Posted inଜାତୀୟ

ଆଜି ରାଜ୍ୟ ସଭା ନିର୍ବାଚନ: ଭୋଟିଂର ହେବ ଭିଡିଓଗ୍ରାଫ

ନୂଆଦିଲ୍ଲୀ,୧୦।୬: ଚାରି ରାଜ୍ୟର ୧୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଘୋଡ଼ାବେପାର ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି। ନିର୍ବାଚନ ତଦାରଖ ପାଇଁ ୪ ଜଣ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି। ଏଥିସହିତ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫ୍‌ ହେବ ବୋଲି ସେ ସୂଚନା ଦେଇଛନ୍ତି।
ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୫୭ ଆସନ ଲାଗି ନିର୍ବାଚନ ଘୋଷଣା କରାଯାଇଥିଲା। ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ପଞ୍ଜାବ, ତେଲଙ୍ଗାନା, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡରେ ସମସ୍ତ ୪୧ ପ୍ରାର୍ଥୀ ଗତ ଶୁକ୍ରବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ନାଟକର ୧୬ ଆସନ ଲାଗି ଶୁକ୍ରବାର ଭୋଟ ହେବାକୁ ଯାଉଛି। ଉକ୍ତ ରାଜ୍ୟରେ ଆସନ ସଂଖ୍ୟାଠାରୁ ଅଧିକ ପ୍ରାର୍ଥୀ ରହିଥିବାରୁ ନିର୍ବାଚନ ଆବଶ୍ୟକ ପଡ଼ିଛି।
ସେପଟେ ଘୋଡ଼ାବେପାର ଆଶଙ୍କାରେ ବିଭିନ୍ନ ଦଳ ସେମାନଙ୍କ ବିଧାୟକମାନଙ୍କୁ ବିଭିନ୍ନ ହୋଟେଲ ଓ ରିସର୍ଟରେ ଏକାଠି ରଖିଛନ୍ତି। ରାଜସ୍ଥାନର କଂଗ୍ରେସ ବିଧାୟକମାନଙ୍କୁ ଉଦୟପୁରର ଏକ ହୋଟେଲରେ ରଖାଯାଇଥିବାବେଳେ ମହାରାଷ୍ଟ୍ରରେ ଶିବସେନା ଓ ଏହାର ସହଯୋଗୀ ଦଳ ସେମାନଙ୍କ ବିଧାୟକମାନଙ୍କୁ ମୁମ୍ବାଇ ଉପକଣ୍ଠର କୌଣସି ହୋଟେଲକୁ ନେଇଛନ୍ତି। ସେହିପରି ହରିୟାଣାର କଂଗ୍ରେସ ବିଧାୟକଙ୍କୁ ରିସର୍ଟରେ ରଖାଯାଇଥିବା ଜଣାପଡ଼ିଛି। କର୍ନାଟକରେ ଦୁଇ ବିରୋଧୀ ଦଳ କଂଗ୍ରେସ ଏବଂ ଜେଡିଏସ୍‌ ମଧ୍ୟରେ ବୁଝାମଣା ହୋଇ ନ ପାରିବାରୁ ଜେଡିଏସ୍‌ ଏହାର ବିଧାୟକଙ୍କୁ ରିସର୍ଟକୁ ନେଇଛି। କଂଗ୍ରେସର କଳୁଷିତ ରାଜନୀତି ପାଇଁ ଆମ ବିଧାୟକଙ୍କୁ ରିସର୍ଟ ନେବାକୁ ପଡ଼ୁଛି ବୋଲି ଜେଡିଏସ୍‌ ଅଧ୍ୟକ୍ଷ ଏଚ୍‌.ଡି. କୁମାରସ୍ବାମୀ କହିଛନ୍ତି। କର୍ନାଟକରୁ ରାଜ୍ୟ ସଭା ପାଇଁ ୪ ଆସନ ଖାଲି ହୋଇଥିବାବେଳେ ପ୍ରତିଦ୍ୱନ୍ଦ୍ୱିତାରେ ୬ ପ୍ରାର୍ଥୀ ରହିଛନ୍ତି। ସେହିପରି ମହାରାଷ୍ଟ୍ରରେ ୬ ଆସନ ପାଇଁ ୭ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ରାଜସ୍ଥାନରେ ୪ ଆସନ ପାଇଁ ୫ ପ୍ରାର୍ଥୀ ରହିଥିବାବେଳେ ଘୋଡ଼ାବେପାର ଉଦ୍ୟମ ହେଉଥିବା ଅଭିଯୋଗରେ ଶାସକ କଂଗ୍ରେସ ଏବଂ ବିରୋଧୀ ଦଳ ଭାଜପା ବୁଧବାର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିସହିତ ଶାସକ ଦଳ ସରକାରୀ କଳର ଅପବ୍ୟବହାର କରିବା ସହ ବିରୋଧୀ ବିଧାୟକମାନଙ୍କ ଫୋନ୍‌ ଟ୍ୟାପିଂ ହେଉଥିବା ଭାଜପା ଅଭିଯୋଗ କରିଛି। ସେହିପରି କଂଗ୍ରେସ ବିଧାୟକ ତଥା ମୁଖ୍ୟ ହୁଇପ୍‌ ମହେଶ ଜୋଷୀ ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ତୀ ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ଏତଲା ଦାଏର ଲାଗି ସିଇସିଙ୍କୁ ପତ୍ର ଲେଖିଛନ୍ତି। ଏଥିସହିତ ଭାଜପା ରାଜ୍ୟ ସଭାପତି ସତୀଶ ପୂନିଆ, ଭାଜପା ବିଧାୟକ ଦଳ ନେତା ଗୁଲାବ ଚାନ୍ଦ୍‌ କଟାରିଆ ଏବଂ ଅନ୍ୟ ନେତାଙ୍କ ବିରୋଧରେ ଏତଲା ଦାଏର ଲାଗି ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଚନ୍ଦ୍ରା ଜିତିବା ପାଇଁ ଆବଶ୍ୟକତାଠାରୁ ୮ ଭୋଟ କମ୍‌ ଥିବାବେଳେ ସେ ଅନ୍ୟ ଦଳ ବିଧାୟକଙ୍କ ଭୋଟ ପାଇ ବିଜୟୀ ହେବେ ବୋଲି କହିଥିଲେ।
ରାଜ୍ୟ ସଭା ନିର୍ବାଚନରେ ଭୋଟ ଦେବା ପାଇଁ ଜେଲ୍‌ରେ ଥିବା ମହାରାଷ୍ଟ୍ର ବିଧାୟକ ତଥା ଏନ୍‌ସିପି ନେତା ନଓ୍ବାବ ମଲିକ ଏବଂ ଅନୀଲ ଦେଶମୁଖଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। ଫଳରେ ଦଳକୁ ଶକ୍ତ ଧକ୍କା ଲାଗିଛି। ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବଙ୍କୁ ମନି ଲଣ୍ଡରିଂ ମାମଲାରେ ଗତ ଫେବୃୟାରୀରେ ଗିରଫ ହୋଇ ଜେଲରେ ରହିଛନ୍ତି। ସେହିପରି ପୂର୍ବତନ ଗୃହମନ୍ତ୍ରୀ ଦେଶମୁଖ ଅନୁରୂପ ମାମଲାରେ ଜେଲରେ ଅଛନ୍ତି। ଜାମିନ ଆବେଦନ ଖାରଜ ହୋଇଯିବା ପରେ ଉଭୟ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିସୋଡିଆଙ୍କୁ ଝଟକା: ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୫।୬: ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଡିଆଙ୍କୁ ଆଉ ଏକ ଝଟକା। ଦିଲ୍ଲୀ ହାଇକୋର୍ଟ ସୋମବାର ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସିସୋଡିଆ ଦିଲ୍ଲୀ...

ସରକାରଙ୍କ ଆତଙ୍କବାଦ ଉପରେ ପ୍ରହାର, ଜୈଶ-ଏ-ମହମ୍ମଦ ସହ ଜଡିତ ପିଏଏଫଏଫକୁ ଘୋଷଣା କରାଗଲା ଆତଙ୍କବାଦୀ ସଙ୍ଗଠନ

ନୂଆଦିଲ୍ଲୀ,୭ ।୧: ଭାରତ ସରକାର ପୁଣିଥରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଉପରେ ବଡ ପ୍ରହାର କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ପାକିସ୍ତାନ ସ୍ଥିତ...

ସେନା ପରିବହନ ବିମାନ କାରଖାନାର ଶିଳାନ୍ୟାସ କରିବେ ମୋଦି

ଅହମଦାବାଦ,୨୭।୧୦: ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବା ବେଳେ ଗୁଜରାଟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇତିମଧ୍ୟରେ ମୋଦିଙ୍କ...

ଶୀତ, ବର୍ଷା ସବୁ ସହିଯିବୁ; ଆଇନ୍‌ ଲାଗୁ ହେବାକୁ ଦେବୁ ନାହିଁ

ନୂଆଦିଲ୍ଲୀ,୩।୧: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ୩୯ ଦିନ ହେବ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି। ହାଡଭଙ୍ଗା ଶୀତ, କାକର ସହିବା...

ପୂର୍ବା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

କାନପୁର,୨୦।୪: ଉତ୍ତର ପ୍ରଦେଶର କାନପୁରଠାରେ ହାଓ୍ବଡା-ନୂଆଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ଟି କୋଚ୍‌ ଶନିବାର ସକାଳେ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ଏଥିରେ କେବଳ ୩ ଜଣ...

ସ୍ବିଜରଲାଣ୍ଡ ସବୁଠାରୁ ମହଙ୍ଗା ଦେଶ: ଶସ୍ତା ତାଲିକାରେ ତୃତୀୟରେ ଭାରତ

ନ୍ୟୁୟର୍କ/ନୂଆଦିଲ୍ଲୀ,୬।୨: ପୃଥିବୀର ସqବୁଠାରୁ ମହଙ୍ଗା ଦେଶ ତାଲିକାରେ ଏକ ନମ୍ବର ସ୍ଥାନରେ ସ୍ବିଜରଲାଣ୍ଡ ରହିଛି। ଅପରପକ୍ଷରେ ଶସ୍ତା ଦେଶ ତାଲିକାରେ ତୃତୀୟ ସ୍ଥାନରେ ଭାରତ ରହିଛି।...

ହିଡମାଙ୍କ ଆତ୍ମସମର୍ପଣ, ବିଜାପୁର ଆକ୍ରମଣର ମାଷ୍ଟରମାଇଣ୍ଡ…

ମୁଲୁଗୁ, ୩।୨ : ମାଓବାଦୀ ନେତା ମାଡଭି ହିଡମା ତେଲେଙ୍ଗାନାର ମୁଲୁଗୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ ଛତିଶଗଡର ବିଜାପୁରରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ...

୨୩ ବର୍ଷର ଗବେଷଣା ହେଲା ସଫଳ: ଏବେ ଭେଣ୍ଡିର ରଙ୍ଗ ହେବ ଲାଲ୍‌

ବାରାଣାସୀ,୨୧।୯: ଭାରତୀୟ ପନିପରିବା ଗବେଷଣା ସଂସ୍ଥାନର ଦୀର୍ଘ ୨୩ ବର୍ଷର ଗବେଷଣା ଶେଷରେ ସଫଳ ହୋଇଛି। ବାରାଣାସୀ ସ୍ଥିତ ଏହି ସଂସ୍ଥାନ ଏବେ ‘କାଶୀ ଲାଲିମା’...

Advertisement
Archives

Model This Week