Posted inଜାତୀୟ

ରାମ ମନ୍ଦିର ନିର୍ମାଣ କେନ୍ଦ୍ର ସରକାରଙ୍କ ଯୋଗୁ ନୁହେଁ ସୁପ୍ରିମ୍‌କୋର୍ଟଙ୍କ ଯୋଗୁ ସମ୍ଭବ ହୋଇଛି: ଆଦିତ୍ୟ ଠାକରେ…

ହାଇଦ୍ରାବାଦର ,୧୨।୪ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ଶାସକ ଶିବସେନାର ସହଯୋଗୀ ରାଜ୍ୟରେ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଶିବସେନା (ୟୁବିଟି) ନେତା କହିଛନ୍ତି ଯେ ତାଙ୍କର ହିନ୍ଦୁତ୍ୱ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି ଏବଂ ସେ ଭାଜପାର ହିନ୍ଦୁତ୍ୱକୁ ବିଶ୍ୱାସ କରନ୍ତି ନାହିଁ। ଆଦିତ୍ୟ ଠାକରେ ଅଭିଯୋଗ କରିଛନ୍ତି, ୨୦୧୪ ରେ ମଧ୍ୟ ଭାଜପା ଶିବସେନା ସହିତ ବିଶ୍ୱାସଘାତକତା କରିଥିଲା। ତେବେ ଭାଜପା ସହ ତାଙ୍କର କୌଣସି ବ୍ୟକ୍ତିଗତ ବିବାଦ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ହିନ୍ଦୁତ୍ୱ ପ୍ରସଙ୍ଗରେ ଆଦିତ୍ୟ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ହାଇଦ୍ରାବାଦର ଗୀତମ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆମର ହିନ୍ଦୁତ୍ୱ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି ଏବଂ ଏହା ଜଣାଶୁଣା। କିଛି ଲୋକ କଣ ଖାଉଛନ୍ତି ସେଥିପ୍ରତି ଆମର ଧ୍ୟାନ ନାହିଁ, କିନ୍ତୁ ଭାଜପା ସହିତ ଏଭଳି ହେଉ ନାହିଁ। ଯଦି ଏହା ବିଜେପିର ହିନ୍ଦୁତ୍ୱ, ତେବେ ଏହା ମୋ ବାପା, ମୋ ଜେଜେବାପା ଏବଂ ଆମ ଲୋକଙ୍କ ପାଇଁ ଗ୍ରହଣୀୟ ନୁହେଁ । ଏହା ମହାରାଷ୍ଟ୍ର ପାଇଁ ମଧ୍ୟ ଗ୍ରହଣୀୟ ହେବ ନାହିଁ।

କେନ୍ଦ୍ର ସରକାରଙ୍କ କାରଣରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉନାହିଁ। ଯଦି ଆପଣ ଭାବୁଛନ୍ତି କେନ୍ଦ୍ର ସରକାରଙ୍କ ଯୋଗୁଁ ରାମ ମନ୍ଦିର ନିର୍ମାଣ କରାଯାଉଛି, ତେବେ ଆପଣ ଭୁଲ ଭାବୁଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ଆଦେଶ କେନ୍ଦ୍ର ସରକାର ନୁହେଁ ସୁପ୍ରିମକୋର୍ଟ ଦେଇଛନ୍ତି।

୨୦୧୪ରେ ଭାଜପା ଶିବସେନା ପିଠିରେ ଛୁରୀ ଭୁଷିଥିଲା। ମୁଁ ଜଣେ ହିନ୍ଦୁ ଏବଂ ୨୦୧୪ରେ ଯେତେବେଳେ ଶିବସେନା ସହିତ ଭାଜପା ମେଣ୍ଟ ଭାଙ୍ଗିଥିଲା ସେତେବେଳେ ମଧ୍ୟ ମୁଁ ହିନ୍ଦୁ ଥିଲି। ଭାଜପା ରାଜ୍ୟରେ ଦଙ୍ଗା ସୃଷ୍ଟି କରୁଛି। କାଶ୍ମୀର ବିଷୟରେ କଣ? ଦୁନିଆର ସବୁଠୁ ବଡ ହିନ୍ଦୁତ୍ୱ ଦଳ କାଶ୍ମୀର ପଣ୍ଡିତମାନଙ୍କ ବିଷୟରେ କାହିଁକି କହୁନାହାଁନ୍ତି? କାଶ୍ମୀରର ସୁରକ୍ଷିତ ସ୍ଥାନକୁ ବଦଳି ପାଇଁ ସେମାନେ ଦାବି କରୁଛନ୍ତି। ମାତ୍ର କାଶ୍ମୀର ପଣ୍ଡିତମାନଙ୍କୁ ଏବେ ମଧ୍ୟ ହତ୍ୟା କରାଯାଉଛି ।

ଯଦି ମୋ ଜେଜେବାପା ବାଲାସାହେବ ଠାକରେଙ୍କ ଆଦର୍ଶ ପ୍ରତି ଭାଜପା ଏତେ ସତର୍କ ହୋଇଥାନ୍ତା, ତେବେ ସେମାନେ ମୋ ଜେଜେବାପା ଗଠନ କରିଥିବା ଦଳକୁ ନଷ୍ଟ କରିବାକୁ ଚେଷ୍ଟା କରି ନ ଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ଗୋଟିଏ ବଲ୍‌ ବଦଳାଇଦେଲା ଦେଲା ମ୍ୟାଚ୍‌ର ଫଳାଫଳ: ଭାରତ ସପକ୍ଷରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର T20 ମ୍ୟାଚ୍‌ର ଶେଷ ଓଭରରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମ୍ୟାଚ୍‌ର ଫଳାଫଳ…

LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?