୧୧ କୋଟିର ବଙ୍ଗଳା ସାଙ୍ଗକୁ ଦାମୀ କାର୍‌ର ମାଲିକାଣୀ ଡ୍ରାମା କୁଇନ୍‌; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ବିଶେଷତଃ ଆଇଟମ୍‌ ଗର୍ଲ ଭାବେ ଖ୍ୟାତ ଏହି ଅଭିନେତ୍ରୀ ଚାକଚକ୍ୟ ଜୀବନ ବିତାଇଥାନ୍ତି। କିଛି ଦିନ ହେଲାଣି ବଡ଼ ପରଦାରୁ ଦୂରେଇ ଯାଇଥିଲେ ହେଁ ତାଙ୍କ ପାଖରେ ଟଙ୍କା ପଇସାର କୌଣସି ଅଭାବ ନାହିଁ।

ଯାହା କୁହାଯାଏ, ରାକ୍ଷୀଙ୍କ ପାଖରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଦୁଇ ଦୁଇଟି ଆପାର୍ଟମେଣ୍ଟ ରହିଛି। ଏହାଛଡ଼ା ତାଙ୍କ ପାଖରେ ୧୧ କୋଟି ମୂଲ୍ୟର ଏକ ବଙ୍ଗଳା ମଧ୍ୟ ଅଛି। ମୋଟ ସମ୍ପତ୍ତି ଦେଖିଲେ ରାକ୍ଷୀ ୩୭ କୋଟି ସମ୍ପତ୍ତିର ମାଲିକାଣି।
ଦାମୀ କାର୍‌ର ସଉକ ରହିଛି ରାକ୍ଷୀଙ୍କର। ତାଙ୍କ ଗ୍ୟାରେଜରେ ୩୦-୩୫ ଲକ୍ଷରୁ ଆରମ୍ଭ କରି ଅନେକ ଗାଡ଼ି ରହିଛି।

ରୋଜଗାର ଦେଖିଲେ ସେ ଆଇଟମ ଗୀତ ସାଙ୍ଗକୁ, ତେଲୁଗୁ- ତାମିଲ ଫିଲ୍ମ ଏବଂ ଅନେକ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି। ବିଗ୍‌ବସ୍‌-୧୪ରେ ସେ ସାମିଲ ହୋଇ ଶୋ’ରୁ ୧୪ ଲକ୍ଷ ଟଙ୍କା ନେଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାସ୍କେଟ୍‌ବଲ ଖେଳାଳିଙ୍କ ପ୍ରେମରେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣା। ସେ ବି ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ। କୃଷ୍ଣା...

ଓ୍ବେବ୍‌ସିରିଜ୍‌ରେ କପିଲ

ବମ୍ବେ: ଓଜନ କମାଇ ଚର୍ଚ୍ଚାରେ କମେଡିଆନ କପିଲ ଶର୍ମା। ପ୍ରଥମେ କମେଡି ଶୋ’ରେ ପ୍ରତିଯୋଗୀ ଭାବେ ଚମକିବା ପରେ ନିଜର ସ୍ବତନ୍ତ୍ର ଶୋ’ରେ ନଜର ଆସିଥିଲେ...

ରାସ୍ତା ମଝିରେ ଅନୁଷ୍କାଙ୍କୁ ଛାଡ଼ି ପଳାଇଥିଲେ ବିରାଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ବେଶ୍‌ ସୁନ୍ଦର ତଥା ଚର୍ଚ୍ଚିତ ଯୋଡ଼ି। କିଛି ନା କିଛି...

ଅତିଥିଙ୍କ ତାଲିକା ଶେୟାର କଲେ ଆଲିଆଙ୍କ ଭାଇ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ମେନୁ ଠାରୁ ଆରମ୍ଭ କରି ଅତିଥିମାନଙ୍କ ତାଲିକା ପର୍ଯ୍ୟନ୍ତ ପ୍ରଶଂସକ...

ଏପ୍ରିଲ ୨ରେ ପରଦାକୁ ଆସିବ ଇର୍‌ଫାନ୍‌ଙ୍କ ‘ଅପ୍‌ନୋ ସେ ବେବଫାଇ’

ଭେଟେରାନ ଅଭିନେତା ତଥା ଅନ୍ତର୍ଜାତୀୟ ତାରକା ଇରଫାନ୍‌ ଖାନ୍‌ ଲମ୍ବା ବ୍ୟବଧାନ ପରେ ପୁଣିଥରେ ଫିଲ୍ମ ‘ଇଂଗ୍ରେଜି ମିଡିୟମ୍‌’ ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି। ଏହି...

ଶାହରୁଖଙ୍କ ଶାଶୁଙ୍କ ଫାର୍ମ ହାଉସ୍‌ ଉପରେ ଲାଗିଲା ୩କୋଟି ଟଙ୍କାର ଜରିମାନା

ମୁମ୍ବାଇ,୨୮।୨: ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଶାଶୁ ସବିତା ଛିବାଙ୍କ ଫାର୍ମ ହାଉସ୍‌ ଉପରେ ୩କୋଟି ଟଙ୍କାର ଜରିମାନା ଲାଗିଥିବା ଜଣାପଡ଼ିଛି। ଡେଜା ବୁ ଫାମର୍‌ସ...

ଅଧିକ ଭଲ ପାଉଥିବା ବ୍ୟକ୍ତିଙ୍କୁ କିଏ ଡ୍ରଗ୍ସ ଦିଏ କି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପୁଣି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବର୍ଷିଛନ୍ତି। ଅଙ୍କିତା ପୁଣି ଥରେ ସୋସିଆଲ...

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ...

Advertisement
Archives

Model This Week