ନୂଆଦିଲ୍ଲୀ, ୨୬।୧: ଭାରତର ୭୨ତମ ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ବାଂଲାଦେଶ ସୈନ୍ୟ ବାହିନୀ ସାମିଲ ହୋଇଛନ୍ତି। ବାଂଲାଦେଶର ୧୨୨ ଜଣିଆ ସୈନ୍ୟ ବାହିନୀ ରାଜରାସ୍ତାରେ କଦମ କଦମ ବଢ଼ାଇ ଯା… ଧୁନ୍ରେ ପରେଡ କରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ଅବସରରେ ଏପରି କରାଯାଇଛି। କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ବାଂଲାଦେଶକୁ ଟିକା ଉପହାର ଭାବେ ପଠାଇ ସାରିଛି। ଆଗାମୀ ଦିନରେ ଦୁଇଦେଶ ମଧ୍ୟରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଲାଗି ବାଂଲାଦେଶ ସୈନ୍ୟ ବାହିନୀଙ୍କୁ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ୍ କରାଯିବା ଲାଗି ଭାରତ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ।