Posted inଜାତୀୟ

କରୌଲି ଦଙ୍ଗା: ୧୫ ଜଣଙ୍କୁ ସୁରକ୍ଷା ଦେଇଥିଲେ ମହିଳା

ଜୟପୁର,୧୬।୪: ରାଜସ୍ଥାନର କରୌଲିରେ ସାମ୍ପ୍ରଦାୟିକ ଦଙ୍ଗା ବେଳେ ଜଣେ ୪୮ ବର୍ଷୀୟ ମହିଳା ଦୁଃସାହସିକତା ଦେଖାଇ ୧୫ ଜଣଙ୍କୁ ସୁରକ୍ଷା ଦେଇପାରିଥିଲେ। ଗତ ୨ ତାରିଖରେ ହିନ୍ଦୁ ନବବର୍ଷ ପାଳନ ଅବସରରେ କରୌଲିରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ଲୋକେ ୧୫ ଜଣ (ଅଧିକାଂଶ ମୁସଲମାନ)ଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବାବେଳେ ମହିଳା ଜଣଙ୍କ ଏକାକୀ ସେମାନଙ୍କ ଆଗରେ ଛିଡ଼ାହୋଇଥିଲେ। ମଧୁଲିକା ସିଂ ନାମ୍ନୀ ମହିଳାଙ୍କର କରୌଲିରେ ଏକ ପୋଷାକ ଦୋକାନ ରହିଛି। ସ୍ବାମୀ ୫ ବର୍ଷ ପୂର୍ବରୁ ପ୍ରାଣ ହରାଇଥିବାବେଳେ ମଧୁଲିକା ବ୍ୟବସାୟ ସମ୍ଭାଳିଛନ୍ତି। ହିନ୍ଦୁ ନବବର୍ଷ ଶୋଭାଯାତ୍ରା ମୁସଲମାନ ବହୁଳ ଉକ୍ତ ବଜାର ଦେଇ ଗଲାବେଳେ ଉତ୍ତେଜନା ଦେଖାଯାଇଥିଲା। ଉଭୟ ସମ୍ପ୍ରଦାୟ ପରସ୍ପର ଉପରକୁ ଢେଲାମାଡ଼ କରିଥିଲେ। ଆକ୍ରମଣ ଭୟରେ ଦୋକାନୀମାନେ ସଟର ପକାଇ ପଳାଇଯାଇଥିଲେ। ଶପିଂ କମ୍ପ୍ଲେକ୍ସରୁ ଲୋକେ ଭୟରେ ଦୌଡ଼ୁଥିବାବେଳେ ମଧୁଲିକା ତାଙ୍କ ଦୋକାନ ବନ୍ଦ କରି ଘଟଣାସ୍ଥଳକୁ ଯାଇ ସେମାନଙ୍କ ପାଖରେ ଛିଡ଼ା ହୋଇଥିଲେ ଓ ବ୍ୟସ୍ତ ନ ହେବା ଲାଗି ପରାମର୍ଶ ଦେଇଥିଲେ। ଶପିଂ କମ୍ପ୍ଲେକ୍ସର ଉପର ମହଲାରେ ଥିବା ତାଙ୍କ ଆପାର୍ଟମେଣ୍ଟରେ ଆଶ୍ରୟ ନେବାକୁ ୧୫ ଜଣ ଧାଇଁ ଆସିଥିଲେ। ମଧୁଲିକା ସେମାନଙ୍କୁ ଆଶ୍ରୟ ଦେବା ସହ ପାଣି ଓ ଚା’ ଦେଇଥିଲେ। ଏଥିସହିତ ଆକ୍ରମଣ ପାଇଁ ସେଠାରେ ପହଞ୍ଚତ୍ଥିବା ଉତ୍ତ୍ୟକ୍ତ ଲୋକଙ୍କୁ ମଧୁଲିକା ଆଗକୁ ବଢ଼ିବାକୁ ଦେଇ ନ ଥିଲେ। ତାଙ୍କର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri