ଅଯୋଧ୍ୟାରେ ଆକାଶଛୁଆଁ ହୋଟେଲ ଭଡା, ଦିନକୁ ୧ଲକ୍ଷ ଟଙ୍କା

ଅଯୋଧ୍ୟା,୧୧।୧: ସଜେଇ ହେଲାଣି ଅଯୋଧ୍ୟା। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ମନ୍ଦିରର ଭବ୍ୟ ଆୟୋଜନ ହେବ। ତେବେ ଏବେଠାରୁ ଅଯୋଧ୍ୟାରେ ଜନ ସମାଗମ ଆରମ୍ଭ ହେଲାଣି। ଅଯୋଧ୍ୟାରେ ପହଞ୍ଚିବା ପରେ ଯାତ୍ରୀ ହୋଟେଲ କି ଲଜ୍‌ରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନଟିଏ ଖୋଜୁଥିବାବେଳେ ହୋଟେଲ ଭଡା ଏବେ ଆକାଶଛୁଆଁ ହୋଇଛି। ଅଯୋଧ୍ୟାରେ ଏବେ ରହିବା ଠାରୁ ଆରମ୍ଭ କରି ଖାଦ୍ୟ ଯାଏଁ ସବୁ ଦାମ୍‌ ବଢିବାରେ ଲାଗିଛି।
ରାମ ମନ୍ଦିର ଉଦ୍‌ଘାଟନ ପୂର୍ବରୁ ଅଯୋଧ୍ୟାରେ ହୋଟେଲ ବୁକିଂ ୮୦ପ୍ରତିଶତ ବୃଦ୍ଧି ପାଇଛି। ମିଡିୟମ ରୁମ୍‌ ଠାରୁ ଆରମ୍ଭ କରି ଲକ୍ସରି ରୁମ୍‌ ଯାଏଁ ସବୁର ଦାମ୍‌ ୫ଗୁଣ ଅଧିକ ବୃଦ୍ଧି ପାଇଛି। କହିରଖୁଛୁ କି, ଗୋଟିଏ ଲକ୍ସରୀ ରୁମ୍‌ର ଦାମ୍‌ ସେଠାରେ ୧ଲକ୍ଷ ଟଙ୍କା ରହିଛି। ହୋଟେଲର ଦାମ୍‌ ଏତେ ଅଧିକ ଥିଲେ ବି ସବୁ ରୁମ୍‌ ବୁକିଂ ହୋଇଯାଉଛି।
ଅନୁମାନ କରାଯାଉଛି କି, ରାମ ମନ୍ଦିର ଉଦ୍‌ଘାଟନୀ ଦିନ ପ୍ରାୟ ୩ରୁ ୫ଲକ୍ଷ ଲୋକ ଅଯୋଧ୍ୟା ପହଞ୍ଚିବେ। ତେବେ ଏବେ ଠାରୁ ସହରର ଅଧିକାଂଶ ହୋଟେଲ ବୁକିଂ ସରିଲାଣି। ଅଯୋଧ୍ୟାରେ ଥିବା Cygnett Collection Hotel ଗୋଟିଏ ଦିନର ଭଡା ୭୦ହଜାର ୨୪୦ଟଙ୍କା ଥିବାବେଳେ ପୂର୍ବବର୍ଷ ଜାନୁଆରୀରେ ଏହାର ଭଡା ମାତ୍ର ୧୬ହଜାର ୮୦୦ଟଙ୍କା ଥିଲା। ସେହିପରି ନିକଟରେ ଖୋଲିଥିବା Park Inn Radissonର ସବୁଠାରୁ ଲକ୍ସରୀ ରୁମ୍‌ର ଦାମ୍‌ ୧ଲକ୍ଷ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?