ନିରାଡ଼ମ୍ବର ଭାବେ ପାଳନ ହେବ ରାମନବମୀ

ଭୁବନେଶ୍ୱର, ୨୧।୪ (ବ୍ୟୁରୋ): କରୋନା ଚେନ୍‌ରେ ବ୍ରେକ୍‌ ଲଗାଇବା ପାଇଁ ବୁଧବାର ଠାରୁ ବିଭିନ୍ନ ଧର୍ମାନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏଭଳିସ୍ଥଳେ ବୁଧବାର ପବିତ୍ର ରାମନବମୀ ପଡୁଛି। ସର୍ବସାଧାରଣଙ୍କ ପାଇଁ ସମସ୍ତ ମନ୍ଦିର ଦ୍ୱାର ବନ୍ଦ ରହିଥିବାବେଳେ କେବଳ ପୂଜକ ଓ ସେବାୟତଙ୍କ ଦ୍ୱାରା ଠାକୁରଙ୍କ ନୀତିକାନ୍ତି କରାଯିବ। ଗତବର୍ଷ ଏହି ସମୟରେ କରୋନା ଲାଗି ସମସ୍ତ ମନ୍ଦିର ବନ୍ଦ ରହିବା ଯୋଗୁ କେବଳ ବିଧି ପାଳନ ହୋଇଥିଲା। ଚଳିତ ବର୍ଷ ଧୁମ୍‌ଧାମ୍‌ରେ ରାମନବମୀ ପାଳନ କରିବା ପାଇଁ ସମସ୍ତେ ଆଶା ବାନ୍ଧିଥିଲେ। ମାତ୍ର ପୁଣି ଭକ୍ତ ଓ ଭଗବାନ୍‌ଙ୍କ ମଝିରେ ବାଧକ ସାଜିଛି କରୋନା। ତେଣୁ ଏଥର ମଧ୍ୟ ବିନା ଭକ୍ତରେ ନିରାଡ଼ମ୍ବର ଭାବେ ରାମନବମୀ ପାଳନ କରାଯିବ।
ସୂଚନା ଅନୁଯାୟୀ, ବୁଧବାର ଭୋର ୫ଟା ୩୦ରେ ରାମମନ୍ଦିର ଖୋଲାଯିବା ପରେ ଆଳତି କରାଯିବ। ପରେ ଅନ୍ୟାନ୍ୟ ନୀତିକାନ୍ତି କରାଯାଇ ୬ଟା ୩୦ରେ ଆଳତି ହୋଇ ଭୋଗ ଲଗାଯିବ। ସକାଳ ୮ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପାରାୟଣ ପାଠ କରାଯିବ। ଏହାପରେ ଠାକୁରଙ୍କ ପାଖରେ ଭୋଗ ଲାଗି କରାଯିବ। ମଧ୍ୟାହ୍ନ ୧୨ଟାରେ ଶ୍ରୀରାମ ଜନ୍ମୋତ୍ସବ, ରାଜାଭିଷେକ ଆଦି ନୀତି ହେବ। ଅପରାହ୍ନ ୪ଟା ୩୦ରେ ଅନ୍ୟାନ୍ୟ ରୀତିନୀତି ଓ ସନ୍ଧ୍ୟା ୬ଟା ୩୦ରେ ଭୋଗ ଲାଗି ପରେ ୭ଟାରେ ଆଳତି ଓ ରାତି ୧୦ଟାରେ ଭୋଗ ଆରତି କରାଯିବ ବୋଲି ମନ୍ଦିରର ପୂଜକ ଅଭିମନ୍ୟୁ ଆଚାର୍ଯ୍ୟ କହିଛନ୍ତି।
ଇସ୍କନ ମନ୍ଦିରରେ ମଧ୍ୟ ଶ୍ରୀରାମ ଜୟନ୍ତୀ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମନ୍ଦିର ମୁଖ୍ୟ ଗେଟ୍‌ରେ ତାଲା ପକାଇବା ସହ ବିନା ଭକ୍ତରେ ଅତି ସାଧାରଣ ଭାବେ ଉତ୍ସବ ପାଳନ କରାଯିବ। ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କୁ ରାମ ବେଶରେ ସଜାଇ ପୂଜା କରାଯିବ। ଏଥିସହ ଇସ୍କନ ମନ୍ଦିର ପରିସରସ୍ଥ ରାଧା ଗୋପୀନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳନ ହେବ। ଭୋର ୪ଟା ୧୫ରେ ମଙ୍ଗଳ ଆରତି ପରେ ୪.୪୫ ପର୍ଯ୍ୟନ୍ତ ମଙ୍ଗଳ ଆରତି ଦର୍ଶନ ହେବ। ଏହାପରେ ମନ୍ଦିର ବନ୍ଦ ହୋଇ ପ୍ରଭୁଙ୍କର ଅଡଚନ, ଶୃଙ୍ଗାର କରାଯିବ। ପୁଣି ସକାଳ ୭ଟାରେ ରଘୁନାଥ ବେଶରେ ଠାକୁର ଦର୍ଶନ ଦେବେ। ୮ଟାରେ ବାଳଭୋଗ ଲାଗି କରାଯିବ। ମଧ୍ୟାହ୍ନ ୧୨ଟା ଯାଏ ରାମଚନ୍ଦ୍ରଙ୍କ କଥା କୀର୍ତ୍ତନ କରାଯିବ। ମଧ୍ୟାହ୍ନ ୧୨ଟାରେ ରାଧା ଗୋପୀନାଥଙ୍କ ଅଭିଷେକ ହେବା ସହ ମନ୍ଦିର ପ୍ରତିଷ୍ଠାତା ଗୌର ଗୋବିନ୍ଦ ସ୍ବାଇଁ ମହାରାଜଙ୍କ ଅଭିଷେକ କରାଯିବ। ଠାକୁରଙ୍କ ଶୃଙ୍ଗାର ଲାଗି ପରେ ମଧ୍ୟାହ୍ନ ଭୋଗ ଲାଗି କରାଯାଇ ଆରତି ହେବ। ସନ୍ଧ୍ୟାରେ ଭଜନ କୀର୍ତ୍ତନ କରାଯିବ ବୋଲି ଇସ୍କନ ମନ୍ଦିରର ସହ ସଭାପତି ଉପେନ୍ଦ୍ର ମିଶ୍ର ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri