Posted inଜାତୀୟ

‘ସୀତା ମାତାଙ୍କ ଚିର ହରଣ’: ସୁରଜେୱାଲାଙ୍କ ବିବାଦୀୟ ବୟାନକୁ ନେଇ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୧୦ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ଗୁରୁବାର କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲାଙ୍କୁ ଟାର୍ଗେଟ କରିଛି । ଉଦୟପୁରରେ ସେ ଦେଇଥିବା ଏକ ଟିପ୍ପଣିକୁ ନେଇ ଭାଜପା କହିଛି ସୁରଜେୱାଲା ମାତା ସୀତାଙ୍କର ଅପମାନ କରିଛନ୍ତି । ଭାଜପାର ରାଷ୍ଟ୍ରିୟ ପ୍ରବକ୍ତା ରାଜବର୍ଦ୍ଧନ ସିଂ ରାଠୋର, ସୁରଜେୱାଲାଙ୍କର ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସୁରଜେୱଲା ଚିରହରଣ ସନ୍ଦର୍ଭରେ ଦ୍ରୌପଦିଙ୍କ ସ୍ଥାନରେ ମାତା ସୀତା ବୋଲି କହିଦେଇଛନ୍ତି ।

ରାଜବର୍ଦ୍ଧନ ସିଂ ରାଠୋର ପଚାରିଛନ୍ତି କଂଗ୍ରେସ ହିନ୍ଦୁଙ୍କୁ ଏତେ ଘୃଣା କରେ କାହିଁକି । ଜୟପୁର ଗ୍ରାମୀଣର ଏମ୍‌ପି ଟୁଇଟ କରି ଏହା ପଚାରିଛନ୍ତି । ମନ୍ଦିର-ମନ୍ଦିର ବୁଲି ନିର୍ବାଚନ ପର୍ଯ୍ୟଟନ କରୁଥିବା ରାହୁଲ ଗାନ୍ଧୀ ଏମିତିବି ହିନ୍ଦୁତ୍ୱ ଭଳି ପବିତ୍ର ଶବ୍ଦକୁ ଶୁଣିଲେ ବିଗିଡି ଯାଆନ୍ତି । ତାଙ୍କ ଦଳ ଭଗବାନ ରାମଙ୍କ ଅପମାନ କରିଥାଏ । ଆଜି ପୁଣିଥରେ କଂଗ୍ରେସ ମାତା ସୀତାଙ୍କୁ ନେଇ ଅଭଦ୍ର ଟିପ୍ପଣି ଦେଇ ହିନ୍ଦୁଙ୍କ ଧାର୍ମିକ ଭବନାରେ ଆଘାତ ଦେଇଛି । ରାଜସ୍ଥାନରେ ୧୦ ଜୁନକୁ ୪ଟି ରାଜ୍ୟ ସଭା ଆସନ ଲାଗି ହେବାକୁ ଯାଉଥିବା ନିର୍ବାଚନରେ ସୁରଜେୱାଲା କଂଗ୍ରେସର ୪ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ । ସେଠାରେ ସେ ସମସ୍ତ ପ୍ରାର୍ଥୀଙ୍କୁ ବିଜୟର ଭରସା ଦେଉଥିବା ବେଳେ ତାଙ୍କ ପାଟିରୁ ଏଭଳି କଥା ବାହାରି ଯାଇଥିଲା । ଯାହାକୁ ନେଇ ଏବେ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri