Posted inଜାତୀୟ

ଏହି ରାଜ୍ୟରେ ବଳାତ୍କାର ମାମଲା ସର୍ବାଧିକ

ଜୟପୁର,୧୫।୯: ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ବଳାତ୍କାର ମାମଲା ରୁଜୁ ହେଉଛି। ଏପରି କି ଉତ୍ତରପ୍ରଦେଶକୁ ପଛରେ ଛାଡ଼ି ଦେଇଛି କଂଗ୍ରେସ ଶାସିତ ରାଜସ୍ଥାନ। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକଡର୍‌ସ ବ୍ୟୁରୋ (ଏନ୍‌ସିଆର୍‌ବି)ର ୨୦୨୦ ବର୍ଷର ରିପୋର୍ଟ।

ଗତ ବର୍ଷ ରାଜସ୍ଥାନରେ ୫,୩୧୦ ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ଦାୟର ହୋଇଥିଲା ୨,୭୬୯ ବଳାତ୍କାର ମାମଲା। ଏହି ଦୁଇ ରାଜ୍ୟ ପଛକୁ ରହିଛି ମଧ୍ୟପ୍ରଦେଶ (୨,୩୩୯ ବଳାତ୍କାର ମାମଲା) ଓ ମହାରାଷ୍ଟ୍ର (୨,୦୬୧)।

ତେବେ ରାଜସ୍ଥାନରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ୧୬ ପ୍ରତିଶତ କମି ଯାଇଛି। ଏହି ରାଜ୍ୟରେ ବଳାତ୍କାର ପୀଡ଼ିତାଙ୍କ ମଧ୍ୟରେ ରହିଛନ୍ତି ୧,୨୭୯ ଜଣ ନାବାଳିକା। ଅର୍ଦ୍ଧାଧିକ ମାମଲାରେ ପୀଡ଼ିତାଙ୍କ ପରିବାରବର୍ଗ, ପଡ଼ୋଶୀ, କର୍ମଚାରୀ ଓ ଅନ୍ୟ ପରିଚିତ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ୟୁନିଫର୍ମରେ ଥାନା ଭିତରେ ନାଚିଲେ ମହିଳା ପୋଲିସ: ଭିଡିଓ ଭାଇରାଲ

ମେହସାଣା,୨୫।୭: ଏବେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବାର ଟ୍ରେଣ୍ଡ ଚାଲିଛି। ସେମିତି ଜଣେ ମହିଳା ପୋଲିସ ବିନା ୟୁନିଫର୍ମରେ ପୋଲିସ ଷ୍ଟେଶନ ଭିତରେ...

କରୋନା ମାଡ଼ଠୁ ବଳିଗଲା ବର୍ଷା ଦୁଃଖ: ମାଟିରେ ପୋତି ହୋଇଗଲା ଗାଡ଼ି

ଜୟପୁର, ୨୦।୮: ଭାରତର ବହୁ ରାଜ୍ୟରେ ଲଗାତାର ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ବହୁ ଅଞ୍ଚଳରେ ବନ୍ୟା ଜଳ ଜମି ହୋଇ ରହିଛି।...

ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟଥର ଲାଗି ରବିବାର ଶପଥ ନେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। ଉପରାଜ୍ୟପାଳ ଅନିଲ ବେଜଲ ତାଙ୍କୁ...

କେବେ ଦେଖିଛନ୍ତି କି ଏଭଳି ସଡ଼କ ଦୁର୍ଘଟଣା? କାର୍‌ ହେଲା ଦୁଇଫାଳ; ଫଟୋ ଭାଇରାଲ ପରେ..

ନୂଆଦିଲ୍ଲୀ,୧୫।୬: ଯାନବାହାନ ଚଳାଇବା ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ। ଏହାର ଅନେକ ଘଟଣା ପ୍ରତ୍ୟେହ ଦେଖିବାକୁ ମିଳୁଥିବା ବେଳେ କିଛିକୁ ଦେଖିଲେ ଭୟ ଲାଗିଥାଏ। ବିଶେଷକରି...

ଜମ୍ମୁ-କଶ୍ମୀରର ୩ ଫଟୋଜର୍ନାଲିଷ୍ଟଙ୍କୁ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ,୬ା୫: ବିଶ୍ୱରେ ମହାମାରୀ କରୋନା ସଂକ୍ରମିତ କରିଥିବାବେଳେ ଚଳିତବର୍ଷର ପୁଲିଜର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସୋମବାର ରାତିରେ ଅନ୍‌ଲାଇନ୍‌ରେ ଏହା ଘୋଷଣା କରାଯାଇଛି।...

ନାଗରିକତ୍ୱ ପ୍ରମାଣ କରିବା କଷ୍ଟକର; ମହାରାଷ୍ଟ୍ରରେ ହେବନି ଲାଗୁ ଏନ୍‌ଆର୍‌ସି: ଉଦ୍ଧବ

ମୁମ୍ବାଇ,୨।୨: ନାଗରିକତ୍ୱ ପ୍ରମାଣ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହେବ। ତେଣୁ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ଲାଗୁ ହେବ ନାହିଁ ବୋଲି ମୁଖ୍ୟନ୍ତ୍ରୀ...

ଜୁଲାଇ ଶେଷ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବ !

ନୂଆଦିଲ୍ଲୀ,୩।୭: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରି ଯାଇଥିବା...

ଭାରତରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୧୫ା୧(ପି.ଟି.): ଇରାନର ବହିର୍ବ୍ୟାପାର ମନ୍ତ୍ରୀ ଜଭାଦ୍‌ ଜରିଫ୍‌ ୩ ଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇରାନ-ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଥିବାବେଳେ ଜରିଫ୍‌ଙ୍କ...

Advertisement


Archives

Model This Week