ରାମ ମନ୍ଦିର ଶୁଣାଣିବେଳେ ପ୍ଲା କାର୍ଡ ଧରି କୋର୍ଟରେ ପହଞ୍ଚିଥିଲା ମାଙ୍କଡ, ଜଜ୍‌ ଦେଖି…

ନୂଆଦିଲ୍ଲୀ,୧୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଏବେ ଉତ୍ସବମୁଖର ସାରା ଦେଶ। ଏହାକୁ ନେଇ ସମ୍ପ୍ରତି ସ୍ଥିତିରେ ଯେତିକି ଜଟିଳ ହେଉଛି ରାଜନୀତି ତେବେ ଏହାର ଇତିହାସ ମଧ୍ୟ ସେତିକି ରୋଚକ ରହିଛି। ଏହାରି ଭିତରେ ଧୀରେଧୀରେ ରାମ ମନ୍ଦିର ଇତିହାସକୁ ନେଇ ଆସୁଛି ଚମକାଇଲା ଭଳି କାହାଣୀ। ରାମ ମନ୍ଦିର ପାଇଁ କେବଳ ମଣିଷ ନୁହେଁ ପଶୁମାନେ ମଧ୍ୟ କରିଥିଲେ ସଂଗ୍ରାମ। ଏବେ ଆପଣଙ୍କୁ ରାମ ମନ୍ଦିର ଶୁଣାଣିରେ ଏମିତି ଏକ କାହାଣୀ ଶୁଣାଇବୁ ଯାହାକୁ ପଢିଲେ ଆପଣ ତାଜୁବ ହୋଇଯିବେ।

ରାମୟାଣରେ ବର୍ଣ୍ଣିତ ଅଛି ଯେ, ରାମଙ୍କର ବାହାନ ହେଉଛନ୍ତି ହନୁମାନ। ସେହିଦୃଷ୍ଟିରୁ ଆମେ ମାଙ୍କଡଙ୍କୁ ମଧ୍ୟ ରାମଙ୍କ ବାହାନ ବୋଲି କହିଥାଉ। ଶ୍ରୀରାମ,ସୀତା ଓ ଲକ୍ଷ୍ମଣଙ୍କ ସହ ହନୁମାନଙ୍କ ଯୁଗଳ ମୂର୍ତ୍ତି ସବୁ ମନ୍ଦିରରେ ପୂଜା ପାଇଥାଏ। ସେହି ରାମଙ୍କ ବାହାନ ହନୁମାନଙ୍କ ଏକ ଅଜବ କାରନାମା ବିଷୟରେ କହିବାକୁ ଯାଉଛୁ।

୧୯୮୬ ପେବୃଆରୀ ୧। ସେଦିନ ସମସ୍ତେ ହିନ୍ଦୁ ସମ୍ପ୍ରଦାୟ ଆଶାରେ ଥିଲେ ରାମ ମନ୍ଦିରକୁ ନେଇ ଆସିବ ବଡ ରାୟ। ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମ ମନ୍ଦିର। ସମସ୍ତଙ୍କର ଆଖି ଥିଲା ଫୌଜାବାଦ ଜିଲା କୋର୍ଟଙ୍କ ନିଷ୍ପତ୍ତି ଉପରେ। ସକାଳୁ ସକାଳୁ କୋର୍ଟ ଆଗରେ ଜମିଥିଲା ପ୍ରବଳ ଭିଡ। ରାୟ ଶୁଣିବାକୁ ଉତ୍ସାହିତ ଥିଲେ ପୋଲିସ ପ୍ରଶାସନ ଠାରୁ ସାଧାରଣ ଜନତା। ସେଠାରେ ଏତେ ଭିଡ ହୋଇଥିଲା ଯେ, ପାଦ ରଖିବାକୁ ବି ଜାଗା ନ ଥିଲା। ହେଲେ ଏତେ ଭିଡ ଭିତରେ ସମସ୍ତଙ୍କର ଆଖି କଳା ମାଙ୍କଡ ଉପରେ ରହିଥିଲା। ଯିଏକି କୋର୍ଟଙ୍କ ରାୟ ଶୁଣିବାକୁ ଅନେକ ସମୟ ଧରି ଅପେକ୍ଷାରେ ରହିଥିଲା। ଗୋଟିଏ ପ୍ଲା କାର୍ଡ ଧରି ମାଙ୍କଡଟି ସେହି ସ୍ଥାନରେ ଘୂରି ବୁଲୁଥିଲା। କୋର୍ଟର ଶୁଣାଣି ଆରମ୍ଭରୁ ଶେଷ ଯାଏଁ ଏହି ମାଙ୍କଡର ବ୍ୟବହାର ଦେଖି ସମସ୍ତେ ଆାଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏମିତି କି, ଏହି କଳା ମାଙ୍କଡଟି କୋର୍ଟର ଜଜ୍‌ ଏ.ଏମ୍‌ ପାଣ୍ଡେଙ୍କ ଘରକୁ ମଧ୍ୟ ଯାଇଥିଲା।

ଘଟଣା ହେଉଛି, ସେହିଦିନ ଅପରାହ୍ନଣ ୪.୪୦ ବେଳକୁ ଜିଲା ଜଜ୍‌ କୃଷ୍ଣ ମୋହନ ପାଣ୍ଡେ ରାୟ ଶୁଣାଇଥିଲେ। ଯାହାକୁ ଶୁଣି ସେଠାରେ ଉପସ୍ଥିତ ଥିବା ଜନତାଙ୍କ ମଧ୍ୟରେ ନିରବତା ଖେଳି ଯାଇଥିଲା। ରାୟରେ କେ.ଏମ୍‌ ପାଣ୍ଡେ ନିର୍ଦ୍ଦେଶ ଦେଇଥିଲେ ଯେ, ସେହି ବିବାଦୀୟ ମସଜିଦର ତାଲା ଖୋଲାଯାଉ। ତେବେ ପ୍ରଥମରୁ ଶେଷ ଯାଏଁ ରାୟ ଶୁଣିବା ପରେ ମାଙ୍କଡଟି ସ୍ଥାନ ଛାଡି ଚୁପଚାପ୍‌ ପଳାଇ ଥିଲା।
ଏହାପରେ ଯେତେବେଳେ ଜଜ୍‌ କୋର୍ଟ କାର୍ଯ୍ୟ ସାରି ଘରକୁ ଫେରିଲେ ସେ ଦେଖିଥିଲେ ଯେ, ତାଙ୍କ ଦୁଆର ବାରଣ୍ଡାରେ ଗୋଟିଏ କଳାମାଙ୍କଡ ବସିଛି। ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ଏମ୍‌ ପାଣ୍ଡେ ତାଙ୍କ ଆତ୍ମଜୀବନୀ ‘voice of conscience’ ରେ ଉଲ୍ଲେଖ କରିଛନ୍ତି।
ଏମ୍‌ ପାଣ୍ଡେ ଆହୁରି କହିଛନ୍ତି, ଶୁଣାଣି ଦିନ ସେହି ହନୁମାଙ୍କଟି ପ୍ଲା କାର୍ଡ ଧରି ଆସିଥିଲା। ମାଙ୍କଡର ଏପରି କାରନାମା ଦେଖି ଲୋକଙ୍କର ବି କୌତୁହଳ ବଢିଥିଲା। ଆଖପାଖରେ ଯାଉଥିବା ଲୋକେ ମାଙ୍କଡଟିକୁ କଦଳୀ ଓ ଅନ୍ୟ ଫଳ ଯାଚିଥିଲେ ହେଲେ ମାଙ୍କଡଟି କିଛି ଖାଉ ନ ଥିଲା କି ଛୁଉଁ ବି ନଥିଲା। ଚୁପଚାପ ଗୋଟିଏ ସ୍ଥାନରେ ପ୍ଲା କାର୍ଡ ଧରି ବସିଥିଲା। ଶୁଣାଣି ଶେଷରେ ରାୟ ଦେବା ପରେ ସେଠାରୁ ସେ ଚାଲି ଯାଇଥିଲା। ହେଲେ ମୋ ପଛେପଛେ ସେ ଘର ପର୍ଯ୍ୟନ୍ତ ବି ଆସିଯାଇଥିଲା। ଘର ବାରଣ୍ଡାରେ ତାକୁ ଦେଖି ମୁଁ ପ୍ରଣାମ କରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri