ମାଲକାନଗିରି,୨୧।୪ (ଡି.ଏନ୍.ଏ.): ଆନ୍ଧ୍ର- ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ନେତା ତଥା ସ୍ବାଭିମାନ ଅଞ୍ଚଳରେ ସଙ୍ଗଠନର ମୁଖ୍ୟ ଥିବା ଜଳନ୍ଧର ରେଡ୍ଡି ଓରଫ ଭେଙ୍କାଟା କ୍ରିଷ୍ଣା ଓରଫ କ୍ରିଷ୍ଣା ମଙ୍ଗଳବାର ବିଜୟଓ୍ବାଡାଠାରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଆନ୍ଧ୍ର ଡିଜିପି ଗୌତମ ସ୍ପଷ୍ଟ କରିଛନ୍ତି। ୨୫ ବର୍ଷରୁ ଊର୍ଦ୍ଧ୍ୱ ଧରି ଉଭୟ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଆଧିପତ୍ୟ ବିସ୍ତାର କରିଥିବା କ୍ରିଷ୍ଣା ୨୦୦୮ରେ ସ୍ବାଭିମାନ ଅଞ୍ଚଳ ଦାୟିତ୍ୱରେ ଥିବା ବେଳେ ମାଲକାନଗିରିର ପୂର୍ବତନ ଜିଲାପାଳ ଆର୍. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମାଷ୍ଟର ମାଇଣ୍ଡ ଥିଲେ। ତାଙ୍କୁ ସେତେବେଳେ ୯ ଦିନ ଧରି ପଣବନ୍ଦୀ କରି ରଖିଥିଲା ଲାଲବାହିନୀ। ପରେ ବିଭିନ୍ନ ସର୍ତ୍ତ ରଖି କ୍ରିଷ୍ଣା ତାଙ୍କୁ ଛାଡ଼ିଥିଲା। ୨୦୦୮ରେ ଚିତ୍ରକୋଣ୍ଡାର ଆଲାମପାକାଠାରେ ଲଞ୍ଚ ଆକ୍ରମଣରେ ୩୪ ଯବାନଙ୍କୁ ହତ୍ୟା ଘଟଣା ସହ ସ୍ବାଭିମାନ ଅଞ୍ଚଳରେ ଅନେକ ମାଓବାଦୀ ହିଂସାକାଣ୍ଡରେ ମୁଖ୍ୟ ଥିଲେ କ୍ରିଷ୍ଣା। ତାଙ୍କ ନାମରେ ଆନ୍ଧ୍ର ସରକାର ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଅନ୍ୟପକ୍ଷରେ ପୂର୍ବଭଳି ମାଓବାଦୀ ସଙ୍ଗଠନରେ ଆଉ ନୀତି ଆଦର୍ଶ ନାହିଁ। ସ୍ଥାନୀୟ ଲୋକଙ୍କ ଆଉ ସହଯୋଗ ମିଳୁନାହିଁ। ଲୋକମାନେ ବିକାଶ ପ୍ରକ୍ରିୟାରେ ସାମିଲ ହୋଇ ମାଓବାଦୀ ସଙ୍ଗଠନର ବିପ୍ଲବ ପ୍ରତି ମୁହଁ ଫେରାଇ ନେଉଛନ୍ତି। ଫଳରେ ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସମାଜ ସେବା କରିବା ଲକ୍ଷ୍ୟରେ ସଙ୍ଗଠନ ଛାଡ଼ିଥିବା କ୍ରିଷ୍ଣା କହିଛନ୍ତି।
Posted inHome Left, ଆମ ଜିଲା ଖବର, ମାଲକାନଗିରି View All
ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼
ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…
ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା
ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…
ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ
କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…
ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …
୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…
ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…
ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…
ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ
ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍ ପାଇଁ ଗର୍ଜିଲେ ରାଜ୍ୟର ହଜାର…
ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା
ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…
୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…
ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…
Archives

