Posted inଜାତୀୟ

‘ସୀତା ମାତାଙ୍କ ଚିର ହରଣ’: ସୁରଜେୱାଲାଙ୍କ ବିବାଦୀୟ ବୟାନକୁ ନେଇ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୧୦ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ଗୁରୁବାର କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲାଙ୍କୁ ଟାର୍ଗେଟ କରିଛି । ଉଦୟପୁରରେ ସେ ଦେଇଥିବା ଏକ ଟିପ୍ପଣିକୁ ନେଇ ଭାଜପା କହିଛି ସୁରଜେୱାଲା ମାତା ସୀତାଙ୍କର ଅପମାନ କରିଛନ୍ତି । ଭାଜପାର ରାଷ୍ଟ୍ରିୟ ପ୍ରବକ୍ତା ରାଜବର୍ଦ୍ଧନ ସିଂ ରାଠୋର, ସୁରଜେୱାଲାଙ୍କର ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସୁରଜେୱଲା ଚିରହରଣ ସନ୍ଦର୍ଭରେ ଦ୍ରୌପଦିଙ୍କ ସ୍ଥାନରେ ମାତା ସୀତା ବୋଲି କହିଦେଇଛନ୍ତି ।

ରାଜବର୍ଦ୍ଧନ ସିଂ ରାଠୋର ପଚାରିଛନ୍ତି କଂଗ୍ରେସ ହିନ୍ଦୁଙ୍କୁ ଏତେ ଘୃଣା କରେ କାହିଁକି । ଜୟପୁର ଗ୍ରାମୀଣର ଏମ୍‌ପି ଟୁଇଟ କରି ଏହା ପଚାରିଛନ୍ତି । ମନ୍ଦିର-ମନ୍ଦିର ବୁଲି ନିର୍ବାଚନ ପର୍ଯ୍ୟଟନ କରୁଥିବା ରାହୁଲ ଗାନ୍ଧୀ ଏମିତିବି ହିନ୍ଦୁତ୍ୱ ଭଳି ପବିତ୍ର ଶବ୍ଦକୁ ଶୁଣିଲେ ବିଗିଡି ଯାଆନ୍ତି । ତାଙ୍କ ଦଳ ଭଗବାନ ରାମଙ୍କ ଅପମାନ କରିଥାଏ । ଆଜି ପୁଣିଥରେ କଂଗ୍ରେସ ମାତା ସୀତାଙ୍କୁ ନେଇ ଅଭଦ୍ର ଟିପ୍ପଣି ଦେଇ ହିନ୍ଦୁଙ୍କ ଧାର୍ମିକ ଭବନାରେ ଆଘାତ ଦେଇଛି । ରାଜସ୍ଥାନରେ ୧୦ ଜୁନକୁ ୪ଟି ରାଜ୍ୟ ସଭା ଆସନ ଲାଗି ହେବାକୁ ଯାଉଥିବା ନିର୍ବାଚନରେ ସୁରଜେୱାଲା କଂଗ୍ରେସର ୪ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ । ସେଠାରେ ସେ ସମସ୍ତ ପ୍ରାର୍ଥୀଙ୍କୁ ବିଜୟର ଭରସା ଦେଉଥିବା ବେଳେ ତାଙ୍କ ପାଟିରୁ ଏଭଳି କଥା ବାହାରି ଯାଇଥିଲା । ଯାହାକୁ ନେଇ ଏବେ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପ୍ରଜନନ ଅଧିକାର ସୁରକ୍ଷା ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୦ା୨(ଆଇଏଏନ୍‌ଏସ୍‌): କେନ୍ଦ୍ର କ୍ୟାବିନେଟ ବୁଧବାର ‘ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍‌ ଟେକ୍ନୋଲୋଜି ରେଗୁଲେଶନ୍‌ ବିଲ୍‌ ୨୦୨୦’କୁ ମଞ୍ଜୁରୀ ଦେଇଛି। ମହିଳାଙ୍କ ପ୍ରଜନନ ଅଧିକାରକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ...

ମୁକୁଳିଲେ ମୁନ୍‌ମୁନ, ଅର୍ବାଜ

ମୁମ୍ବାଇ, ୩୧ା୧୦: କ୍ରୁଜ୍‌ ଡଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜାମିନ ପାଇଥିବା ମୁନ୍‌ମୁନ୍‌ ଧମେଚା ଏବଂ...

ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୦।୬: ଭୋପାଳ ଏମ୍‌ପି ପ୍ରଜ୍ଞା ଠାକୁର ପ୍ରାୟତଃ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥା’ନ୍ତି। ଏଥର ପ୍ରଜ୍ଞା ଭାଜପାରୁ ନିଲମ୍ବିତ ହୋଇଥିବା ନୁପୁର ଶର୍ମାଙ୍କ ସମର୍ଥନରେ...

ଧୋତି କୁର୍ତ୍ତାରେ କ୍ରିକେଟ୍‌ ଖେଳ: ସଂସ୍କୃତରେ ହେଲା କମେଣ୍ଟ୍ରି

ପାଟନା,୧।୯: ବିହାର ଦରଭଙ୍ଗାଠାରେ ଏକ ନିଆରା କ୍ରିକେଟ୍‌ ଖେଳ ହୋଇଛି। ଏଥିରେ ଖେଳାଳିମାନେ ଧୋତି କୁର୍ତ୍ତା ପିନ୍ଧି ଖେଳିଛନ୍ତି। ଖେଳରେ କମେଣ୍ଟ୍ରି ସଂସ୍କୃତରେ କରାଯାଇଥିଲା। ସ୍ଥାନୀୟ...

ଜାକିର ନାଏକଙ୍କୁ ପ୍ରତ୍ୟର୍ପଣ କରିବ ଓମାନ

ନୂଆଦିଲ୍ଲୀ ୨୩। ୩: କଠୋରପନ୍ଥୀ ଇସ୍‌ଲାମିୟ ବିଦ୍ୱାନ ଜାକିର ନାଏକଙ୍କୁ ଓମାନ ପ୍ରତ୍ୟର୍ପଣ କରିବ ବୋଲି ଭାରତୀୟ ଗୋଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏଜେନ୍ସି...

ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା: ୭ ଦିନ ପାଇଁ ୭୦ ହୋଟେଲ୍‌ ରୁମ୍‌ ବୁକ୍‌, ଖର୍ଚ୍ଚ ୫୬ ଲକ୍ଷ ଟଙ୍କା

ଗୁଆହାଟୀ,୨୪।୬: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଉପରେ ସଙ୍କଟର କଳା ବାଦଲ ଛାଇ ଯାଇଛି। ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଦ୍ରୋହ...

ଭାବପ୍ରବଣ ଆଘାତ-ଖରାପ ଶବ୍ଦ କହିବା ମଧ୍ୟ ଘରୋଇ ହିଂସା: ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଭରଣ ପୋଷଣ ଦେବାକୁ ସମଲିଙ୍ଗୀ ପୁରୁଷଙ୍କୁ ନିର୍ଦ୍ଦେଶ…

ମୁମ୍ବାଇ,୨୯।୧୨ : ମୁମ୍ବାଇର ସେସନ କୋଟ ର୍‌ ଜଣେ ସମଲିଙ୍ଗୀ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଭରଣ ପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅନ୍ୟ...

୨୦୧୪ ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଦାୟୀ ସୋନିଆ-ମନମୋହନ

ନୂଆଦିଲ୍ଲୀ,୧୨।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଆତ୍ମଜୀବନୀ ପୁସ୍ତକ ‘ଦ ପ୍ରେସିଡ଼େନ୍ସିଆଲ୍‌ ଇୟର’ରେ ଉଲ୍ଲେଖ କରାଯାଇଥିବା ତଥ୍ୟ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା...

Advertisement
Archives

Model This Week