Posted inଜାତୀୟ

ଭୂତ ପିଲା ଖାଉଛନ୍ତି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି: ପଶ୍ଚିମବଙ୍ଗ ସରକାର ହରଡ଼ଘଣାରେ…

କୋଲକାତା,୧୨।୪ : ମଧ୍ୟାହ୍ନ ଭୋଜନ ମାମଲାରେ ପଶ୍ଚିମବଙ୍ଗର ସମସ୍ୟା ବଢ଼ିିପାରେ ବୋଲି କୁହାଯାଉଛି। ରାଜ୍ୟରେ ହିସାବଠାରୁ ଅଧିକ ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ଏହି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି କିଏ ଖାଉଛି ବୋଲି ପ୍ରଶ୍ନ ଉଠିଛି। ଏହାକୁ ଭୂତ ପିଲା ଖାଉଥିବା ଚର୍ଚ୍ଚା ହେଉଛି। ଫଳରେ ପଶ୍ଚିମବଙ୍ଗ ସରକାର ଏବେ ହରଡ଼ଘଣାରେ ପଡିଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ଏକ କମିଟି ଜାଣିବାକୁ ପାଇଛି ଯେ ଗତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା ଅଧୀନରେ ପଶ୍ଚିମବଙ୍ଗ ସରକାର ୧୬ କୋଟି ଅଧିକ ଥାଳି ବିଷୟରେ ସୂଚନା ଦେଇଛନ୍ତି।

କମିଟି ଏହାର ମୂଲ୍ୟ ୧୦୦ କୋଟି ଟଙ୍କା ବୋଲି ଆକଳନ କରିଛି। ଅଧିକାରୀମାନେ କହିଛନ୍ତି ଯେ ଜାନୁଆରୀରେ ପିଏମ-ପୋଷଣ ଯୋଜନାରେ ଅନିୟମିତତା ଅଭିଯୋଗ ପାଇବା ପରେ ଶିକ୍ଷା ମନ୍ତ୍ରଣାଳୟ ଏକ କମିଟି ଗଠନ କରିଥିଲା। ଏହି ମିଳିତ ସମୀକ୍ଷା ମିଶନ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାର ସମୀକ୍ଷା ପାଇଁ ଗଠନ କରାଯାଇଥିଲା। ଏହି କମିଟି ବିଭିନ୍ନ ସ୍ତରରେ ପରିବେଷିତ ଖାଦ୍ୟର ସଂଖ୍ୟା ବିଷୟରେ ସୂଚନା ପ୍ରଦାନ କରିବାରେ ଗୁରୁତର ଅସଙ୍ଗତି ହୋଇଥିବା ଜାଣିବାକୁ ପାଇଥିଲା ।

କମିଟିର ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ କରିଥିବା ପ୍ରଥମ ଏବଂ ଦ୍ୱିତୀୟ ତ୍ରୟମାସିକ ବିକାଶ ରିପୋର୍ଟରେ, ଏପ୍ରିଲରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ, ପିଏମ-ପୋଷଣ ଯୋଜନା ଅନ୍ତର୍ଗତ ୧୪୦.୨୫ କୋଟି କୋଟି ମଧ୍ୟାହ୍ନ ଭୋଜନ ଥାଳି ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲା। କିନ୍ତୁ ତ୍ରୟମାସିକ ରିପୋର୍ଟ ଅନୁଯାୟୀ, ପରିବେଷିତ ଭୋଜନର ପ୍ଲେଟ ସଂଖ୍ୟା ୧୨୪.୨୨ କୋଟି ଥିଲା। ରିପୋର୍ଟରେ କୁହାଯାଇଛି ଯେ, ଏହିପରି ଭାବରେ, ମଧ୍ୟାହ୍ନ ଭୋଜନ ଥାଳି ବିଷୟରେ ୧୬ କୋଟି ଅଧିକ ଆକଳନ କରିବା ଏକ ଗୁରୁତର ବିଷୟ। ଏହାର ସାମଗ୍ରୀର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

କମିଟି ଅନ୍ୟାନ୍ୟ ସାମଗ୍ରୀ ଉପରେ ନିର୍ମିତ ପାଣ୍ଠିର ବ୍ୟୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। କମିଟିର ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାର ଦାବି କରିଛନ୍ତି ଯେ ହାରାହାରି ୯୫ ରୁ ପ୍ରତିଶତରୁ ଅଧିକ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ମାତ୍ର କମିଟି ସଦସ୍ୟଙ୍କ ଦ୍ୱାରା ତଦାରଖ କରାଯାଉଥିବା ବିଦ୍ୟାଳୟଗୁଡ଼ିକରେ ଏହି ସଂଖ୍ୟା ୬୦ରୁ ୮୫ ପ୍ରତିଶତ ଥିବା ଜଣାପଡ଼ିଥିଲା।

ଏହାପୂର୍ବରୁ ଏପ୍ରିଲ ୩ ରେ ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବସୁ ଟୁଇଟ କରି କହିଥିଲେ, ରାଜ୍ୟରେ ବିଦ୍ୟାଳୟ ପରିଦର୍ଶନ କରିଥିବା ମିଳିତ ସମୀକ୍ଷା ମିଶନ ରାଜ୍ୟର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନ ଜଣାଇ ରିପୋର୍ଟ ଦାଖଲ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri