ବିଜେଡିରେ ଯୋଗଦେଲେ ରାଜନାରାୟଣ ମହାପାତ୍ର

ଭୁବନେଶ୍ୱର,୧୭ା୪(ଅନିଲ ଦାସ)- ଯାଜପୁର ଜିଲା ଅନ୍ତର୍ଗତ ବଡ଼ଚଣା ନିର୍ବାଚନମଣ୍ଡଳୀର ପିସିସି ସମ୍ପାଦକ ତଥା କ୍ୟାପ୍‌ଟେନ ରାଜନାରାୟଣ ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ବୁଧବାର ଶଙ୍ଖଭବନଠାରେ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି। ଦଳରେ ସାମିଲ ହୋଇଥିବା ରାଜନାରାୟଣଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଉଭୟ ଉପଢ଼ୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି ।

କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବଡ଼ଚଣା ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ହେବ ବୋଲି ସସ୍ମିତ ଓ ଜନ୍ମେଜୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା ରାଜନାରାୟଣ କହିଛନ୍ତି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ ସେ ସୁଚାରୁରୂପେ ତୁଲାଇବେ । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ଏହି ମିଶ୍ରଣ ପର୍ବରେ ଓବିସି ସେଲ୍‌ ସଭାପତି ଅଶୋକ କୁମାର ସାମଲ, ପୂର୍ବତନ ବଡ଼ଚଣା ଅଧ୍ୟକ୍ଷ ନିରଞ୍ଜନ ସାହୁ, ବ୍ଲକ ଉପସଭାପତି କିଶୋର ଚନ୍ଦ୍ର ରାଉତ, ବରଦା ପ୍ରସାଦ ରାୟ, ମଇନା ରାୟ, ସମିତିସଭ୍ୟ କୁଳମଣି ବାରିକ, ନିରଞ୍ଜନ ମହାନ୍ତି, ପୁଷ୍ପଲତା ସାମଲ, ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ଜେନା, ସଞ୍ଜୀବ ସାମଲ, ସୁଲତାନ ସୈଫୁଲ ଖାନ, ସତ୍ୟବ୍ରତ ସାମଲ, ଜାମା ଖାନ, ଧର୍ମରାଜ ମହାନ୍ତି, ପଙ୍କଜିନୀ ନାୟକ, ପ୍ରିୟଙ୍କା ମଲ୍ଲିକ, ରଞ୍ଜିତା ମଲ୍ଲିକ, କୃଷ୍ଣଚନ୍ଦ୍ର ସାହୁ, ସମୀର କୁମାର ମହାନ୍ତି, ଉମ ଦାସ, ସାରଦା ପ୍ରସନ୍ନ ବଳ, ଉତ୍କଳକେଶରୀ ସାମଲ, ଅନିଲ କୁମାର ପାଢ଼ୀ, ଜ୍ଞାନେନ୍ଦ୍ର ସାହୁ, ଦେବେନ୍ଦ୍ର ଜେନାଙ୍କ ସହ ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୁବେଲ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି

ଲୋଇସିଂହା,୨୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମର ପୋଖରୀ(ଧୁବେଲ ବନ୍ଧ )ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୨ ମାସ…

ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ।…

ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ

ପୁରୀ,୨୯ା୪: ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ। ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥ…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ଗ୍ରୀଷ୍ମଲହରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୮ା୪: ପର୍ଯ୍ୟାପ୍ତ ଆଶ୍ରୟସ୍ଥଳ ଏବଂ ସମ୍ବଳ ଅଭାବରୁ ସମାଜର ଦୁର୍ବଳ ବର୍ଗ ବିଶେଷ କରି ଆର୍ଥତ୍କ ପଛୁଆ ଶ୍ରେଣୀ, ବାହାର କାମ କରୁଥିବା ଲୋକ ଏବଂ ବାସହୀନଙ୍କ…

ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ସରଗରମ: ବିଜେଡି ସହ ମେଣ୍ଟକୁ ନେଇ ଭକ୍ତ କରିଦେଲେ ବଡ଼ ଘୋଷଣା

ଭୁବନେଶ୍ୱର,୨୯ା୪ (ରବିନାରାୟଣ ଜେନା):ପଞ୍ଚାୟତ ନିର୍ବାଚନକୁ ଆଉ ପ୍ରାୟ ୧୦ ମାସରୁ ଅଧିକ ଦିନ ରହିଛି। ହେଲେ ଏବେଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ପିସିସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri