Posted inଜାତୀୟ

ଅଯୋଧ୍ୟାରେ ରାମଙ୍କ ୫୦ ଲକ୍ଷ ଟଙ୍କାର ଲାଇଟ୍‌ ଚୋରି

ଅଯୋଧ୍ୟା,୧୪ା୮: ଅଯୋଧ୍ୟାର ରାମଲାଲା ମନ୍ଦିରକୁ ସଂଯୋଗକାରୀ ଭକ୍ତିପଥ ଓ ରାମପଥରେ ଲଗାଯାଇଥିବା ୩,୮୦୦ ବାମ୍ବୋ ଲାଇଟ୍‌ ଏବଂ ୩୬ ଗୋବୋ ପ୍ରୋଜେକ୍ଟର ଲାଇଟ୍‌କୁ ଦୁର୍ବୃତ୍ତମାନେ ଚୋରିକରି ନେଇଛନ୍ତି। ଚୋରି ହୋଇଥିବା ଲାଇଟ୍‌ଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ଳକ୍ଷ ଟଙ୍କା ହେବ। ଲାଇଟ୍‌ ଲଗାଇଥିବା କମ୍ପାନୀର ପ୍ରତିନିଧି ଶେଖର ଶର୍ମାଙ୍କ ଏତଲାକ୍ରମେ ପୋଲିସ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ଅଞ୍ଚଳରୁ କିପରି ଲାଇଟ୍‌ ଚୋରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି।

ଜାନୁଆରୀ ୨୨ରେ ରାମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଭକ୍ତିପଥ ଓ ରାମପଥରେ ଲାଇଟ୍‌ ଲଗାଇବା ପାଇଁ ୟଶ ଏଣ୍ଟରପ୍ରାଇଜେସ୍‌ ଆଣ୍ଡ୍‌ କୃଷ୍ଣା ଅଟୋମୋବାଇଲ୍ସକୁ ଠିକା ଦେଇଥିଲେ। ଏହି ଦୁଇ କମ୍ପାନୀ ରାସ୍ତାର ଉଭୟ ପାର୍ଶ୍ୱରେ ୬,୪୦୦ ବାମ୍ବୋ ଲାଇଟ୍‌ ଏବଂ ୯୬ଟି ଗୋବୋ ପ୍ରୋଜେକ୍ଟର ଲାଇଟ୍‌ ଲଗାଇଥିଲେ। ସେଥିରୁ ୩,୮୦୦ ବାମ୍ବୋ ଲାଇଟ୍‌ ଓ ୩୬ଟି ପ୍ରୋଜେକ୍ଟର ଲାଇଟ୍‌ ଚୋରି ହୋଇଯାଇଛି। ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ସେଠାରେ ସମସ୍ତ ଲାଇଟ୍‌ ଥିଲା। କିନ୍ତୁ ମେ’ ୯ରେ ନିରୀକ୍ଷଣ ପରେ କେତେକ ଲାଇଟ୍‌ ଚୋରି ହୋଇଯାଇଥିବା ବିଷୟ ଜଣାପଡ଼ିଥିଲା ବୋଲି ଅଗଷ୍ଟ ୯ରେ ରାମ ଜନ୍ମଭୂମି ଥାନରେ ଏତଲା ଦିଆଯାଇଥିଲା। ତେବେ ଏନେଇ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ବିସ୍ତୃତ ରିପୋର୍ଟ ମଗାଯାଇଥିବା ଜିଲାପାଳ ଚନ୍ଦ୍ର ବିଜୟ ସିଂ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

ରାଜନୀତିକୁ ଏଣ୍ଟ୍ରି କରିବେ ଅଭିଜିତ ଦୀପକେ! କଲେ ଆଶ୍ଚର୍ଯ୍ୟଜନକ ଘୋଷଣା, ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୫।୮: କକ୍‌ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri