Posted inଜାତୀୟ

କପିଲଙ୍କୁ ଭାଜପାରେ ଯୋଗଦେବାକୁ ପରାମର୍ଶ ଦେଲେ ଅଠଓ୍ବାଲେ

ନୂଆଦିଲ୍ଲୀ,୨।୯: କଂଗ୍ରେସରେ ଚିଠିକୁ ନେଇ ବିବାହ ସୃଷ୍ଟି ହୋଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲଙ୍କୁ କଂଗ୍ରେସ ଛାଡି ଭାଜପାରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି। ଅଠଓ୍ବାଲେ କହିଛନ୍ତି ଯେ, କେନ୍ଦ୍ରରେ ଏନଡିଏ ସରକାର ପୁଣି କ୍ଷମତାକୁ ଫେରିବେ। ଯେହେତୁ କପିଲ ସିବଲ, ଗୁଲାମ ନବୀ ଆଜାଦ ଏବଂ ଅନ୍ୟ ଭେଟେରାନ କଂଗ୍ରେସ ନେତାମାନେ ଭାଜପା ସହ ଲିଙ୍କ୍‌ ଥିବା ଅଭିଯୋଗ ହୋଇଛି, ତେଣୁ ସେମାନେ ଦଳରୁ ଇସ୍ତଫା ଦେଇ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆଙ୍କ ପରି ଭାଜପାରେ ଯୋଗଦେବା ଉଚିତ। କଂଗ୍ରେସ ଅଧ୍ୟକ୍ଷ ପଦବୀକୁ ନେଇ ବିବାଦ ଲାଗି ରହିଛି। ରାହୁଲ ଗାନ୍ଧୀ ସିବଲ, ଆଜାଦଙ୍କୁ ଭାଜପା ତରଫରୁ କାମ କରୁଥିବା ଅଭିଯୋଗ କରିଛନ୍ତି। ତେଣୁ ମୁଁ ସିବଲ ଏବଂ ଆଜାଦଙ୍କୁ କଂଗ୍ରେସରୁ ଇସ୍ତଫା ଦେବାକୁ ଅନୁରୋଧ କରୁଛି। କଂଗ୍ରେସକୁ ବିସ୍ତାର କରିବାରେ ସେମାନେ ବହୁ ସଂଘର୍ଷ କରିଛନ୍ତି। ଯଦି ତାଙ୍କୁ ଅପମାନିତ କରାଯାଏ ତେବେ ସେମାନେ କଂଗ୍ରେସ ଛାଡିବା ଉଚିତ ବୋଲି ଅଠଓ୍ବାଲେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଂସଖାଲି ଗଣବଳାତ୍କାର, ହତ୍ୟା: ତେଜିଲା ରାଜନୀତି

କୋଲକାତା/ନୂଆଦିଲ୍ଲୀ,୧୪ା୪: ପଶ୍ଚିମବଙ୍ଗର ନଦୀୟା ଜିଲା ହଂସଖାଲିରେ ଜଣେ ୧୪ ବର୍ଷୀୟା ଝିଅଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯିବା ମାମଲାରେ ରାଜନୀତି ସରଗରମ ହେବାରେ ଲାଗିଛି। ବିରୋଧୀ...

ଉତ୍ତରପ୍ରଦେଶ: ପ୍ରିୟଙ୍କା ଗାନ୍ଧୀ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

ଲକ୍ଷ୍ନୌ, ୧୪।୧୦: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଏକ ମନ୍ତବ୍ୟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରିୟଙ୍କା କହିଛନ୍ତି ଯେ,...

୨୮ରେ ଶପଥ ନେବେ ଉଦ୍ଧବ

ମୁମ୍ବାଇ,୨୬।୧୧: ଏକ ନାଟକୀୟ ମୋଡ଼ର ଅନ୍ତ ଘଟାଇ ଶେଷରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମହାରାଷ୍ଟ୍ର ବିକାଶ ଆଘାଡ଼ି(ଏମ୍‌ଭିଏ) ଦଳର ନେତା...

କନ୍ୟା ସନ୍ତାନ ଜନ୍ମ ହେଲେ ସମସ୍ତ ଖର୍ଚ୍ଚ ବହନ କରିବ ଏହି ହସ୍ପିଟାଲ, ଡେଲିଭରି ନର୍ମାଲ ହେଉ କି ସିଜରିଆନ

ରାୟପୁର,୧୩।୨: ଛତିଶଗଡ଼ର ରାୟପୁରସ୍ଥିତ ବାଲାଜୀ ହସ୍ପିଟାଲକୁ ୧୨ ବର୍ଷ ପୂରିଲା। ଏହି ଅବସରରେ ହସ୍ପିଟାଲ ପ୍ରଥମଥର ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛି। ଯଦି ହସ୍ପିଟାଲରେ...

ଆଧୁନିକ ଯୁଗର ଶ୍ରବଣ କୁମାର: ସ୍କୁଟରରେ ବସାଇ ମା’ଙ୍କୁ ବୁଲାଇବେ ୧୭ ତୀର୍ଥସ୍ଥଳ

ତିନସୁକିଆ,୧।୭: ଆସାମ ତିନସୁକିଆର ୪୦ବର୍ଷୀୟ ବ୍ୟକ୍ତି ଡି କ୍ରିଷ୍ଣ କୁମାର ନିଜ ସ୍କୁଟର ସାହାଯ୍ୟରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରିବାକୁ ବାହାରି ପଡିଛନ୍ତି। ପାଖାପାଖି...

ଡ୍ରାଗନର ନୂଆ ଷଡ଼ଯନ୍ତ୍ର: ଭାରତରେ ସାଇବର ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍‌…

ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀ ଭୂତାଣୁ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ଚାଇନା ଏବେ ଭାରତରେ ନୂଆ ସଙ୍କଟ ସୃଷ୍ଟି କରିବା ଲାଗି ଷଡ଼ଯନ୍ତ୍ର ରଚିଛି।...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୧।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଗୁରୁବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ...

ଗୋଟିଏ ବ୍ଲାକବୋର୍ଡରେ ପଢାଯାଉଛି ହିନ୍ଦୀ-ଉର୍ଦ୍ଦୁ

ପାଟନା,୧୯ ।୫: ଦେଶରେ ବିଭିନ୍ନ ଧର୍ମର ଲୋକେ ଏକାଠି ରହୁଥିବା ବେଳେ ଏଠାରେ ଭିନ୍ନ ଭିନ୍ନ ଭାଷାର ପ୍ରଚଳନ ବି ରହିଛି । ନିକଟରେ ସୋସିଆଲ...

Advertisement
Archives

Model This Week