Posted inଜାତୀୟ

ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି ମୁଖ୍ୟ କମିଟିର ଅଧ୍ୟକ୍ଷ ହେଲେ ରାଜେଶ ଭୂଷଣ

ନୂଆଦିଲ୍ଲୀ,୨୫।୫:କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ୭୫ତମ ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି ମୁଖ୍ୟ କମିଟିର ଅଧ୍ୟକ୍ଷ ଭାବେ ବଛାଯାଇଛି। ବୈଶ୍ୱିକ ସ୍ବାସ୍ଥ୍ୟ ସଦସ୍ୟଙ୍କ ସହ ପ୍ରସାଶନିକ ଏବଂ ଅର୍ଥ ସମ୍ବନ୍ଧୀୟ ଆଲୋଚନା ଉକ୍ତ କମିଟିର ମୁଖ୍ୟ ଉଦ୍ଦେଶ୍ୟ। ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ବାର୍ଷିକ ଆସେମ୍ବ୍ଲି ସୁଇଜରଲାଣ୍ଡର ଜେନେଭାଠାରେ ମେ’୨୨ରୁ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ୨୮ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ବିଶ୍ୱର ୧୯୪ ଦେଶର ସଦସ୍ୟ ସାମିଲ ହୋଇଛନ୍ତି। ଉକ୍ତ ଆସେମ୍ବ୍ଲି କାର୍ଯ୍ୟକ୍ରମରେ ‘ଏ’ ଓ ‘ବି’ ଭାବେ ଦୁଇଟି କମିଟି ଗଠନ କରାଯାଇଥିବା ବେଳେ ରାଜେଶ ଭୂଷଣ କମିଟି ‘ବି’ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କମିଟି ‘ଏ’ରେ ଟେକ୍‌ନିକାଲ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଦଳୀମଞ୍ଜାରୁ ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କଲେ ଆଇଆଇଟି ଛାତ୍ର: ୧୨୧ ଥର ୨ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ,୧।୯: ଦିଲ୍ଲୀ ଆଇଆଇଟିର ୨ ଜଣ ଛାତ୍ର କଦଳୀମଞ୍ଜାରୁ ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ୧୨୧ ଥର ୨ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ।...

ଭାରତ ଛାଡିବେନି ହଜାର ହଜାର ଗାଈଙ୍କ ‘ମା’

ମଥୁରା, ୨୭।୫: ଭାରତରେ ରହି ଗୋସୁରକ୍ଷା କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ଫ୍ରିଡେରିକ ଇରିନା ବୃର୍ନିଂଙ୍କ ଭିସା ଅବଧି ଏକବର୍ଷ ପାଇଁ ବଢାଇ ଦିଆଯାଇଛି। ବୈଦେଶିକ ମନ୍ତ୍ରୀ...

କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିର୍ବାଚନୀ ଜାଲିଆତିରେ ସୁପ୍ରିମକୋର୍ଟ ମଧ୍ୟ ସମ୍ପୃକ୍ତ

ନୂଆଦିଲ୍ଲୀ, ୨୨।୫: ଇଭିଏମ ଏବଂ ଭିଭିପାଟକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ କଂଗ୍ରେସ ନେତା ଉଦିତ ରାଜ ସୁପ୍ରିମକୋର୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁପ୍ରିମକୋର୍ଟଙ୍କ...

ବୁଲ୍‌ଡୋଜରରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

ଅଗ୍ରୋ,୨୧।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ବହୁମତରେ ବିଜୟ ହେବା ପରେ ଭାଜପା ପୁଣି ଥରେ କ୍ଷମତାକୁ ଫେରିଛି। ଇତିମଧ୍ୟରେ ଭାଜପାରେ...

ଲଣ୍ଡା ହେଲେ ମହିଳା ପୋଲିସ ଅଧିକାରୀ

କୋଚି,୧୭।୧୧: କେରଳର ଜଣେ ମହିଳା ପୋଲିସ ଅଧିକାରୀ ଲଣ୍ଡା ହେବାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ଏହା...

କର୍ନାଟକ ବିଧାୟକ ଅଯୋଗ୍ୟ ଘୋଷଣା ମାମଲା: ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍‌କୁ ରେକର୍ଡ ଭାବେ ନେବାକୁ କଂଗ୍ରେସର ଅନୁରୋଧ

ନୂଆଦିଲ୍ଲୀ,୫ା୧୧(ପି.ଟି.): କର୍ନାଟକର ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିଲାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍‌କୁ ରେକର୍ଡ ଭାବେ ଗ୍ରହଣ...

ପୁଣି ବିଗିଡ଼ିଲା ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଭେଣ୍ଟିଲେଟରକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୧।୯: ବଲିଉଡ୍‌ କମେଡିଆନ ରାଜୁ ଶ୍ରୀବାସ୍ତବ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହେବାର ମାସେ ପୂରଣ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ...

ମମତାଙ୍କ ବିରୋଧରେ କହିଲେ ପିଠିରେ ମାଡ଼ ଖାଇବାକୁ ପ୍ରସ୍ତୁତ ରୁହ, ଟିଏମ୍‌ସି ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ…

କୋଲକାତା,୪।୯ : ତୃଣମୂଳ କଂଗ୍ରେସ(ଟିଏମସି) ଏମ୍‌ପି ସୌଗତ ରାୟ ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...

Advertisement
Archives

Model This Week