୬୮ ବର୍ଷରେ ଅଭିନେତ୍ରୀଙ୍କ ସେକ୍ସି ଫଟୋଶୁଟ୍‌ : ଭାଇରାଲ ପରେ ଲୋକେ କହିଲେ…

ବମ୍ବେ: ଚର୍ଚ୍ଚାରେ ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ରଜନୀ ଚାଣ୍ଡି। ସେ ବି ନିଜର ଫଶୋଶୁଟ୍‌କୁ ନେଇ। କଳାକାର ଭାବେ ଫଟୋଶୁଟ୍‌ ସାଧାରଣ କଥା ହୋଇଥିଲେ ହେଁ ୬୮ ବର୍ଷ ବୟସରେ ତାଙ୍କର ସେକ୍ସି ଫଟୋଶୁଟ୍‌ ପ୍ରଶଂସକଙ୍କ ନିଦ ହଜାଇଛି।

ଗୃହିଣୀରୁ ଅଭିନେତ୍ରୀ ଭାବେ ଲୋକପ୍ରୀୟ ରଜନୀ ସାଧାରଣତଃ ରଙ୍ଗୀନ ଶାଢ଼ି ପିନ୍ଧିଥାନ୍ତି। ହେଲେ ଭାଇରାଲ ଫଟୋଶୁଟ୍‌ରେ ସେ ଜମ୍ପଶୁଟ୍‌, ଲମ୍ବା ଡ୍ରେସ୍‌ ଏବଂ ଛୋଟ ଡେନିମ୍‌ ପିନ୍ଧିଥିବା ନଜର ଆସୁଛନ୍ତି। କେରଳର ସ୍ଥାନୀୟ ଗଣମାଧ୍ୟମ ତାଙ୍କୁ ‘ବୋଲ୍ଡ ଆଣ୍ଡ ବିଉଟିଫୁଲ’ କୁହାଯାଉଛି।

ଜଣେ ୨୯ ବର୍ଷୀୟ ଫଟୋଗ୍ରାଫର ରଜନୀଙ୍କୁ ନେଇ ଏକ୍ସପେରିମେଣ୍ଟ କରିବାକୁ ଚାହିଁଥିଲେ। ତାଙ୍କ କଥାକୁ ମାନି ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ସେ। ଏହାର କିଛି ଫଟୋକୁ ସେ ଫେସବୁକ୍‌ରେ ଶେୟାର କରିଥିଲେ। ଏଥିରେ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। କିଛି ଏହାକୁ ପସନ୍ଦ କରୁଥିବା ବେଳେ କିଛି ଟ୍ରୋଲ କରୁଛନ୍ତି। ଏପରିକି ତାଙ୍କ ଫୋନ ନମ୍ବର ଆଣି ହ୍ବାଟ୍ସଆପ୍‌ରେ ଆଣ୍ଟି ଭଲ ଲାଗୁଛନ୍ତି ବୋଲି କହୁଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା; ନଭେମ୍ବରରେ କରିଥିଲେ ବିବାହ

ବମ୍ବେ: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ହ୍ୟାଣ୍ଡସମ୍‌ ହଙ୍କ ଭାବେ ପରିଚିତ ସାହିର ଶେଖ। ନଭେମ୍ବରରେ ସେ ପ୍ରେମିକା ରୁଚିକା କପୁରଙ୍କୁ ବିବାହ କରିଥିଲେ।...

ଭଂସାଲିଙ୍କ ଅଫିସରେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ସୋମବାର ଅଲ୍ଲୁ ଅର୍ଜୁନଙ୍କୁ ବଲିଉଡର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ...

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହଠାତ୍‌ ତାଙ୍କ ଅବସ୍ଥା ବିଗିଡିଯିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ...

୧୨୪ ବର୍ଷ ପୂର୍ବେ ଏହି ଫିଲ୍ମରୁ ଆରମ୍ଭ ହୋଇଥିଲା ଚୁମ୍ବନ ସିନ୍‌

ଆଜିକାଲି ଫିଲ୍ମରେ ଚୁମ୍ବନ ସିନ୍‌ ସାଧାରଣ କଥା ହୋଇଗଲାଣି। କିନ୍ତୁ ବହୁ ବର୍ଷ ପୂର୍ବେ ଚୁମ୍ବନ ସିନ୍‌ କରିବାକୁ ଅଭିନେତ୍ରୀ ମାନେ ଅସହଜ ମନେ କରୁଥିଲେ।...

ରାତି ୨ଟା ୩୦ରେ ଏହି ଅଭିନେତ୍ରୀଙ୍କୁ ଆସିଥିଲା ପ୍ରେମିକଙ୍କ ପ୍ରଥମ ମେସେଜ, ଲେଖାଥିଲା…

ଅଭିନେତ୍ରୀ ସୋନମ କପୁର ୨୦୧୮ରେ ଶିଳ୍ପପତି ଆନନ୍ଦ ଅହୁଜାଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରେମ କାହାଣୀ ବେଶ୍‌ ରୋମାଞ୍ଚକର। ଆନନ୍ଦ ତାଙ୍କ ସାଙ୍ଗପାଇଁ ସୋନମଙ୍କୁ ବାଛିଥିବା...

ପ୍ରିୟଙ୍କାଙ୍କ ଭାରତ ବାହୁଡ଼ାକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଜୋନାସଙ୍କ ଭାରତ ଫେରିବାକୁ ନେଇ ସିନେପ୍ରେମୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୩ ବର୍ଷ ପରେ ପ୍ରିୟଙ୍କା ଭାରତ...

ପ୍ରତିଦିନ ୪,୫୦୦ ଖାଦ୍ୟ ପ୍ୟାକେଟ୍‌ ବାଣ୍ଟୁଛନ୍ତି ଅମିତାଭ ବଚ୍ଚନ

ସାରା ବିଶ୍ୱ ଏବେ କରୋନା ଭୂତାଣୁ ସହ ଲଢେଇ କରୁଛି। ଏହି ସମୟରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଭିନ୍ନ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଏଥିରେ ସାମିଲ...

ଅଙ୍କିତାଙ୍କୁ ସତର୍କ କରାଇଲେ ବିବେକ: କହିଲେ ଏବେ ସେମାନେ ତୁମ ପଛରେ ପଡ଼ିଯିବେ

ବମ୍ବେ: ଦୀର୍ଘ ଛଅ ବର୍ଷରୁ ଅଧିକ ସମୟ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କରେ ଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କୌଣସି କାରଣକୁ ନେଇ ଉଭୟ...

Advertisement
Archives

Model This Week