Posted inଖେଳ

ରାମୋସଙ୍କ ହ୍ୟାଟ୍ରିକ୍‌: କ୍ୱାର୍ଟରରେ ପର୍ତ୍ତୁଗାଲ

ଦୋହା,୭।୧୨: ଫରଓ୍ବାର୍ଡ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ୍‌ ବଳରେ ଆତ୍ମବିଶ୍ୱାସ ଭରା ବିଜୟ ସହିତ କ୍ୱାର୍ଟରରେ ପ୍ରବେଶ କରିଛି ପର୍ତ୍ତୁଗାଲ। ଲୁସେଲ ଷ୍ଟାଡିୟମରେ ମଙ୍ଗଳବାର ଖେଳା ଯାଇଥିବା ରାଉଣ୍ଡ ଅଫ୍‌ ୧୬ର ଅନ୍ତିମ ମ୍ୟାଚରେ ରାମୋସ ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଥିବା ବେଳେ ୬-୧ରେ ସୁଇଜରଲାଣ୍ଡକୁ ପରାସ୍ତ କରିଛି ପର୍ତ୍ତୁଗାଲ। ସେ ପ୍ରଥମ ହାଫ୍‌ରେ ଗୋଟିଏ ଗୋଲ ମାରିଥିବା ବେଳେ ଦ୍ୱିତୀୟ ହାଫ୍‌ରେ ଦୁଇଟି ଗୋଲ ଦେଇଥିଲେ। ପର୍ତ୍ତୁଗାଲ ପକ୍ଷରୁ ରାମୋସ (୧୭, ୫୧ ଓ ୬୭) ମିନିଟରେ ଗୋଲ ସ୍କୋର କରିଥିବା ବେଳେ ପେପେ (୩୩), ରାଫେଲୋ ଗୁରିରିଓ(୫୫) ଓ ରାଫେଲ ଲିଏଓ (୯୦+୨) ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ମାନୁଏଲ ଆକାଞ୍ଜି ୫୮ ତମ ମିନିଟରେ ସ୍ବିଜରଲାଣ୍ଡ ପକ୍ଷରୁ ଏକମାତ୍ର ଗୋଲଟି ପରିଶୋଧ କରିଥିଲେ। ୪-୩-୩ କମ୍ବିନେଶନରେ ଓହ୍ଲାଇଥିବା ପର୍ତ୍ତୁଗାଲ ଷ୍ଟାର୍ଟିଂ ଲାଇନଅପ୍‌ରେ ରୋନାଲ୍ଡୋଙ୍କୁ ରଖି ନ ଥିଲା। ତେବେ ପେପେ ଓ ରାମୋସ୍‌ ଚିତାକର୍ଷକ ଆଟାକିଂ ଗେମ ଖେଳିଥିଲେ। ସୁଇଜରଲାଣ୍ଡ ମ୍ୟାଚର ୫୩% ସମୟ ବଲ ନିୟନ୍ତ୍ରଣରେ ରଖିଥିଲେ ହେଁ ମ୍ୟାଚ ଉପରେ ନିୟନ୍ତ୍ରଣ ରଖି ପାରି ନଥିଲା। ଅନ୍ତିମ ୧୦ ମିନିଟ ପାଇଁ ରୋନାଲ୍ଡୋ ପଡିଆକୁ ଆସିଥିଲେ ମଧ୍ୟ ସ୍କୋର କରି ପାରିନଥିଲେ। ୯୨ ବର୍ଷର ଫୁଟବଲ ବିଶ୍ୱକପ ଇତିହାସରେ ୪୯ ତମ ଖେଳାଳି ଭାବରେ ରାମୋସ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଏହା ସହିତ ପର୍ତ୍ତୁଗୀଜ ଖେଳାଳିଙ୍କ ମଧ୍ୟରେ ଏହା ପ୍ରଥମ ହ୍ୟାଟ୍ରିକ୍‌। ଶନିବାର ଡିସେମ୍ବର ୧୦ ତାରିଖରେ ମରକ୍କୋ ସହିତ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବ ପର୍ତ୍ତୁଗାଲ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri