Posted inଖେଳ

ସ୍ପେନ୍‌କୁ ବିଦାକଲା ମରକ୍କୋ

ଅଲ୍‌ ରାୟାନ (କାତାର), ୭।୧୨: ଚଳିତ ଫିଫା ବିଶ୍ୱକପରେ ସବୁଠାରୁ ବଡ଼ ବିସ୍ମୟ ସୃଷ୍ଟି କରିଛି ମରକ୍କୋ। ୨୦୧୦ର ଚାମ୍ପିୟନ ସ୍ପେନ୍‌କୁ ପେନାଲ୍ଟି ଶୁଟ୍‌ ଆଉଟ୍‌ ୩-୦ ଗୋଲରେ ହରାଇ ଇତିହାସ ସୃଷ୍ଟି କରିଛି। ପ୍ରଥମଥରପାଇଁ ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଏହି ଆଫ୍ରିକୀୟ ଦଳ। ଅନ୍ୟପକ୍ଷରେ ମ୍ୟାଚର ନିର୍ଦ୍ଧାରିତ ୯୦ ଓ ଅତିରିକ୍ତ ୩୦ ମିନିଟର ଖେଳରେ ଦୃଢ଼ତା ଦେଖାଇଥିବା ସ୍ପେନ୍‌ ପେନାଲ୍ଟି ଶୁଟ୍‌ ଆଉଟ ପର୍ଯ୍ୟାୟରେ ଲଜ୍ଜାଜନକ ପ୍ରଦର୍ଶନ କରି ବିଦାୟ ନେଇଛି। ମରକ୍କୋର ୩ ଜଣ ଖେଳାଳି ଗୋଲ ସ୍କୋର କରିଥିବାବେଳେ ସ୍ପେନ୍‌ର ଜଣେ ହେଲେ ଖେଳାଳି ପ୍ରତିପକ୍ଷ ଗୋଲକିପରଙ୍କୁ ଚକ୍‌ମା ଦେବାରେ ସକ୍ଷମ ହୋଇ ନ ଥିଲେ। ଫଳରେ ରାଉଣ୍ଡ ଅଫ୍‌ ୧୬ରୁ ସ୍ପେନ୍‌ର ଅଭିଯାନ ଶେଷ ହୋଇଛି। ଶୁଟ୍‌ ଆଉଟ ପର୍ଯ୍ୟାୟରେ ସ୍ପେନ୍‌ର ପାବ୍‌ଲୋ ସରବିଅ, କାର୍ଲୋସ ସୋଲେର ଓ ସର୍ଗିଓ ବସ୍‌କ୍ୱେଟ୍ସ ଗୋଲ କରିବାରେ ଅସମର୍ଥ ରହିଥିଲେ। ମରକ୍କୋ ଗୋଲକିପର ୟାସାଇନେ ବୌନେଉଙ୍କ ପ୍ରଦର୍ଶନ ଅତି ଚମତ୍କାର ରହିଥିଲା। ମରକ୍କୋର ଏହି ମ୍ୟାଚରେ ସେ ହିରୋ ସାବ୍ୟସ୍ତ ହୋଇଥିଲେ। ଅନ୍ୟପକ୍ଷରେ ମରକ୍କୋ ପକ୍ଷରୁ ଅବଦେଲାମିଦ ସାବିରି, ହାକିମ ଜିୟେଚ ଓ ଅଚରଫ ହାକିମି ଗୋଲ ଦେଇଥିବାବେଳେ କେବଳ ବଦର ବେନୋଉନ୍‌ ମିସ୍‌ କରିଥିଲେ।
ୟୁରୋପ ଓ ଦକ୍ଷିଣ ଆମେରିକା ବାହାରେ ଏକମାତ୍ର ଦଳଭାବେ ମରକ୍କୋ ଚଳିତ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହା ପୂର୍ବରୁ ଦଳ ଥରେ ମାତ୍ର ୧୯୮୬ ମେକ୍ସିକୋରେ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। କାତାରରେ ଗୋଟିଏ ପାଦ ଆଗକୁ ବଢ଼ି ଏହାର ଫୁଟବଲ ଇତିହାସକୁ ରୁଦ୍ଧିମନ୍ତ କରିଛି ମରକ୍କୋ। ପୂର୍ବ ବିଶ୍ୱକପ ୨୦୧୮ରେ ମଧ୍ୟ ସ୍ପେନ୍‌ ପେନାଲ୍ଟି ଶୁଟ୍‌ ଆଉଟରେ ରୁଷିଆଠାରୁ ହାରି ବିଦାୟ ନେଇଥିଲା। ଗତବର୍ଷର ୟୁରୋପିଆନ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ମଧ୍ୟ ଇଟାଲୀ ବିପକ୍ଷରେ ଅନୁରୂପ ଦଶା ଭୋଗିଥିଲା। ଏହାକୁ ମିଶାଇ ସ୍ପେନ୍‌ କ୍ରମାଗତ ୫ ଥର ବଡ଼ ଟୁର୍ନାମେଣ୍ଟର ନକ୍‌ଆଉଟ ମ୍ୟାଚ ଅତିରିକ୍ତ ସମୟ ପର୍ଯ୍ୟନ୍ତ ଖେଳିଥିଲା। ପୂର୍ବ ବିଶ୍ୱକପରେ ରୁଷିଆ ବିପକ୍ଷରେ ଦଳ ୧୨୦ ମିନିଟ ଖେଳିଥିବାବେଳେ ୨୦୨୦ ୟୁରୋ କପ୍‌ରେ ଏହାର ଅନ୍ୟ ୩ଟି ନକ୍‌ଆଉଟ ଗେମ୍‌ ଅତିରିକ୍ତ ସମୟ ପର୍ଯ୍ୟନ୍ତ ଯାଇଥିଲା। ଏଜୁକେଶନ ସିଟି ଷ୍ଟାଡିୟମରେ ସ୍ପେନ୍‌ ଦର୍ଶକଙ୍କ ଅପେକ୍ଷା ମରକ୍କୋ ସମର୍ଥକ ଅଧିକ ପରିମାଣରେ ଉପସ୍ଥିତ ଥିଲେ। ସେମାନଙ୍କ କୋଳାହଳ ଖେଳାଳିଙ୍କୁ ଉତ୍ସାହିତ କରିଥିଲା। ଏହା ପୂର୍ବରୁ ମରମ୍ମୋ ଗ୍ରୁପ୍‌ ପର୍ଯ୍ୟାୟରେ କ୍ରୋଏସିଆ ସହିତ ମ୍ୟାଚ ଡ୍ର ରଖିଥିବାବେଳେ ବେଲଜିୟମକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଶେଷ ମ୍ୟାଚରେ କାନାଡ଼ାକୁ ୨-୧ ଗୋଲରେ ହରାଇ କେବଳ ଯେ ଅପରାଜେୟ ରହିଥିଲା ତା’ ନୁହେଁ, ଗ୍ରୁପ୍‌ ଚାମ୍ପିୟନଭାବେ ନକ୍‌ଆଉଟରେ ପ୍ରବେଶ କରିଥିଲା। ବେଲଜିୟମକୁ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା କରିବାରେ ଏହି ଦଳର ବଡ଼ ଭୂମିକା ରହିଥିଲା। ଏବେ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବାରୁ ମରକ୍କୋ ଫୁଟବଲ ଏକ ଭିନ୍ନ ସୋପାନରେ ପହଞ୍ଚତ୍ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?