Posted inଜାତୀୟ

‘ରାମମୟ’ ଅଯୋଧ୍ୟା: ରାମଲାଲାଙ୍କ ୫୦୦ ବର୍ଷ ‘ନିର୍ବାସନ’ର ସମାପ୍ତି କରି ଆଜି ହେବ ‘ପ୍ରାଣ ପ୍ରତିଷ୍ଠା’

ଅଯୋଧ୍ୟା,୨୨।୧: ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣ ଉପନୀତ। ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା ଦେଶ ଉତ୍ସବମୁଖର। ସନାତନ ସଂସ୍କୃତିର ଆମତ୍ା, ରଘୁନନ୍ଦନ ରାଘବ ରାମଲାଲା ନିଜ ଜନ୍ମଭୂମି ଅଓ୍ବଧପୁରୀର ଦିବ୍ୟ ସ୍ଥାନରେ ବିରାଜମାନ କରିସାରିଛନ୍ତି। ଅପରାହ୍ନ ୧୨ଟା ୨୦ରୁ ୪୦ ମିନିଟ ଧରି ଚାଲିବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବର ସାକ୍ଷୀ ହେବା ପାଇଁ ମୋକ୍ଷଦାୟିନୀ ଅଯୋଧ୍ୟାରେ କେବଳ ଭାରତ ନୁହେଁ, ସାରା ବିଶ୍ୱର କୋଣ ଅନୁକୋଣରୁ ରାମଭକ୍ତମାନେ ଆସିବାରେ ଲାଗିଛନ୍ତି। ସତେ ଯେମିତି ପ୍ରତ୍ୟେକ ରାସ୍ତା ରାମ ଜନ୍ମଭୂମିକୁ ଲମ୍ବିଛି। ସବୁରି ଆଖିରେ ଆନନ୍ଦ ଓ ସନ୍ତୋଷର ଅଶ୍ରୁ। ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’ ଧ୍ୱନି।

ଅଯୋଧ୍ୟା ହିଁ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ବୋଲି ଭାରତବର୍ଷରେ ହିନ୍ଦୁମାନଙ୍କର ବିଶ୍ୱାସ ରହିଆସିଛି। ଅନେକ ବର୍ଷର ଆଇନଗତ ଲଢ଼େଇ ପରେ ୨୦୧୯ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପୂର୍ବରୁ ବାବ୍ରୀ ମସ୍‌ଜିଦ ଥିବା ବିବାଦୀୟ ସ୍ଥଳରେ ରାମମନ୍ଦିର ନିର୍ମାଣର ପଥକୁ ସୁଗମ କରିଥିଲା। ଶେଷରେ କେନ୍ଦ୍ର ଏବଂ ୟୁପିର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉଦ୍ୟମ କ୍ରମେ ରାମମନ୍ଦିର ନିର୍ମାଣ ହୋଇଛି। ନ୍ୟାୟ ଓ ସତ୍ୟର ବିଜୟ ତିକ୍ତ ସ୍ମୃତିଗୁଡ଼ିକୁ ଲିଭାଇ ସୁଲଳିତ ସମାଜ ଗଠନ ଦିଗରେ ଏକ ନୂଆ ଇତିହାସ ରଚୁଛି। ନିର୍ମିତ ରାମଲାଲାଙ୍କ ୫୧ ଇଞ୍ଚ ବିଶିଷ୍ଟ ବାଳସ୍ବରୂପ ବିଗ୍ରହ ଗର୍ଭଗୃହରେ ସ୍ଥାପିତ ହୋଇସାରିଛି। ଏଥିସହ ଧର୍ମନଗରୀ ଅଯୋଧ୍ୟା ନିଜ ହୃତ ଗୌରବ ଫେରିପାଇଛି ବୋଲି ସାଧୁସନ୍ଥ ଓ ଭକ୍ତମାନେ ଆମତ୍ହରା ହୋଇଉଠୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri