Posted inଖେଳ

ଅଲ୍‌ ରାଉଣ୍ଡରେ ରାକେଶ ଶୀର୍ଷରେ

ଭୁବନେଶ୍ୱର, ୩।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଜାତୀୟ ସିନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ପ୍ରତିଯୋଗିତାର ଅଲ୍‌ରାଉଣ୍ଡ ବିଭାଗରେ ଓଡ଼ିଶାର ରାକେଶ ପାତ୍ର ଚମତ୍କାର ପ୍ରଦର୍ଶନ କରି ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ପୁରୁଷ ଦଳଗତ ବିଭାଗରେ ରେଲଓ୍ବେ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ସର୍ଭିସେସ ରୌପ୍ୟ ଓ ଆୟୋଜକ ଓଡ଼ିଶା ବ୍ରୋଞ୍ଜ ପଦକ ପାଇଛି। ରେଲଓ୍ବେ ୨୯୩.୦୦ ପଏଣ୍ଟ ପାଇଛି। ସର୍ଭିସେସ ୨୯୨.୧୦ ଓ ଓଡ଼ିଶା ୨୯୦.୪୦ ପଏଣ୍ଟ ହାସଲ କରିଛି। ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ ସମ୍ପାଦକ ଅଭିଜିତ ପାଲ୍‌ ଓ ଏଏମ୍‌/ଏନ୍‌ଏସ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ। ଲୋକାଲ ହିରୋ ରାକେଶ ଅଲ୍‌ ରାଉଣ୍ଡ ବିଭାଗରେ ମୋଟ ୭୫.୦୫ ପଏଣ୍ଟ ହାସଲ କରି ଶୀର୍ଷସ୍ଥାନ ଅଧିକାର କରିଥିଲେ। ସେ ଫ୍ଲୋର ଏକ୍ସରସାଇଜ୍‌ରେ ୧୨.୧୫, ପୋମେଲ ହର୍ଷରେ ୧୧.୩୫, ରିଙ୍ଗ୍ସରେ ୧୪.୧୫, ଭଲ୍ଟରେ ୧୨.୭୫, ପାରାଲାଲ ବାର୍ସରେ ୧୨.୨୦ ଓ ହୋରିଜୋଣ୍ଟାଲ ବାର୍ସରେ ୧୨.୪୫ ପଏଣ୍ଟ ହାସଲ କରିଥିଲେ। ରେଲଓ୍ବେର ସିଦ୍ଧାର୍ଥ ବର୍ମା ୭୪.୭୫ ପଏଣ୍ଟ ସହ ଦ୍ୱିତୀୟ ଓ ସର୍ଭିସେସର ଗୌରବ କୁମାର ୭୪.୬୫ ପଏଣ୍ଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବୁଧବାର ଦ୍ୱିତୀୟ ଦିବସରେ ଅଲିମ୍ପିଆନ ଦୀପା କର୍ମକାର ଓ ପ୍ରଣତି ନାୟକ ଆକ୍ସନରେ ଦେଖିବାକୁ ମିଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?