ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପାଗଳପ୍ରାୟ ଥିଲେ ରାମ ଗୋପାଳ ବର୍ମା; ଚାପୁଡା ମାରିଥିଲେ ସ୍ତ୍ରୀ…

ବମ୍ବେ: ଇଞ୍ଜିନିୟରିଂ କଲେଜରେ ପାଠପଢ଼ା। ହେଲେ ଫିଲ୍ମ ନିର୍ଦ୍ଦେଶନା ବଦଳାଇଦେଇଥିଲା ଜୀବନ। ଆମେ କଥା ହେଉଛୁ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ବିଷୟରେ। ‘ରଙ୍ଗିଲା’, ‘ସତ୍ୟା’, ‘କମ୍ପାନୀ’ ଭଳି ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା ରାମ ଗୋପାଳଙ୍କ ଆଜି ହେଉଛି ଜନ୍ମଦିନ। ଏହି ଅବସରରେ ତାଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।

ଆନ୍ଧ୍ରପ୍ରଦେଶରେ ଜନ୍ମ ନେଇଥିଲେ ରାମ ଗୋପାଳ। ସେ ବିଜୟଓ୍ବାଡାର ବି.ଆର୍‌. ସିଦ୍ଧାର୍ଥ ଇଞ୍ଜିନିୟରିଂ କଲେଜରୁ ପାଠପଢ଼ା ସାରିଥିଲେ। ନିର୍ଦ୍ଦେଶନା କ୍ଷେତ୍ରକୁ ଆସିବା ପରେ ଅନେକ ଫିଲ୍ମରେ ସେ ଅଭିନେତ୍ରୀ ଭାବେ ଉର୍ମିଳା ମାତୋଣ୍ଡକରଙ୍କୁ କାଷ୍ଟ କରିଥିଲେ। ସେଥିରୁ ‘ରଙ୍ଗିଲା’ ସୁପରହିଟ୍‌ ହୋଇଥିଲା। ଏହି ସମୟରେ ରାମ ଗୋପାଳ ଉର୍ମିଳାଙ୍କ ପ୍ରେମରେ ପାଗଳପ୍ରାୟ ହୋଇଯାଇଥିଲେ। ସେ ନିଜ ଅଫିସର ଗୋଟିଏ କୋଠରୀକୁ ଅଭିନେତ୍ରୀଙ୍କ ନାମରେ ରଖିଥିଲେ।

ଏକ ଫିଲ୍ମ ପାଇଁ ରାମଗୋପାଳ ମାଧୁରୀଙ୍କୁ ନାୟିକା ଭାବେ ନେବାକୁ ମନା କରିଦେଇଥିଲେ। ହେଲେ ଉର୍ମିଳା ଏହା ଜାଣିବା ପରେ ଉକ୍ତ ଫିଲ୍ମ କରିବାକୁ ନା କରିଥିଲେ। ହେଲେ ମୋଟ ଉପରେ ଦେଖିଲେ ତେରଟି ଫିଲ୍ମରେ ଏକାଠି କାମ କରିଛନ୍ତି ଉଭୟ।
ଉର୍ମିଳାଙ୍କ ସହ ତାଙ୍କ ସମ୍ପର୍କ କାରଣରୁ ରାମଗୋପାଳ ଏବଂ ସ୍ତ୍ରୀଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଏଥିରେ ରାଗିଯାଇ ନିର୍ଦ୍ଦେଶକଙ୍କ ସ୍ତ୍ରୀ ଉର୍ମିଳାଙ୍କୁ ଚାପୁଡ଼ା ମାରିବାକୁ ପଛାଇ ନ ଥିଲେ। ହେଲେ କିଛି ଫରକ ପଡ଼ି ନ ଥିଲା। ଅଭିନେତ୍ରୀଙ୍କ ଯୋଗୁ ରାମଗୋପାଳ ସ୍ତ୍ରୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଅପରପକ୍ଷେ ଉର୍ମିଳାଙ୍କ କ୍ୟାରିୟର ନିର୍ଦ୍ଦେଶକଙ୍କ ଯୋଗୁ ପ୍ରଭାବିତ ହୋଇଥିଲା। ତାଙ୍କୁ ଫିଲ୍ମରେ ନେବାକୁ ସେତେବେଳେ ଅନ୍ୟ ନିର୍ଦ୍ଦେଶକ ରାଜି ହେଉ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଟିଂ ଚାଲିଛି ମନେ ମନେ ମନ ଖୋଜୁଥିଲା

ଦୁଇଟି ପରିବାର ଭିତରେ ଅହି-ନକୂଳ ସମ୍ପର୍କ। ହେଲେ ପ୍ରେମ ଏପରି ଏକ ଜିନିଷ ଯାହା କିଛି ଖାତିର କରେନା। ଅଭିମନ୍ୟୁଙ୍କ ପୁଅ ଓମ୍‌ ଏବଂ ଦୁର୍ଯ୍ୟୋଧନଙ୍କ...

ବଡ ପରଦାରେ ବିଗ ବି ଅମିତାଭଙ୍କ ସହ ନଜର ଆସିବେ ବାହୁବଳୀ ଷ୍ଟାର ପ୍ରଭାସ

ବଡ ପରଦାରେ ଖୁବଶିଘ୍ର ଏକାଠି ନଜର ଆସିବେ ବାହୁବଳୀ ଷ୍ଟାର ପ୍ରଭାସ ଓ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। ପ୍ରଥମ ଥର ଲାଗି ଉଭୟେ ବଡ...

ଭନ୍‌ସାଲୀଙ୍କ ଯୋଗୁ ବାଥରୁମ୍‌ରେ ଭୋ ଭୋ ହୋଇ କାନ୍ଦୁଥିଲେ ଏହି ଅଭିନେତ୍ରୀ, ଏବେ କହିଲେ…

ବମ୍ବେ: ଷ୍ଟାର ପ୍ଲସର ଲୋକପ୍ରିୟ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ଧାରା ପାଣ୍ଡ୍ୟା ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ଶାଇନି ଦୋଶୀ। ହେଲେ ଦିନ...

ଏହି ଅଭିନେତାଙ୍କୁ ବିବାହ କରିବାକୁ ନାମ ସହ ଧର୍ମ ପରିବର୍ତ୍ତନ କରିଥିଲେ ଦୀପିକା, ପୂର୍ବ ସ୍ବାମୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବମ୍ବେ: ଲୋକପ୍ରିୟ ଅଭିନେତ୍ରୀ ତଥା ବିଗ୍‌ବସ୍‌ ଫେମ୍‌ ଦୀପିକା କକ୍କଡ଼-ଅଭିନେତା ଶୋଏବ ଇବ୍ରାହିମ୍‌ଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଏ। ଇତି ମଧ୍ୟରେ ଉଭୟଙ୍କ ବିବାହର ତିନି...

ଅଲ୍ଲୁ ଅର୍ଜୁନଙ୍କ ସହ କାମ କରିବାକୁ ମନ ବଳାଇଛନ୍ତି ଦୀପିକା

ମୁମ୍ବାଇ: ପଦ୍ମାବତ ଫେମ ଦୀପିକା ପାଦୁକୋନ ଏବେ ଖୁବ୍ ଚର୍ଚ୍ଚାରେ । ସେ ଏବେ ତାଙ୍କ ଫିଲ୍ମ ‘ଗେହରାଇୟା’ର ପ୍ରମୋଶନରେ ବିଜି ଅଛନ୍ତି । ଫିଲ୍ମରେ...

ଶ୍ରୋତାଙ୍କୁ ମତୁଆଲା କରେ ପ୍ରୟତାତ୍ମାଙ୍କ ସଙ୍ଗୀତ

ନିଜ କଣ୍ଠର ଯାଦୁକରି ସ୍ପର୍ଶରେ ଓଡ଼ିଶାର ଅଗଣିତ ଶ୍ରୋତାଙ୍କ ହୃଦୟରେ ଘର କରି ସଙ୍ଗୀତ ଦୁନିଆରେ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାର ପରିସରରେ ଅଛନ୍ତି ପ୍ରୟତାତ୍ମା ରଥ।...

ଜେନେଲିଆଙ୍କୁ ଟାଇ ପିନ୍ଧିବାରେ ସାହାଯ୍ୟ କଲେ ରିତେଶ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟି ଟିକେ କିଛି ଅଲଗା କାମ କଲେ ଆସନ୍ତି ଚର୍ଚ୍ଚାକୁ। ଏବେ ତ ସୋସିଆଲ ମିଡିଆରେ ଏମାନେ ତତ୍‌କ୍ଷଣାତ୍‌ ଚର୍ଚ୍ଚାର ପରସରକୁ ଚାଲିଆସୁଛନ୍ତି।...

‘ଲୁପ୍‌ ଲପେଟା’ରେ ଆସିବେ ତାପସୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଥାପ୍ପଡ’ର ଟ୍ରେଲର୍‌ ରିଲିଜ...

Advertisement
Archives

Model This Week