ହସ୍ପିଟାଲରେ ଭର୍ତ୍ତି ହେଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ,୨୯ା୮: ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ. ସୁକାନ୍ତ ନାୟକ ଅସୁସ୍ଥ । ଶନିବାର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିସିନ ଖାଇଥିଲେ । ସନ୍ଧ୍ୟାରେ କାର୍ଯ୍ୟାଳୟ ଆସି ପରେ ପୁନ୍ଦାଳସ୍ଥିତ ବାସଭବନକୁ ଫେରିଥିଲେ। ମାତ୍ର ରବିବାର ଭୋର୍‌ ସମୟରେ ହଠାତ୍‌ ପେଟରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରୀ ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ତାଙ୍କୁ ଡାକ୍ତରମାନେ ଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ଏନେଇ ସ୍ଥାନୀୟ ନେତା, କର୍ମୀ ତଥା ଜନସାଧାରଣ ନିଜର ପ୍ରିୟ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs ENG: ଶେଷ ହେବାକୁ ଯାଉଛି ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ପାଇଁ ଅପେକ୍ଷା, ମାଞ୍ଚେଷ୍ଟରରେ ମିଳିବ ସୁଯୋଗ!

ନୂଆଦିଲ୍ଲୀ,୪।୭: ସମଗ୍ର କ୍ରିକେଟ ଜଗତ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରିଛି। ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷରେ କିମ୍ବା ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ରେ ସୁଯୋଗ…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ  ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ଟେଲିଗ୍ରାମକୁ ନେଇ ସରକାର କଠୋର; ଫିଲ୍ମ ସହ OTT ବିଷୟବସ୍ତୁର ପାଇରେସି ରୋକିବା ପାଇଁ ପଠାଇଲେ ନୋଟିସ

ନୂଆଦିଲ୍ଲୀ,୪।୭: କେନ୍ଦ୍ର ସରକାର ଫିଲ୍ମ ଏବଂ OTT ପ୍ଲାଟଫର୍ମରୁ ବଢୁଥିବା ଅନଲାଇନ ପାଇରେସି ସମ୍ପର୍କରେ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରିପୋର୍ଟ…

ଖୋଲିଲା ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍: ନିଷ୍କାସିତ ହେଲା ବର୍ଷାଜଳ

ଲମତାପୁଟ, ୪।୭: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ…

Ali Khamenei Funeral: ଆୟାତୋଲ୍ଲା ଅଲି ଖାମେନେଇଙ୍କ ସହିତ ତାଙ୍କ ୧୪ ମାସର ନାତୁଣୀଙ୍କୁ ଦିଆଯିବ ଶେଷ ବିଦାୟ; ସର୍ବୋଚ୍ଚ ନେତାଙ୍କ ପାଖରେ ରଖାଯାଇଛି ପରିବାର କଫିନ

ତେହରାନ,୪।୭: ଶୁକ୍ରବାର (ଜୁଲାଇ 3, 2026), ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ହଜାର ହଜାର ଲୋକ ଇରାନର ରାଜଧାନୀ ତେହରାନରେ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଭାବପ୍ରବଣ ହୋଇ ପ୍ରଶଂସକଙ୍କୁ ଏମିତି ସରପ୍ରାଇଜ୍‌ ଦେଲେ ରୋନାଲ୍ଡୋ: ଜିତିଲେ ହୃଦୟ

ନୂଆଦିଲ୍ଲୀ,୪।୭: ପର୍ତ୍ତୁଗାଲ ୨୦୨୬ ଫିଫା ବିଶ୍ୱକପରେ ରାଉଣ୍ଡ ଅଫ ୧୬ରେ ପହଞ୍ଚିଛି। ଏଠାରେ ସେମାନେ ସ୍ପେନ ସହିତ ମୁକାବିଲା କରିବାକୁ ଯାଉଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ପୂର୍ବରୁ ରାଉଣ୍ଡ…

ଆତଙ୍କବାଦ ଉପରେ ଭାରତର କଡ଼ା ପ୍ରହାର, ଚମକିପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୪।୭: ଆତଙ୍କବାଦ ବିରୋଧରେ ଏକ ବଡ଼ ପଦକ୍ଷେପ ସ୍ବରୂପ, କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ୨୩ ଜଣଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri