ନିରାଡ଼ମ୍ବର ଭାବେ ପାଳନ ହେବ ରାମନବମୀ

ଭୁବନେଶ୍ୱର, ୨୧।୪ (ବ୍ୟୁରୋ): କରୋନା ଚେନ୍‌ରେ ବ୍ରେକ୍‌ ଲଗାଇବା ପାଇଁ ବୁଧବାର ଠାରୁ ବିଭିନ୍ନ ଧର୍ମାନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏଭଳିସ୍ଥଳେ ବୁଧବାର ପବିତ୍ର ରାମନବମୀ ପଡୁଛି। ସର୍ବସାଧାରଣଙ୍କ ପାଇଁ ସମସ୍ତ ମନ୍ଦିର ଦ୍ୱାର ବନ୍ଦ ରହିଥିବାବେଳେ କେବଳ ପୂଜକ ଓ ସେବାୟତଙ୍କ ଦ୍ୱାରା ଠାକୁରଙ୍କ ନୀତିକାନ୍ତି କରାଯିବ। ଗତବର୍ଷ ଏହି ସମୟରେ କରୋନା ଲାଗି ସମସ୍ତ ମନ୍ଦିର ବନ୍ଦ ରହିବା ଯୋଗୁ କେବଳ ବିଧି ପାଳନ ହୋଇଥିଲା। ଚଳିତ ବର୍ଷ ଧୁମ୍‌ଧାମ୍‌ରେ ରାମନବମୀ ପାଳନ କରିବା ପାଇଁ ସମସ୍ତେ ଆଶା ବାନ୍ଧିଥିଲେ। ମାତ୍ର ପୁଣି ଭକ୍ତ ଓ ଭଗବାନ୍‌ଙ୍କ ମଝିରେ ବାଧକ ସାଜିଛି କରୋନା। ତେଣୁ ଏଥର ମଧ୍ୟ ବିନା ଭକ୍ତରେ ନିରାଡ଼ମ୍ବର ଭାବେ ରାମନବମୀ ପାଳନ କରାଯିବ।
ସୂଚନା ଅନୁଯାୟୀ, ବୁଧବାର ଭୋର ୫ଟା ୩୦ରେ ରାମମନ୍ଦିର ଖୋଲାଯିବା ପରେ ଆଳତି କରାଯିବ। ପରେ ଅନ୍ୟାନ୍ୟ ନୀତିକାନ୍ତି କରାଯାଇ ୬ଟା ୩୦ରେ ଆଳତି ହୋଇ ଭୋଗ ଲଗାଯିବ। ସକାଳ ୮ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପାରାୟଣ ପାଠ କରାଯିବ। ଏହାପରେ ଠାକୁରଙ୍କ ପାଖରେ ଭୋଗ ଲାଗି କରାଯିବ। ମଧ୍ୟାହ୍ନ ୧୨ଟାରେ ଶ୍ରୀରାମ ଜନ୍ମୋତ୍ସବ, ରାଜାଭିଷେକ ଆଦି ନୀତି ହେବ। ଅପରାହ୍ନ ୪ଟା ୩୦ରେ ଅନ୍ୟାନ୍ୟ ରୀତିନୀତି ଓ ସନ୍ଧ୍ୟା ୬ଟା ୩୦ରେ ଭୋଗ ଲାଗି ପରେ ୭ଟାରେ ଆଳତି ଓ ରାତି ୧୦ଟାରେ ଭୋଗ ଆରତି କରାଯିବ ବୋଲି ମନ୍ଦିରର ପୂଜକ ଅଭିମନ୍ୟୁ ଆଚାର୍ଯ୍ୟ କହିଛନ୍ତି।
ଇସ୍କନ ମନ୍ଦିରରେ ମଧ୍ୟ ଶ୍ରୀରାମ ଜୟନ୍ତୀ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମନ୍ଦିର ମୁଖ୍ୟ ଗେଟ୍‌ରେ ତାଲା ପକାଇବା ସହ ବିନା ଭକ୍ତରେ ଅତି ସାଧାରଣ ଭାବେ ଉତ୍ସବ ପାଳନ କରାଯିବ। ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କୁ ରାମ ବେଶରେ ସଜାଇ ପୂଜା କରାଯିବ। ଏଥିସହ ଇସ୍କନ ମନ୍ଦିର ପରିସରସ୍ଥ ରାଧା ଗୋପୀନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳନ ହେବ। ଭୋର ୪ଟା ୧୫ରେ ମଙ୍ଗଳ ଆରତି ପରେ ୪.୪୫ ପର୍ଯ୍ୟନ୍ତ ମଙ୍ଗଳ ଆରତି ଦର୍ଶନ ହେବ। ଏହାପରେ ମନ୍ଦିର ବନ୍ଦ ହୋଇ ପ୍ରଭୁଙ୍କର ଅଡଚନ, ଶୃଙ୍ଗାର କରାଯିବ। ପୁଣି ସକାଳ ୭ଟାରେ ରଘୁନାଥ ବେଶରେ ଠାକୁର ଦର୍ଶନ ଦେବେ। ୮ଟାରେ ବାଳଭୋଗ ଲାଗି କରାଯିବ। ମଧ୍ୟାହ୍ନ ୧୨ଟା ଯାଏ ରାମଚନ୍ଦ୍ରଙ୍କ କଥା କୀର୍ତ୍ତନ କରାଯିବ। ମଧ୍ୟାହ୍ନ ୧୨ଟାରେ ରାଧା ଗୋପୀନାଥଙ୍କ ଅଭିଷେକ ହେବା ସହ ମନ୍ଦିର ପ୍ରତିଷ୍ଠାତା ଗୌର ଗୋବିନ୍ଦ ସ୍ବାଇଁ ମହାରାଜଙ୍କ ଅଭିଷେକ କରାଯିବ। ଠାକୁରଙ୍କ ଶୃଙ୍ଗାର ଲାଗି ପରେ ମଧ୍ୟାହ୍ନ ଭୋଗ ଲାଗି କରାଯାଇ ଆରତି ହେବ। ସନ୍ଧ୍ୟାରେ ଭଜନ କୀର୍ତ୍ତନ କରାଯିବ ବୋଲି ଇସ୍କନ ମନ୍ଦିରର ସହ ସଭାପତି ଉପେନ୍ଦ୍ର ମିଶ୍ର ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri