୟ ସହ ଜଡ଼ିତ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରକୃତରେ, ରତନ...

Post Office Scheme: ମାତ୍ର ୧୦୦୦ଟଙ୍କା ନିବେଶ କଲେ ମାସକୁ ମିଳିବ ୨୫ହଜାର ଟଙ୍କା, ଏହି ସ୍କିମ୍‌ କରିବ ମାଲାମାଲ୍‌

ଆପଣ ପ୍ରତି ମାସରେ ୨୫ହଜାର ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ଡାକ ବିଭାଗର ଏହି ଦମଦାର ଯୋଜନା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।...

ମିଡିଲକ୍ଲାସଙ୍କ ବଲ୍ଲେ ବଲ୍ଲେ! ଆୟକର ଛାଡ ପରେ ବଡ଼ ଘୋଷଣା, ଏବେ ସହଜ ହେବ…

ନୂଆଦିଲ୍ଲୀ,୭।୨: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ସଞ୍ଜୟ ମାଲହୋତ୍ରା ଆଜି ମୁଦ୍ରା କମିଟି ବୈଠକରେ ରେପୋ ହାରରେ ୨୫ ବେସିସ ପଏଣ୍ଟ କିମ୍ବା 0.୨୫ ପ୍ରତିଶତ...

ମୁଦ୍ରା ନୀତିରେ RBIର ବଡ଼ ଘୋଷଣା, ୫ ବର୍ଷ ପରେ ରେପୋ ହାର ହ୍ରାସ

ମୁମ୍ବାଇ,୭ା୨: ଅର୍ଥନୀତିକୁ ସୁଧାରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ହାରକୁ ୨୫ ବେସିସ ପଏଣ୍ଟ ହ୍ରାସ କରି୬.୫ ପ୍ରତିଶତରୁ ୬.୨୫ ପ୍ରତିଶତ କରିଛି।...

ବାହାଘର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଆଦାନୀଙ୍କ ପୁଅ: ପ୍ରତିବର୍ଷ କରିବେ …

ନୂଆଦିଲ୍ଲୀ,୬।୨:ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେ ତାଙ୍କ ବିବାହ ପୂର୍ବରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri