ଡ୍ରିମ୍‌ଗର୍ଲ ୨ ସିନେମାରେ ସୋନପୁରର ରାଜକିଶୋର

ସୋନପୁର,୨୮।୮(ମୃତ୍ୟୁଞ୍ଜୟ ଶତପଥୀ): କଳା, ସଂସ୍କୃତିର ମାଟି ସୁବର୍ଣ୍ଣପୁରରେ ଆଉ ଜଣେ ଯୁବକ ଚଳଚ୍ଚିତ୍ର ଦୁନିଆରେ ନିଜର ପାଦ ଥାପି ସଫଳତା ପାଇଛନ୍ତି। ଚଳଚ୍ଚିତ୍ର ଦୁନିଆକୁ ଏହି ମାଟିର ସୁଯୋଗ୍ୟ ସନ୍ତାନ ସବ୍ୟସାଚୀ ମହାପାତ୍ର, ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଓ ସୂର୍ଯ୍ୟ ଦେଓ ପ୍ରମୁଖଙ୍କ ଅବଦାନ ଅତୁଳନୀୟ। ଏବେ ସୋନପୁର ସହର ଗ୍ରୀଡ୍‌କୋ ଅଞ୍ଚଳର ଯୁବକ ରାଜକିଶୋର ହୋତା (୩୫) ହିନ୍ଦୀ ସିନେମାରେ କାର୍ଯ୍ୟ କରି ନିଜର ସ୍ବତନ୍ତ୍ର ଛାପ ଛାଡିଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ହିନ୍ଦୀ ସିନେମା ଡ୍ରିମ୍‌ଗର୍ଲ ୨ରେ ସେ ସହ ନିର୍ଦ୍ଦେଶକ ଅଛନ୍ତି। ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଏହି କମେଡି ସିନେମାଟି ବକ୍ସ ଅଫିସରେ ମଧ୍ୟ ଭଲ ନାମ କମାଇଛି। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ରାଜକିଶୋର ସୋନପୁରରୁ ଭୁବନେଶ୍ୱରକୁ ପାଠ ପଢିବାକୁ ଆସିଥିଲେ। ଭୁବନେଶ୍ୱରରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ କରିବା ସମୟରେ ୨୦୦୮ରେ ସେ ଅଧାରୁ ପାଠ ଛାଡିଥିଲେ। ପରେ ଚଳଚ୍ଚିତ୍ର ଦୁନିଆରେ କାମ କରିବାକୁ ମାୟାନଗରୀ ମୁମ୍ବାଇକୁ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ପ୍ରଥମେ କିଛି ହିନ୍ଦୀ ସିରିଏଲରେ କାମ କରିଥିଲେ। ନୀଳମାଧବ ପଣ୍ଡାଙ୍କ ଆଇ ଏମ୍‌ କାଲାମରେ ରାଜକିଶୋର ସହ ନିର୍ଦ୍ଦେଶକ ଭାବେ କାମ କରିବାକୁ ସୁଯୋଗ ପାଇଥିଲେ। ୨୦୨୧ରେ ଓଡ଼ିଶାର ୪୦୦ ଅନୁସୂଚିତ ଜନଜାତି ବର୍ଗର ବାଳିକାଙ୍କୁ ନେଇ ଦି ମାଉଣ୍ଟେନ ହକି ନାମକ ଏକ ଡକ୍ୟୁମେଣ୍ଟାରି ଫିଲ୍ମ କରିଥିଲେ। ୨୦୧୯ରୁ ଡ୍ରିମ୍‌ ଗାର୍ଲ ୨ ଶୁଟିଂ ଆରମ୍ଭ ହୋଇଥିଲା। ତେବେ କୋଭିଡ୍‌ ପାଇଁ ଶୁଟିଂ ବନ୍ଦ ରହିବା ସହ ରିଲିଜ୍‌ ହେବାକୁ ବିଳମ୍ବ ହେଲା। ଶୁଟିଂ ସେଟ୍‌ରେ ବଡ ଅଭିନେତ୍ରୀ ଓ ଅଭିନେତାଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଲା। ଶୁଟିଂ ସମୟରେ ଭଲ ଅନୁଭୂତି ମିଳିବା ସହ ଅନେକ କିଛି ଶିକ୍ଷା ମିଳିଛି। ଆଗକୁ ଆହୁରି ବଡ ବଜେଟର ସିନେମା ଓ ସିରିଏଲ ପାଇଁ ଅଫର ରହିଛି ବୋଲି ରାଜକିଶୋର କହିଛନ୍ତି । ବାପା ଦଶରଥ ହୋତା ସ୍ପିନିଂ ମିଲ୍‌ରେ କାମ କରୁଥିଲେ। ସ୍ପିନିଂ ମିଲ୍‌ ବନ୍ଦ ହୋଇଯିବା ପରେ ବାପାଙ୍କୁ ପରିବାର ଚଳାଇବା, ଗୋଟିଏ ଝିଅ ଓ ୨ ପୁଅଙ୍କୁ ପାଠ ପଢାଇ ମଣିଷ କରିବା କଷ୍ଟକର ହୋଇଥିଲା। ଏହି ସଂଘର୍ଷ ସେ ପିଲାବେଳୁ ଦେଖିଛନ୍ତି। ତେଣୁ ଧୈର୍ଯ୍ୟହରା ନ ହୋଇ ପ୍ରାରମ୍ଭିକ ସମୟରେ ତାଙ୍କୁ ମୁମ୍ବାଇରେ ସଂଘର୍ଷ କରିବାକୁ ପଡିଥିଲା। ନିଜର ନିଷ୍ଠା ଓ ଅଧ୍ୟବସାୟ ପାଇଁ ରାଜକିଶୋରଙ୍କୁ ଏବେ ସଫଳତା ମିଳିବାରେ ଲାଗିଛି। ସେ ଏବେ ଗୋଆରେ ଚଳଚ୍ଚିତ୍ର ଶୁଟିଂ କାମରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?