ଔଷଧ ଡିପୋ, ହସ୍ପିଟାଲରେ ଚଢ଼ାଉ

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ, ୨୧।୪: କୋଭିଡ ମହାମାରୀ ସମୟରେ ଔଷଧ ଓ ଚିକିତ୍ସା ଉପକରଣ ବେଆଇନ ଭାବେ ଗଚ୍ଛିତ ଓ କଳାବଜାର ରୋକିବା ନେଇ ଗଠିତ ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି। ମଙ୍ଗଳବାର ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରର ବିଭିନ୍ନ ଔଷଧ ଡିପୋ, ଡାକ୍ତରଖାନାରେ ଚଢ଼ାଉ କରାଯାଇଛି। କଟକର କାଠଗଡ଼ାସାହି, ଭାଣପୁର, ପ୍ରତାପନଗରୀ ଏବଂ ଭୁବନେଶ୍ୱରର ପାହାଳ ଓ ୟୁନିଟ୍‌-୩ ସ୍ଥିତ ଔଷଧ ଡିପୋରେ ଚଢାଉ କରାଯାଇଛି। ଏଥିସହିତ କଳିଙ୍ଗ ହସ୍ପିଟାଲରେ ସ୍କ୍ବାଡ୍‌ ପହଞ୍ଚି ଔଷଧ ଗଚ୍ଛିତ ସମ୍ପର୍କରେ ଯାଞ୍ଚ କରିଛି। ଡିପୋର ସମସ୍ତ ରେକର୍ଡ ଅନୁଧ୍ୟାନ କରିବା ସହ ବିଭିନ୍ନ ହସ୍ପିଟାଲ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ବଣ୍ଟନ କରାଯାଉଥିବା ଔଷଧ ଓ ଷ୍ଟକ୍‌ ସମ୍ପର୍କରେ ଯାଞ୍ଚ କରାଯାଇଛି। କୋଭିଡ୍‌-୧୯ ଔଷଧ ବଣ୍ଟନ ବ୍ୟବସ୍ଥା, ଔଷଧ ବିତରକ ଏବଂ ମେଡିିକାଲ ଡିପୋର ସମସ୍ତ ତଥ୍ୟ ସଂକ୍ରାନ୍ତରେ ପ୍ରତିଦିନ ଅପ୍‌ଡେଟ୍‌ କରିବାକୁ ସ୍କ୍ବାଡ୍‌ ନିର୍ଦ୍ଦେଶ ଦେଇଛି। ଏହି ଟିମ୍‌ରେ ଡ୍ରଗ୍ସ ଇନ୍ସପେକ୍ଟର, ସ୍ପେଶାଲ ଟାସ୍କ ଫୋର୍ସ, କ୍ରାଇମବ୍ରାଞ୍ଚର ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ସାମିଲ ଥିଲେ।
ରାଜ୍ୟରେ କରୋନା ଔଷଧ ବେଆଇନ ଭାବେ ବିକ୍ରି ହେଉଥିବା ଗୋଇନ୍ଦା ବିଭାଗ ହାତରେ ସୁରାକ ଲାଗିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ୨୨ଟି ରାଜ୍ୟସ୍ତରୀୟ ଫ୍ଲାଇଂସ୍କ୍ବାଡ୍‌ ଗଠନ ହୋଇଛି। କଟକ ଓ ଭୁବନେଶ୍ୱରରେ କଳାବଜାର ରୋକିବାକୁ ୭ଟି ଫ୍ଲାଇଂସ୍କ୍ବାଡ୍‌ ଟିମ୍‌ ଗଠନ କରାଯାଇଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନ ପାଇଁ ୧୫ଟି ଟିମ୍‌ ଗଠିତ ହୋଇଛି। ସୋମବାର ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠୱାଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଔଷଧ କଳାବଜାରକୁ ରୋକିବା ପାଇଁ ନିଷ୍ପତ୍ତିି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri