Posted inଜାତୀୟ

ଭୂତ ପିଲା ଖାଉଛନ୍ତି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି: ପଶ୍ଚିମବଙ୍ଗ ସରକାର ହରଡ଼ଘଣାରେ…

କୋଲକାତା,୧୨।୪ : ମଧ୍ୟାହ୍ନ ଭୋଜନ ମାମଲାରେ ପଶ୍ଚିମବଙ୍ଗର ସମସ୍ୟା ବଢ଼ିିପାରେ ବୋଲି କୁହାଯାଉଛି। ରାଜ୍ୟରେ ହିସାବଠାରୁ ଅଧିକ ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ଏହି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି କିଏ ଖାଉଛି ବୋଲି ପ୍ରଶ୍ନ ଉଠିଛି। ଏହାକୁ ଭୂତ ପିଲା ଖାଉଥିବା ଚର୍ଚ୍ଚା ହେଉଛି। ଫଳରେ ପଶ୍ଚିମବଙ୍ଗ ସରକାର ଏବେ ହରଡ଼ଘଣାରେ ପଡିଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ଏକ କମିଟି ଜାଣିବାକୁ ପାଇଛି ଯେ ଗତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା ଅଧୀନରେ ପଶ୍ଚିମବଙ୍ଗ ସରକାର ୧୬ କୋଟି ଅଧିକ ଥାଳି ବିଷୟରେ ସୂଚନା ଦେଇଛନ୍ତି।

କମିଟି ଏହାର ମୂଲ୍ୟ ୧୦୦ କୋଟି ଟଙ୍କା ବୋଲି ଆକଳନ କରିଛି। ଅଧିକାରୀମାନେ କହିଛନ୍ତି ଯେ ଜାନୁଆରୀରେ ପିଏମ-ପୋଷଣ ଯୋଜନାରେ ଅନିୟମିତତା ଅଭିଯୋଗ ପାଇବା ପରେ ଶିକ୍ଷା ମନ୍ତ୍ରଣାଳୟ ଏକ କମିଟି ଗଠନ କରିଥିଲା। ଏହି ମିଳିତ ସମୀକ୍ଷା ମିଶନ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାର ସମୀକ୍ଷା ପାଇଁ ଗଠନ କରାଯାଇଥିଲା। ଏହି କମିଟି ବିଭିନ୍ନ ସ୍ତରରେ ପରିବେଷିତ ଖାଦ୍ୟର ସଂଖ୍ୟା ବିଷୟରେ ସୂଚନା ପ୍ରଦାନ କରିବାରେ ଗୁରୁତର ଅସଙ୍ଗତି ହୋଇଥିବା ଜାଣିବାକୁ ପାଇଥିଲା ।

କମିଟିର ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ କରିଥିବା ପ୍ରଥମ ଏବଂ ଦ୍ୱିତୀୟ ତ୍ରୟମାସିକ ବିକାଶ ରିପୋର୍ଟରେ, ଏପ୍ରିଲରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ, ପିଏମ-ପୋଷଣ ଯୋଜନା ଅନ୍ତର୍ଗତ ୧୪୦.୨୫ କୋଟି କୋଟି ମଧ୍ୟାହ୍ନ ଭୋଜନ ଥାଳି ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲା। କିନ୍ତୁ ତ୍ରୟମାସିକ ରିପୋର୍ଟ ଅନୁଯାୟୀ, ପରିବେଷିତ ଭୋଜନର ପ୍ଲେଟ ସଂଖ୍ୟା ୧୨୪.୨୨ କୋଟି ଥିଲା। ରିପୋର୍ଟରେ କୁହାଯାଇଛି ଯେ, ଏହିପରି ଭାବରେ, ମଧ୍ୟାହ୍ନ ଭୋଜନ ଥାଳି ବିଷୟରେ ୧୬ କୋଟି ଅଧିକ ଆକଳନ କରିବା ଏକ ଗୁରୁତର ବିଷୟ। ଏହାର ସାମଗ୍ରୀର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

କମିଟି ଅନ୍ୟାନ୍ୟ ସାମଗ୍ରୀ ଉପରେ ନିର୍ମିତ ପାଣ୍ଠିର ବ୍ୟୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। କମିଟିର ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାର ଦାବି କରିଛନ୍ତି ଯେ ହାରାହାରି ୯୫ ରୁ ପ୍ରତିଶତରୁ ଅଧିକ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ମାତ୍ର କମିଟି ସଦସ୍ୟଙ୍କ ଦ୍ୱାରା ତଦାରଖ କରାଯାଉଥିବା ବିଦ୍ୟାଳୟଗୁଡ଼ିକରେ ଏହି ସଂଖ୍ୟା ୬୦ରୁ ୮୫ ପ୍ରତିଶତ ଥିବା ଜଣାପଡ଼ିଥିଲା।

ଏହାପୂର୍ବରୁ ଏପ୍ରିଲ ୩ ରେ ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବସୁ ଟୁଇଟ କରି କହିଥିଲେ, ରାଜ୍ୟରେ ବିଦ୍ୟାଳୟ ପରିଦର୍ଶନ କରିଥିବା ମିଳିତ ସମୀକ୍ଷା ମିଶନ ରାଜ୍ୟର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନ ଜଣାଇ ରିପୋର୍ଟ ଦାଖଲ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ରାଜନୀତିକୁ ଆସିବା ନେଇ… ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୭: ‘କକ୍ରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ନିଟ (NEET) ପ୍ରଶ୍ନପତ୍ରଲିକ ସଂଶୋଧନ ବିଲ, ଛାତ୍ର ଆନ୍ଦୋଳନ ଏବଂ ସରକାରଙ୍କ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ସାଧୁ ବେଶରେ ସଂସଦ ଆସିଲେ ପପ୍ପୁ ଯାଦବ, ଦାନ ଦେଲେ ଏମପି

ପାଟନା,୩୧।୭: ବିହାର ପୁର୍ନିଆର ଏମପି ପପ୍ପୁ ଯାଦବ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗକୁ ନେଇ ସଂସଦ ପରିସରରେ ପ୍ରତିବାଦ କରିଛନ୍ତି ।…

ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲେ କାର୍ତ୍ତିକ ଆର୍ଯ୍ୟନ: ମୁଖ୍ୟମନ୍ତ୍ରୀ କହିଲେ ବାଃ ବାଃ

ଆସାମରେ ଭୟଙ୍କର ବନ୍ୟା। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ବିସ୍ଥାପିତ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ପରିସ୍ଥିତି ଖରାପ ଆଡ଼କୁ ଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri