Posted inଜାତୀୟ

ରାମ ମନ୍ଦିର ନିର୍ମାଣ କେନ୍ଦ୍ର ସରକାରଙ୍କ ଯୋଗୁ ନୁହେଁ ସୁପ୍ରିମ୍‌କୋର୍ଟଙ୍କ ଯୋଗୁ ସମ୍ଭବ ହୋଇଛି: ଆଦିତ୍ୟ ଠାକରେ…

ହାଇଦ୍ରାବାଦର ,୧୨।୪ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ଶାସକ ଶିବସେନାର ସହଯୋଗୀ ରାଜ୍ୟରେ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଶିବସେନା (ୟୁବିଟି) ନେତା କହିଛନ୍ତି ଯେ ତାଙ୍କର ହିନ୍ଦୁତ୍ୱ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି ଏବଂ ସେ ଭାଜପାର ହିନ୍ଦୁତ୍ୱକୁ ବିଶ୍ୱାସ କରନ୍ତି ନାହିଁ। ଆଦିତ୍ୟ ଠାକରେ ଅଭିଯୋଗ କରିଛନ୍ତି, ୨୦୧୪ ରେ ମଧ୍ୟ ଭାଜପା ଶିବସେନା ସହିତ ବିଶ୍ୱାସଘାତକତା କରିଥିଲା। ତେବେ ଭାଜପା ସହ ତାଙ୍କର କୌଣସି ବ୍ୟକ୍ତିଗତ ବିବାଦ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ହିନ୍ଦୁତ୍ୱ ପ୍ରସଙ୍ଗରେ ଆଦିତ୍ୟ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ହାଇଦ୍ରାବାଦର ଗୀତମ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆମର ହିନ୍ଦୁତ୍ୱ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି ଏବଂ ଏହା ଜଣାଶୁଣା। କିଛି ଲୋକ କଣ ଖାଉଛନ୍ତି ସେଥିପ୍ରତି ଆମର ଧ୍ୟାନ ନାହିଁ, କିନ୍ତୁ ଭାଜପା ସହିତ ଏଭଳି ହେଉ ନାହିଁ। ଯଦି ଏହା ବିଜେପିର ହିନ୍ଦୁତ୍ୱ, ତେବେ ଏହା ମୋ ବାପା, ମୋ ଜେଜେବାପା ଏବଂ ଆମ ଲୋକଙ୍କ ପାଇଁ ଗ୍ରହଣୀୟ ନୁହେଁ । ଏହା ମହାରାଷ୍ଟ୍ର ପାଇଁ ମଧ୍ୟ ଗ୍ରହଣୀୟ ହେବ ନାହିଁ।

କେନ୍ଦ୍ର ସରକାରଙ୍କ କାରଣରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉନାହିଁ। ଯଦି ଆପଣ ଭାବୁଛନ୍ତି କେନ୍ଦ୍ର ସରକାରଙ୍କ ଯୋଗୁଁ ରାମ ମନ୍ଦିର ନିର୍ମାଣ କରାଯାଉଛି, ତେବେ ଆପଣ ଭୁଲ ଭାବୁଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ଆଦେଶ କେନ୍ଦ୍ର ସରକାର ନୁହେଁ ସୁପ୍ରିମକୋର୍ଟ ଦେଇଛନ୍ତି।

୨୦୧୪ରେ ଭାଜପା ଶିବସେନା ପିଠିରେ ଛୁରୀ ଭୁଷିଥିଲା। ମୁଁ ଜଣେ ହିନ୍ଦୁ ଏବଂ ୨୦୧୪ରେ ଯେତେବେଳେ ଶିବସେନା ସହିତ ଭାଜପା ମେଣ୍ଟ ଭାଙ୍ଗିଥିଲା ସେତେବେଳେ ମଧ୍ୟ ମୁଁ ହିନ୍ଦୁ ଥିଲି। ଭାଜପା ରାଜ୍ୟରେ ଦଙ୍ଗା ସୃଷ୍ଟି କରୁଛି। କାଶ୍ମୀର ବିଷୟରେ କଣ? ଦୁନିଆର ସବୁଠୁ ବଡ ହିନ୍ଦୁତ୍ୱ ଦଳ କାଶ୍ମୀର ପଣ୍ଡିତମାନଙ୍କ ବିଷୟରେ କାହିଁକି କହୁନାହାଁନ୍ତି? କାଶ୍ମୀରର ସୁରକ୍ଷିତ ସ୍ଥାନକୁ ବଦଳି ପାଇଁ ସେମାନେ ଦାବି କରୁଛନ୍ତି। ମାତ୍ର କାଶ୍ମୀର ପଣ୍ଡିତମାନଙ୍କୁ ଏବେ ମଧ୍ୟ ହତ୍ୟା କରାଯାଉଛି ।

ଯଦି ମୋ ଜେଜେବାପା ବାଲାସାହେବ ଠାକରେଙ୍କ ଆଦର୍ଶ ପ୍ରତି ଭାଜପା ଏତେ ସତର୍କ ହୋଇଥାନ୍ତା, ତେବେ ସେମାନେ ମୋ ଜେଜେବାପା ଗଠନ କରିଥିବା ଦଳକୁ ନଷ୍ଟ କରିବାକୁ ଚେଷ୍ଟା କରି ନ ଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରୁ ବ୍ରିଜଭୂଷଣଙ୍କର କଟିଲା ଟିକେଟ

ନୂଆଦିଲ୍ଲୀ,୨।୫: ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ଏକ ବଡ ଖବର ସାମ୍ନାକୁ ଆସୁଛି। ସୂଚନାନୁସାରେ, କେସରଗଞ୍ଜରୁ...

ଆଇପିଏଲ୍‌ ଅଧାରୁ ସ୍ବଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୫: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ପୂର୍ବରୁ ଇଂଲଣ୍ଡ ଦଳ ପାକିସ୍ତାନ ସହିତ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୧।୫: ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟିକତ୍ୱ କରିବେ ରୋହିତ ଶର୍ମା। ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଖେଳାଯାଇଥିବା...

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

ରାଏବରେଲି, ଆମେଠିକୁ ନେଇ କଂଗ୍ରେସର ସସପେନ୍ସ କହୁଛି ଅନେକ କଥା

ନୂଆଦିଲ୍ଲୀ,୨।୫: ଉତ୍ତରପ୍ରଦେଶର ଆମେଠି ଏବଂ ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାକୁ ମାତ୍ର ଦୁଇ ଦିନ ବାକି ଅଛି, କିନ୍ତୁ ଏହି...

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri