‘କ’ଣ ମରିବା ପରେ ଆବାସ ଦେବ’

ସାତମାଇଲ୍‌, ୨୫।୫(ଡି.ଏନ୍‌.ଏ.) ଭଙ୍ଗା ଦଦରା ଘର। କେଇ ଖଣ୍ଡ ବାଉଁଶ ଭରସାରେ ଛିଡ଼ା ହୋଇଛି। ଉପରେ ପଡ଼ିଛି ଚିରାକୋତରା ଜରିପାଲ। ଦିନରେ ସୂର୍ଯ୍ୟ, ରାତିରେ ଆତଜାତ ହେଉଛି ଜହ୍ନ। ସାମାନ୍ୟ ବର୍ଷା ହେଲେ ଘରେ ଲହଡ଼ି ଖେଳୁଛି ପାଣି। ବତୁରି ଯାଉଛି ଚୁଲି। ଦଲକାଏ ପବନ ବହିଲେ କି କଳାହାଣ୍ଡିଆ ମେଘ ଉଠାଇଲେ ଦାଉଁଦାଉଁ ହୋଇଯାଉଛି ଛାତି। ୪ ପ୍ରାଣୀଙ୍କୁ ସାହାରା ଦେଉଥିବା ଏହି ଆଶ୍ରୟ ଟିକକ ଯଦି ଚାଲିଯାଏ, ତେବେ ଭେଳା ବୁଡ଼ିଯିବ। କେଉଁଠି ରହିବେ, କେମିତି ଚଳିବେ ଏହାକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ବୃଦ୍ଧା କଲ୍ୟାଣୀ ସେନାପତି। ପରିଣତ ବୟସରେ ଦିବ୍ୟାଙ୍ଗ ପୁଅ, ବୋହୂ ଏବଂ ନାତିଙ୍କ ବୋଝ ବୋହି ଚାଲିଥିବା ଏହି ସ୍ବାମୀହରା ମହିଳା ପରିବାରକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ ଚଳାଇଥିବାବେଳେ ଭଙ୍ଗାଦଦରା ଘରୁ କୋହଭରା କଣ୍ଠରେ ପ୍ରଶାସନକୁ ପ୍ରଶ୍ନ ପଚାରିଛନ୍ତି ‘କ’ଣ ମରିବା ପରେ ଆବାସ ଦେବ କି’।
ଜିଲାର ପ୍ରମୁଖ ଶିଳ୍ପ କରିଡର ଓଡ଼ାପଡ଼ା ବ୍ଲକ। ଏଠାରେ ଗଢ଼ି ଉଠିଛି ବହୁ ନାମୀଦାମୀ କମ୍ପାନୀ। ଶିଳ୍ପାଞ୍ଚଳ ହୋଇଥିବାରୁ ସରକାରଙ୍କ ଫୋକ୍‌ସରେ ସବୁବେଳେ ରହି ଆସିଛି ଏହି ବ୍ଲକ। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟର ବିକାଶ ଲାଗି ସର୍ବଦା ଉକ୍ତ ବ୍ଲକକୁ ଜିଲା ପ୍ରଶାସନ ଅଗ୍ରାଧିକାର ଦେଇ ଆସୁଥିବା କହୁଥିବାବେଳେ ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗାପଲ୍ଲି ଗ୍ରାମର କଲ୍ୟାଣୀଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଛି ବ୍ୟତିକ୍ରମ। କିଡ୍‌ନୀ ରୋଗରେ ପଡ଼ି ୬ବର୍ଷ ତଳେ କଲ୍ୟାଣୀଙ୍କ ସ୍ବାମୀ ଆଦିକନ୍ଦ ସେନାପତି ଚାଲିଗଲେ ପରପାରିକୁ। ଏକ ଦୁର୍ଘଟଣାରେ ପୁଅ ପ୍ରେମାନନ୍ଦ ହରାଇଛନ୍ତି ବାମହାତ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସାର୍ଟିଫିକେଟ୍‌ରେ ସେ ୭୫% ଭିନ୍ନକ୍ଷମ। ଘରେ ବୋହୂ ଏବଂ ଛୋଟ ନାତି। କଲ୍ୟାଣୀଙ୍କ ମିଳୁଥିବା ମାସିକ ୫୦୦ ଟଙ୍କା ବିଧବା ଭତ୍ତା, ପ୍ରେମାନନ୍ଦଙ୍କୁ ମିଳୁଥିବା ଦିବ୍ୟାଙ୍ଗ ଭତ୍ତା ଏବଂ ଟଙ୍କିକିଆ ଚାଉଳରେ ପରିବାର ଚଳିବା ମୁସ୍କିଲ୍‌ ହୋଇପଡୁଛି। ବୟସାଧିକ୍ୟ କାରଣରୁ କଲ୍ୟାଣୀ ଦୁର୍ବଳ ହୋଇଗଲେଣି। କାମ କରିପାରୁନାହାନ୍ତି। ଏଭଳି ସ୍ଥିତିରେ ମୁଣ୍ଡ ଉପରେ ଛାତ ନ ଥିବା ତାଙ୍କୁ ସବୁଠୁ ବେଶି ବିଚଳିତ କରୁଛି। ଆଗକୁ ବର୍ଷା ଆସୁଥିବାରୁ ପରିବାରକୁ ନେଇ କେଉଁଠାରେ ରହିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସେ। ସମସ୍ୟା ସମ୍ପର୍କରେ କଲ୍ୟାଣୀ କହିଛନ୍ତି, ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ସେ ସବୁକ୍ଷେତ୍ରରେ ଯୋଗ୍ୟ। ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହୋଇ ଏଥିଲାଗି ଗୁହାରି କରିଥିଲେ ମଧ୍ୟ ତାଙ୍କ ଉପରେ କାହାରି ସୁଦୃଷ୍ଟି ପଡୁନି। ସରକାର ଗରିବ ଲୋକଙ୍କ ପାଇଁ ଏତେ ଯୋଜନା କରିଛନ୍ତି। ହେଲେ ଆମ ପାଇଁ କିଏ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି କଲ୍ୟାଣୀ।
ଏ ନେଇ ବିଡିଓ ଦାଶରଥି ଜେନା କୁହନ୍ତି, ହୁଏତ ଅଭିଯୋଗକାରିଣୀ ମହିଳା କଲ୍ୟାଣୀ ସେନାପତି ଠିକ୍‌ ସମୟରେ ଆବାସ ଯୋଜନାରେ ସାମିଲ ହେବା ପାଇଁ ଦରଖାସ୍ତ କରି ନ ଥିବେ। ତେଣୁ ତାଙ୍କୁ କାର୍ଯ୍ୟାଦେଶ ମିଳିପାରିନାହିଁ। ଦେଖିବା ଖଣ୍ଡେ ପାଲ ବ୍ୟବସ୍ଥା କରିଦେବା। ଅସହାୟା କଲ୍ୟାଣୀଙ୍କ ପରିବାର ପାଇଁ ବ୍ଲକ ପ୍ରଶାସନ ମୁଖ୍ୟଙ୍କ ଏଭଳି ମନ୍ତବ୍ୟ ଆବାସ ଯୋଜନାର ଠିକ୍‌ କାର୍ଯ୍ୟକାରିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?