Odisha Elections 2024
Posted inଜାତୀୟ

ନିର୍ବାଚନୀ ହିଂସା ପାଇଁ ଦାୟୀ ରାମ-ଶ୍ୟାମ-ବାମ: ମମତା…

କୋଲକାତା,୧୩।୭ : ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଘଟିଥିବା ଭୟଙ୍କର ହିଂସା ଏବଂ ରକ୍ତପାତ ପାଇଁ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ’ରାମ, ଶ୍ୟାମ ଏବଂ ବାମ’ କୁ ଦାୟୀ କରିଛନ୍ତି। ସେ ’ରାମ, ଶ୍ୟାମ ଏବଂ ବାମପନ୍ଥୀ’ ମାଧ୍ୟମରେ ଭାଜପା, କଂଗ୍ରେସ ଏବଂ ବାମ ଦଳଙ୍କୁ ଟାର୍ଗେଟ କରିଛନ୍ତି।

ସିଏମ ବାନାର୍ଜୀ କହିଛନ୍ତି, ଯଦି ମୁଁ କୌଣସି ଅପରାଧ କରିଛି, ତେବେ ଜନସାଧାରଣ ମୋତେ ଦଣ୍ଡ ଦେଇ ପାରିବେ। କିନ୍ତୁ ମୁଁ କହିବାକୁ ଚାହେଁ ଜନସାଧାରଣ ମୋତେ ଆଶୀର୍ବାଦ ଦେଇଛନ୍ତି। ଆମେ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ ଏବଂ ସ୍ବାମୀ ବିବେକାନନ୍ଦଙ୍କ ଅନୁଗାମୀ।

ସେ ଆହୁରି ମଧ୍ୟ କହିଛନ୍ତି, ’ମୁଁ ହିଂସାକୁ ସମର୍ଥନ କରେ ନାହିଁ କିମ୍ବା ଘୃଣା ଓ ହିଂସା ରାଜନୀତିକୁ ସମର୍ଥନ କରେ ନାହିଁ। ଏହା ମୋତେ କଷ୍ଟ ଦେଉଛି ନିର୍ବାଚନରେ ବାଧା ଦେବା ପାଇଁ ରାମ, ଶ୍ୟାମ ଏବଂ ବାମ ଏକାଠି ହିଂସା କରିଥିଲେ। ଏହି ହିଂସା ରାଜ୍ୟର ଅଳ୍ପ କିଛି ଅଞ୍ଚଳରେ ଘଟିଛି। ୭୦,୦୦୦ବୁଥ ମଧ୍ୟରୁ କେବଳ ୬୦ ଟି ବୁଥରେ ହିଂସା ଦେଖିବାକୁ ମିଳିଥିଲା।

ଏହି ହିଂସା ପାଇଁ ଭାଜପାକୁ ଦାୟୀ କରି ସେ କହିଛନ୍ତି ଏହି ବିଭାଜନକାରୀ ଦଳ ରାଜନୀତି ଛାଡିଦେବା ଉଚିତ। ଯେଉଁମାନେ ଗଣତନ୍ତ୍ରକୁ ହତ୍ୟା କରନ୍ତି, ସେମାନଙ୍କର ରାଜନୀତିରେ ରହିବାର ଅଧିକାର ନାହିଁ। ମୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚୁପ ରହିଲି, କିନ୍ତୁ ମୋର ଧୈର୍ଯ୍ୟର ମଧ୍ୟ ସୀମା ଅଛି। ମିଥ୍ୟା ପ୍ରଚାର ପ୍ରସାର କରିବାରେ ଶାସକ ଭାଜପା ସବୁ ପ୍ରକାର ପଦକ୍ଷେପ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତ ଘରେ ପଶି ମାରୁଛି: କାହିଁକି ଏମିତି କହିଲେ ପାକିସ୍ତାନ ରାଷ୍ଟ୍ରଦୂତ

ନ୍ୟୁୟର୍କ,୨୨।୫:ନୂଆ ଭାରତ ଘରେ ପ୍ରବେଶ କରି ହତ୍ୟା କରେ। ପାକିସ୍ତାନୀ ରାଷ୍ଟ୍ରଦୂତ ମିଳିତ ଜାତିସଂଘର ସାଧାରଣ ସଭାରେ ନିଜର ଦୁଃଖ ପ୍ରକାଶ କରି ଏହା କହିଛନ୍ତି।...

ପ୍ରଧାନମନ୍ତ୍ରୀ ଭୋଟ ପାଇଁ ତାମିଲଙ୍କୁ ବଦନାମ କରନ୍ତୁ ନାହିଁ: ଷ୍ଟାଲିନ୍‌

ଚେନ୍ନାଇ,୨୨ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଓଡ଼ିଶାକୁ ପ୍ରଚାରରେ ଆସିବାବେଳେ ପ୍ରତିଥର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ରାଜ୍ୟର ଶାସକ ବିଜୁ...

ବିମାନ ଧକ୍କାରେ ୪୦ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ

ମୁମ୍ବାଇ, ୨୨।୫: ଏମିରେଟ୍‌ସ ଏୟାରଲାଇନ୍ସର ଏକ ବିମାନ ସହ ଧକ୍କା ହୋଇ ୪୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର...

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri