ଦିଲ୍ଲୀ କ୍ୟାପିଟାଲ୍ସର ଶୋଚନୀୟ ପରାଜୟ

ମୁମ୍ବାଇ,୨୨।୪: ଜୋଶ୍‌ ବଟଲରଙ୍କ ଶତକ ସହାୟତାରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ରାଜସ୍ଥାନ ୨୦ ଓଭରରେ ୨ ଉଇକେଟ ହରାଇ ୨୨୨ ରନ୍‌ କରିଥିବା ବେଳେ ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ ୨୦୭ ରନରେ ସୀମିତ ରହିଥିଲା। ଶେଷ ଓଭରରେ କ୍ରମାଗତ ୩ ଛକା ସହ ରୋଭମାନ ପାଓ୍ବେଲ ୧୫ ବଲ୍‌ରୁ ୩୬ (୫ ଛକା) ରନ କରିଥିଲେ ହେଁ ଦଳକୁ ବିଜୟୀ କରାଇପାରି ନ ଥିଲେ। ଅଧିନାୟକ ରିଷଭ ପନ୍ତ ସର୍ବାଧିକ ୪୪ ରନ କରିଥିଲେ। ଏହି ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଅଧିନାୟକ ରିଷଭ ପନ୍ତ ୨୪ବଲ୍‌ରେ ୪୪ରନ୍‌ ଏବଂ ପୃଥ୍ବୀ ଶୋ ୨୭ବଲ୍‌ରେ ୩୭ ରନ୍‌ କରିଛନ୍ତି। ଏହାର ଜବାବରେ ୨ଓ୍ବିକେଟ ହରାଇ ରାଜସ୍ଥାନ ରୟାଲ୍ସ ୨୨୨ରନ୍‌ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ଜୋଶ୍‌ ବଟଲର ସର୍ବଧିକ ୧୧୬ରନ୍‌ କରିଥିଲେ। ୬୫ବଲ୍‌ରେ ୯ଟି ଛକା ଓ ୯ଟି ଚୌକା ମାରିଥିଲେ। ସେହିପରି ଖଲିଲ ଅହମ୍ମଦ ୪ଓଭରରେ ୪୭ରନ୍‌ ଦେଇ ୧ଓ୍ବିକେଟ, ପ୍ରଶିଦ୍ଧ କ୍ରିଷ୍ଣା ୪ଓଭରରେ ୨୨ରନ୍‌ ଦେଇ ୩ଟି ଓ୍ବିକେଟ ଓ ରବିଚନ୍ଦ୍ରନ ଅଶ୍ୱିନ ୪ଓଭରରେ ୩୨ରନ୍‌ ଦେଇ ୨ଟି ଓ୍ବିକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

NEET- UG ୨୦୨୬ ପରୀକ୍ଷା ବାତିଲ: ବର୍ଷିଲେ ରାହୁଲ, ମୋଦିଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୧୨।୫: NEET-UG ୨୦୨୬ ପରୀକ୍ଷା ବାତିଲକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଭ୍ରଷ୍ଟ…

ପଞ୍ଚାୟତ,ପୌର ନିର୍ବାଚନ ପୂର୍ବରୁ ଭାଜପାର ରଣନୀତି : ନୀତିନ ନବୀନଙ୍କ ଗସ୍ତକୁ ନେଇ ମନମୋହନ କହିଲେ…

ଭୁବନେଶ୍ୱର, ୧୨/୫ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ଭାଜପା ମୁଖ୍ୟାଳୟରେ ଆୟୋଜିତ ଜିଲାସ୍ତରୀୟ ପ୍ରଶିକ୍ଷଣ…

ଟ୍ରାକ୍ଟର-ଅଟୋ ମୁହାଁମୁହିଁ ଧକ୍କା; ନାବାଳକ ସମେତ ୩ ଗୁରୁତର, ଜଣେ ମୃତ

ଚିକିଟି,୧୨।୫(ପ୍ରକାଶଚନ୍ଦ୍ର ସାହୁ): କେ ନୂଆଗାଁ ଥାନା ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ମଙ୍ଗଳବାର ଟ୍ରାକ୍ଟର- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଯୁବକଙ୍କୁ ଆକ୍ରମଣ କଲା ଭାଲୁ, ଅବସ୍ଥା ଗୁରୁତର

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମରେ ଅଭାବନୀୟ ଘଟଣା । କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର…

ଦହିବରା ଦେକାନରେ ବସିଥିବା ବେଳେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ୬ ଦୁର୍ବୃତ୍ତ, ବଞ୍ଚାଇବାକୁ ଯାଇ ହଣା ଖାଇଲେ ଦୋକାନୀ

ବାରଙ୍ଗ,୧୨।୫(ଲିଙ୍ଗରାଜ ରାଉତ): ପୁଣି ଅଶାନ୍ତ ହେଲା ବାରଙ୍ଗ। ଦିନ ଦ୍ବିପହରରେ ବାରଙ୍ଗରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ ତିନି ଯୁବକ ଗୁରୁତର ଆହତ ହୋଇଥିବା ବେଳେ…

ତାଲିବାନୀ ସଜ୍ଜା! ପ୍ରଥମେ ଅଧା ଚୁଟି କାଟିଦେଲେ, ୧୧-୧୨ ବର୍ଷ ବୟସର ପିଲାଙ୍କୁ ବଳପୂର୍ବକ ବିବାହ କଲେ

ପାଟନା,୧୨।୫: ବିହାରର କଟିହାର ଜିଲାରୁ ଏକ ଖବର ଆସିଛି ଯାହା କେବଳ ସାମାଜିକ ମର୍ଯାଦାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି ନୁହେଁ ବରଂ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ମଧ୍ୟ…

ପାନୀୟଜଳ ପ୍ରକଳ୍ପ ଅଚଳ, ପାଣି ପାଇଁ ଲୋକେ ହଟହଟା

ଭେଡେନ,୧୨।୫(ହୃଷିକେଶ ଖମାରୀ):ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ମଞ୍ଜୁର କରି…

ସମସ୍ୟା ଘେରରେ କେସିଙ୍ଗା-କାଣ୍ଡେଲ ରୋଡ଼ ରେଳ ଷ୍ଟେଶନ: ୯ ଦଫା ଦାବି ସମାଧାନ କରିବାକୁ ଆହ୍ବାନ

କେସିଙ୍ଗା,୧୧।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ କେସିଙ୍ଗା ପକ୍ଷରୁ କେସିଙ୍ଗା ଓ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନର ୯ ଦଫା ସମସ୍ୟାକୁ ନେଇ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri