Posted inଜାତୀୟ

ବାଡ଼ ଡେଇଁବେ ରାଜକୁମାର ସିଂ !

ପାଟନା, ୨୬/୧: ଏଲ୍‌ଜେପି ମୁଖ୍ୟ ଚିରାଗ ପାସୱାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହାର ମୁଖ୍ୟ କାରଣ ପାଲଟିଛନ୍ତି ଏଲଜେପିର ଏକ ମାତ୍ର ବିଧାୟକ ରାଜକୁମାର ସିଂ। ରାଜକୁମାର ଏଲ୍‌ଜେପି ବାଡ଼ ଡେଇଁବା ପାଇଁ ଯୋଜନା କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ରାଜକୁମାର ଜେଡିୟୁ ନେତା ତଥା ବିହାର ସରକାରରେ ମନ୍ତ୍ରୀ ଥିବା ଅଶୋକ ଚୌଧୁରୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ନୀତିଶଙ୍କ ଭଳି ସେ ମଧ୍ୟ ଏନ୍‌ଡିଏରେ ରହିଛନ୍ତି ବୋଲି ରାଜକୁମାର କହିଥିଲେ। ରାଜ୍ୟର ଶାସନ ବ୍ୟବସ୍ଥା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ନୀତିଶ ସୁଶାସନର ପ୍ରତୀକ। ରାଜକୁମାରଙ୍କ ଏଭଳି ମନ୍ତବ୍ୟରୁ ସେ ଏଲ୍‌ଜେପି ଛାଡି ଜେଡିୟୁରେ ଯୋଗ ଦେବାକୁ ଯାଉଥିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ କିଶୋରଙ୍କ ଯୋଗଦାନ ନେଇ କଂଗ୍ରେସ ନୀରବ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା ଉପରେ...

ଭବାନୀପୁର ଉପ ନିର୍ବାଚନକୁ ବନ୍ଦ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୨୮।୯: ପଶ୍ଚିମବଙ୍ଗ ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ କରାଯିବ। ଏହାକୁ କୌଣସି ବନ୍ଦ କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର କୋଲକାତା ହାଇକୋର୍ଟ ରାୟ ଦେଇଛନ୍ତି।...

୩.୬ ଲକ୍ଷ ଭାରତୀୟ ଫେରିଲେଣି

ନୂଆଦିଲ୍ଲୀ,୨୭ା୬(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ଗତ ମେ’ ୭ରେ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଥିଲା।...

ଏନ୍‌ଆର୍‌ସିରୁ ବାଦ୍‌ ପଡ଼ିଥିବା ବ୍ୟକ୍ତିଙ୍କୁ ଅଟକ ରଖାଯିବନି

ନୂଆଦିଲ୍ଲୀ,୩ା୯(ପି.ଟି.): ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ଅଟକ ରଖାଯିବନି ବୋଲି କେନ୍ଦ୍ର ସରକାର ସୋମବାର ସ୍ପଷ୍ଟ କରିଛନ୍ତି। ସେମାନଙ୍କର ସମସ୍ତ...

ଗଲି ବୟ ର଼୍ୟାପର ଏମ୍‌ସି ତୋଡ୍‌ ଫୋଡ୍‌ଙ୍କ ମୃତ୍ୟୁ

ମୁମ୍ବାଇ,୨୨।୩: ଏମ୍‌ସି ତୋଡ ଫୋଡ୍‌ ଭାବେ ଜଣାଶୁଣା ଧର୍ମେଶ ପରମାରଙ୍କର ସୋମବାର ମୃତ୍ୟୁ ହୋଇଛି। ମୁମ୍ବାଇର ବହୁ ଭାଷାଭିତ୍ତିକ ହିପ୍‌-ହପ୍‌ ଗ୍ରୁପ୍‌ ସ୍ବଦେଶୀର ସଦସ୍ୟଙ୍କୁ ମୃତ୍ୟୁ...

କରୋନାର ଦୁଇ ବର୍ଷ: ଦେଶରେ ୪ କୋଟିରୁ ଅଧିକ ସଂକ୍ରମିତ, ୪.୯୪ ଲକ୍ଷ ମୃତ୍ୟୁ, ଭାଇରସର ୪୦୦ରୁ ଅଧିକ ମ୍ୟୁଟେସନ

ନୂଆଦିଲ୍ଲୀ,୩୧ ।୧: ଦେଶରେ କରୋନା ମହାମାରୀକୁ ୨ ବର୍ଷ ପୁରଣ ହୋଇ ଗଲାଣି । ଏହାରି ଭିତରେ ଟିକା ଓ ସତର୍କତା ଆମକୁ କରୋନାଠାରୁ ଦୂରେଇ...

କେନ୍ଦ୍ର ଯୋଗାଇଥିବା ଭେଣ୍ଟିଲେଟରର ହେବ ତଦନ୍ତ

ନୂଆଦିଲ୍ଲୀ, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ସମ୍ବଳ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେବା...

ଗୁଜରାଟ କେମିକାଲ ଷ୍ଟୋରେଜ୍‌ ଟ୍ୟାଙ୍କରରେ ବିସ୍ଫୋରଣ

ଗାନ୍ଧୀନଗର, ୩୦।୧୨: ଗୁଜରାଟରେ ଏକ କେମିକାଲ ଷ୍ଟୋରେଜ୍‌ ଟ୍ୟାଙ୍କର ଗୋଦାମରେ ସୋମବାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ କାଣ୍ଡଲା ବନ୍ଦର ଓ ଇଣ୍ଡିଆନ ଅଏଲ୍‌ ରିଫାଇନେରି...

Advertisement
Archives

Model This Week