ଖୋଲିଲା ରାମଲିଙ୍ଗେଶ୍ୱର ଉଦ୍ୟାନ

ବ୍ରହ୍ମପୁର ଅଫିସ୍‌,୨୯ା୮: ବ୍ରହ୍ମପୁର ସହରକୁ ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତ ସମୟରେ ରାମ ଲିଙ୍ଗେଶ୍ୱର ଉଦ୍ୟାନ ବନ୍ଦ ରହୁଥିବା ବେଳେ ଶୁକ୍ରବାର ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି। କିନ୍ତୁ ପାର୍କରେ କଟକଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସହରକୁ ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତ ସମୟରେ ରାମଲିଙ୍ଗେଶ୍ୱର ଉଦ୍ୟାନକୁ ଆସନ୍ତା ୩୦ ତାରିଖ ଯାଏ ବନ୍ଦ କରିବା ନେଇ ବିଏମ୍‌ସି ପକ୍ଷରୁ ଉଦ୍ୟାନ ସମ୍ମୁଖରେ ଫଳକ ଲଗାଇ ସୂଚନା ଦିଆଯାଇଥିଲା। ଯାହାକୁ ନେଇ ଭାଜପା ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏହାପରେ ବର୍ତ୍ତମାନ ସର୍ବସାଧାରଣଙ୍କ ନିମନ୍ତେ ରାମଲିଙ୍ଗେଶ୍ୱର ଉଦ୍ୟାନ ଖୋଲାଯାଇଛି। ବର୍ତ୍ତମାନ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି। କିନ୍ତୁ ପାର୍କରେ ସର୍ବସାଧାରଣଙ୍କ ନିମନ୍ତେ ଗୋଟିଏ ପାର୍ଶ୍ୱ ଖୋଲାଯାଇଥିବା ବେଳେ ଅନ୍ୟ ଏକ ପାର୍ଶ୍ୱକୁ ବନ୍ଦ କରାଯାଇଥିବା ନେଇ ଅସନ୍ତୋଷ ଦେଖାଦେଇଛି। ପାର୍କର ଅନ୍ୟ ଏକ ପାର୍ଶ୍ୱରେ ମହାଦେବଙ୍କ ପ୍ରତିମୂର୍ତ୍ତିର ସାୈନ୍ଦର୍ଯ୍ୟ ଉପଭୋଗ କରିବା ସହ ବସିବା ନିମନ୍ତେ ସୁବିଧା କରାଯାଇଛି। ଏହି ସ୍ଥାନଟିକୁ ମନ୍ତ୍ରୀ ଓ ବିଧାୟକଙ୍କ କାର୍ଯ୍ୟକ୍ରମ କାରଣରୁ ସର୍ବସାଧାରଣଙ୍କ ନିମନ୍ତେ ଏହାକୁ ବନ୍ଦ କରାଯାଇଥିବା ସେଠାରେ ବିଏମ୍‌ସିର ନିୟୋଜିତ କିଛି କର୍ମଚାରୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ସ୍ଥାନଟିକୁ ବନ୍ଦ କରାଯାଇଥିବାରୁ ବହୁ ସହରବାସୀ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ତ୍ରୁଟି

କୁଜଙ୍ଗ,୨୭ା୬(ମନୋଜ ପ୍ରଧାନ): ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ସ୍ବାଧୀନତା ସଂଗ୍ରାମ ଉପରେ ଭୁଲ୍‌ ତଥ୍ୟ ଉପସ୍ଥାପନ କରାଯାଇଥିବା ନେଇ ସାହିତ୍ୟ ଏକାଡେମୀ...

ନିଯୁକ୍ତିରେ ଅଣଦେଖା, କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଗଞ୍ଜାମ,୧୩ା୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଇ ବୁଧବାର ଏକ ପ୍ରତିନିଧି ଦଳ ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀ କର୍ତ୍ତୃପକ୍ଷ...

ଗୋପାଳପୁର ବିଧାୟକ, ପାଠକ ବାପ-ପୁଅ କୋର୍ଟରେ ହାଜର

ବ୍ରହ୍ମପୁର ଅଫିସ,୪ା୫: ଗଞ୍ଜାମ ଜିଲା ଗୋପାଳପୁର ଟାଟା ମୋଟର୍ସରେ ଚାକିରି କରାଇ ଦେବା ପାଇଁ କୋଟି କୋଟି ଟଙ୍କା ଠକେଇ କରିଥିବା ମାମଲାରେ ଗୋପାଳପୁର ବିଧାୟକ...

ବିପଦରେ ଜୈବ ବିବିଧତା: ୮୫ ପ୍ରତିଶତ ଜମିର ମାଟି ଅମ୍ଳଯୁକ୍ତ,ଫସଲ ଉତ୍ପାଦନରେ ବାଧକ

ନୟାଗଡ଼ ଅଫିସ,୧୬ା୩: ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଜୈବ ବିବିଧତା ବିପଦରେ ରହିଛି। ଏହି କାରଣରୁ ନୟାଗଡ଼ ଜିଲାର ୮୫ ପ୍ରତିଶତ...

ଖୋଲିଲା ହୀରାକୁଦର ୪ଟି ଡ୍ୟାମ୍‌

ସମ୍ବଲପୁର ୨୫। ୭: ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌ ମଙ୍ଗଳବାର ଖୋଲାଯାଇଛି। ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍‌ ଦେଇ...

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର,୨୨ା୮ (ନି.ପ୍ର.): ପାରମ୍ପରିକ ଜୈବିକ ଚାଷର ପ୍ରଚାରପ୍ରସାର କରିବା ଦିଗରେ ବିଶେଷ ଭୂମିକା ଗ୍ରହଣ କରିଥିବା କୋରାପୁଟ ଜିଲାର ପଦ୍ମଶ୍ରୀ କମଳା ପୂଜାରୀ ରବିବାର ଅସୁସ୍ଥ...

ସମ୍ବଲପୁରରେ ଗଡ଼ିବ ମୋ ବସ୍‌

ସମ୍ବଲପୁର,୫ା୫(ବ୍ୟୁରୋ): ସମ୍ବଲପୁରରେ ଖୁବ୍‌ଶୀଘ୍ର ମୋ ବସ୍‌ ସେବା ଆରମ୍ଭ ହେବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହା ଲୋକାର୍ପଣ ହୋଇପାରେ ବୋଲି ଆଲୋଚନା ହେଉଛି। ଏଥିପାଇଁ ଜିଲା...

ମହିଳାଙ୍କୁ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୭ା୧(ସ୍ବ.ପ୍ର.): ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ବାଂଶପାଳ ବ୍ଲକ କଦକଳା ଧୀବର ସାହିରେ ଦନ୍ତାହାତୀ ଆକ୍ରମଣରେ ପ୍ରଭାତୀ ଧୀବର(୨୬)ଙ୍କ ମୃତ୍ୟୁ ହୋଇଛି। ଗୁରୁବାର...

Advertisement
Archives

Model This Week