୨ ଫ୍ଲାଟ୍‌, ୧୧ କୋଟିର ବଙ୍ଗଳାର ମାଲିକାଣୀ ହେଉଛନ୍ତି ଡ୍ରାମା କୁଇନ୍‌; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବଲିଉଡ୍‌ର ଡ୍ରାମା କୁଇନ୍‌ ତଥା ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ବଡ଼ ପରଦାରୁ ଦୂରରେ ଥିଲେ ହେଁ ନିଜର ଅଜବ କାର୍ଯ୍ୟକଳାପକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ହେଲେ ବ୍ୟକ୍ତିଗତ ଜୀବନକୁ ଦେଖିଲେ ରାକ୍ଷୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।

ହିନ୍ଦି ସହ ତେଲୁଗୁ୍‌, ତାମିଲ ଫିଲ୍ମ ଏବଂ ଅନେକ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି ରାକ୍ଷୀ। ତାଙ୍କ ପାଖରେ ଅନେକ ଘର ଏବଂ କାର୍‌ ରହିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ତାଙ୍କର ୨ଟି ଆପାର୍ଟମେଣ୍ଟ ରହିଛି। ଏହାଛଡ଼ା ରାକ୍ଷୀଙ୍କ ପାଖରେ ଏକ ୧୧ କୋଟି ଟଙ୍କାର ବଙ୍ଗଳା ରହିଛି। ମୋଟ ଉପରେ ଦେଖିଲେ ରାକ୍ଷୀଙ୍କ ମୋଟ ସମ୍ପତ୍ତି ୩୭ କୋଟି ଟଙ୍କା ବୋଲି କୁହାଯାଉଛି। ଗାଡ଼ିର ସଉକ ଥିବାରୁ ରାକ୍ଷୀଙ୍କ ପାଖରେ ଫୋର୍ଡର ଏକ କାର୍‌ ରହିଛି। ସେହିଭଳି ତାଙ୍କ ପାଖରେ ଏକ ପୋଲା କାର୍‌ ସହ ଅନ୍ୟାନ୍ୟ ଦାମୀ ଗାଡ଼ି ରହିଛି।

କହିରଖୁଛୁ, ରାକ୍ଷୀ ଷ୍ଟେଜ୍‌ ଶୋ’ରୁ ରୋଜଗାର କରିଥାନ୍ତି। ନିକଟରେ ବିଗ୍‌ବସ୍‌ରେ ସେ ପ୍ରତିଯୋଗୀ ଭାବେ ଭାଗନେଇ ୧୪ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଏବେ ସେ କ୍ୟାନ୍‌ସରରେ ପୀଡ଼ିତ ନିଜ ମା’ଙ୍କ ଦେଖାଶୁଣା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ ଲାୟନ କିଙ୍ଗ୍‌: ପୁଅ ଆର୍ଯ୍ୟନ୍‌ଙ୍କ ପାଇଁ ଶାହରୁଖ୍‌ଙ୍କୁ ୨ ଥର କରିବାକୁ ପଡ଼ିଲା ଡବିଂ

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବଂ ତାଙ୍କ ପୁଅ ଆର୍ଯ୍ୟନ୍‌ ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଡବିଂ ପାଇଁ ସ୍ବର ଦେଇଛନ୍ତି। ଇତିମଧ୍ୟରେ ଫିଲ୍ମର...

କଙ୍ଗନାଙ୍କୁ ୨୦୦ କୋଟି ଦେବେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ! ଜାଣନ୍ତୁ ଏହା କେତେ ସତ…

ବମ୍ବେ: ନିଜର ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଏବେ ମଧ୍ୟ ସେଭଳି କିଛି ଚାଲିଛି। ଅଭିନେତା ସୁଶାନ୍ତ ସିଂହ...

ଏହି ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି ଅମୀରଙ୍କ ଝିଅ ଇରା

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ଅମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିବା ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ତେବେ ଏହି...

ମାତ୍ର ୫୧ ଟଙ୍କା

ବଲିଉଡ୍‌ର ହି-ମ୍ୟାନ୍‌ ଭାବରେ କିଏ ପରିଚିତ ତାହା କହିବା ବାହୁଲ୍ୟ। ସେ ହେଲେ ଧର୍ମେନ୍ଦ୍ର। ତାଙ୍କର ‘କୁତେ କମିନେ’ ଡାଏଲଗ୍‌ ଏବେ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ...

ନର୍ଗିସ୍‌ଙ୍କୁ ବିବାହ ପୂର୍ବରୁ ସୁନୀଲ ଦତ୍ତଙ୍କୁ ମିଳିଥିଲା ଧମକ

ବଲିଉଡ୍‌ରେ ଅନେକ ଭେଟେରାନ ଅଭିନେତ୍ରୀ ଅଛନ୍ତି। କିନ୍ତୁ ବହୁତ କମ ଅଭିନେତ୍ରୀ ଅଛନ୍ତି, ଯାହାଙ୍କ ଅବଦାନ ବର୍ଷ ବର୍ଷ ପରେ ମଧ୍ୟ ସ୍ମରଣୀୟ ହୋଇ ରହିଛି।...

କାର୍‌ଠାରୁ ମଇଁଷି କିଣିବା ଅଧିକ ଖୁସି ଦେଇଛି: କାହିଁକି ଏମିତି କହିଲେ ସୋନୁ ସୁଦ

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଲକଡାଉନରେ ଶ୍ରମିକ ମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ଦେଶବିଦେଶରେ ଫସିଥିବା ଲୋକଙ୍କୁ ସହାୟତା କରି ସେ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି।...

କରୋନା ଯୁଦ୍ଧରେ ବିଜୟୀ ହେବା ପରେ ପ୍ରଥମ ଫଟୋ ଶେୟାର କଲେ କନିକା

ମୁମ୍ବାଇ: ବଲିଉଡ୍‌ ସିଙ୍ଗର କନିକା କପୁର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରତିଦିନ ତାଙ୍କ ସ୍ବାସ୍ଥ୍ୟକୁ ନେଇ କିଛି ନା କିଛି ଖବର...

‘କବିର ସିଂହ’ର ‘ଶିବା’ ଚରିତ୍ର ଆଣିଦେଇଛି ସଫଳତା, ଚର୍ଚ୍ଚାରେ ସୋହମ୍‌

ମୁମ୍ବାଇ: ଚଳଚ୍ଚିତ୍ରର କାହାଣୀ ସାଙ୍ଗକୁ ନାୟିକା-ନାୟକଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥାଏ। ଏଥିରୁ ଫିଲ୍ମଟି କେତେ ସଫଳ ତାହା ବାରି ହୋଇପଡେ। ଏମାନଙ୍କୁ...

Seven Jackpot
Advertisement


Archives

Model This Week

Why Dharitri